www.samajalive.in
Sunday, December 7, 2025
23.1 C
Bhubaneswar

ଦେଶ ବିଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିଶ୍ୱସନୀୟତା ବହୁ ଅଧିକ ବୃଦ୍ଧି ପାଇଛି : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଯେତିକି ବିଶ୍ୱସନୀୟତା ଆଜି ଦେଶ ବିଦେଶରେ ଅଛି, ସେତିକି ସୌଭାଗ୍ୟ ଭାରତର ଅନ୍ୟ କୌଣସି ପ୍ରଧାନମନ୍ତ୍ରୀଙ୍କୁ ମିଳି ନାହିଁ ବୋଲି କେନ୍ଦ୍ର ପେଟ୍ରେଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ନିର୍ଣ୍ଣାୟକ ଏବଂ ପାରଦର୍ଶୀ ନେତୃତ୍ୱ, ଜନ ସହଭାଗୀତା ଓ ଗରିବ କଲ୍ୟାଣ ହିଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ସରକାରଙ୍କ ନୀତି ରହିଆସିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଅଂଶ ଗ୍ରହଣ କରି ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ପୂର୍ବୋଦୟର କଳ୍ପନା କଲେ । ପୂର୍ବ ଭାରତର ଲୋକଙ୍କ ବିଷୟରେ ଚିନ୍ତା କଲେ ଏବଂ ସେମାନଙ୍କୁ ଆଗକୁ ନେବା ପାଇଁ ସହାୟତାର ହାତ ବଢାଇଲେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ଦେଶର ସମ୍ବଳ ଉପରେ ପ୍ରଥମ ଅଧିକାର ହେଉଛି ଦେଶର ନାଗରିକଙ୍କର । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱଚ୍ଛ ନୀତି ଆଣି ରାଜ୍ୟ ଗୁଡିକର ଅଧିକାର ସୁନିଶ୍ଚିତ କରିଛନ୍ତି । କୋଇଲା, ଲୁହାପଥର ହେଉଛି ପୂର୍ବ ଭାରତର ପୁଞ୍ଜି। ପ୍ରଧାନମନ୍ତ୍ରୀ ନିଶ୍ଚିତ କରିଛନ୍ତି ଯେ ସାଧାରଣ ନାଗରିକମାନେ ଏହି ପୁଞ୍ଜିର ଲାଭ ପାଇବେ।

- Advertisement -

ବିରୋଧୀଦଳଙ୍କୁ କଟାକ୍ଷ କରି, କିଛି ରାଜନୈତିକ ଦଳ ପିଢୀ ପରେ ପିଢୀ କ୍ଷମତାରେ ରହି ମଧ୍ୟ ଏମଏସପିକୁ ଆଇନ ଅଧୀନରେ ଆଣିବାରେ କାହିଁକି ସକ୍ଷମ ହୋଇନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ? ମୋଦୀ ସରକାରଙ୍କ କାଳରେ ଗତ ୬ ବର୍ଷ ମଧ୍ୟରେ ଏମଏସପିରେ ରେକର୍ଡ ବୃଦ୍ଧି ଘଟିଛି । ବିରୋଧୀ ଦଳ ଭ୍ରମ ସୃଷ୍ଟି କରି ଏମଏସପି ଉପରେ ଆମକୁ ପ୍ରଶ୍ନ ପଚାରୁଛନ୍ତି ବୋଲି ସେ କହିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories