www.samajalive.in
Sunday, December 7, 2025
26.1 C
Bhubaneswar

ମୃତ ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ହଡପ ଅଭିଯୋଗ

ହରଭଙ୍ଗା: ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ତଳଗାଁ ପଂଚାୟତ ଅର୍ନ୍ତଗତ ବଡକୋଇ ଗ୍ରାମର ତାରବତୀ କହଁର ଏବଂ କଂଟିସର ଗ୍ରାମର ରାମପତି ନାଏକ ଭଳି ଦୁଇ ଜଣ ମୃତ ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ହଡପ ହୋଇଥିବା ନେଇ ସୋମବାର ହରଭଙ୍ଗା ବିଡିଓଙ୍କ ନିକଟରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଗତ ୦୧ ସେପ୍ଟେମ୍ବର ୨୦୧୮ରେ ତଳଗାଁ ପଂଚାୟତ ବଡକୋଇ ଗ୍ରାମର ତାରାବତୀ କହଁରଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଗତ ୧୫ ମେ’ ୨୦୧୮ରେ କଂଟିସର ଗ୍ରାମର ରାମପତି ନାଏକଙ୍କ ମୃତ୍ୟୁ ଘଟିଥିଲା। ଦୁଇ ମୃତବ୍ୟକ୍ତି ନାମ ନିର୍ମାଣ ଶ୍ରମିକ ତାଲିକାରେ ପଞ୍ଜିକୃତ ହୋଇଥିବାରୁ ତାଙ୍କ ମୃତ୍ୟୂ ସହାୟତା ରାଶି ପାଇଁ ତାରବତୀଙ୍କ ସ୍ୱାମୀ ମୁକୁନ୍ଦ କହଁର ଏବଂ ରାମପତି ନାଏକଙ୍କ ପନ୍ତ୍ରୀ ମଞ୍ଜୁଲତା ନାଏକ ଜିଲା ଶ୍ରମ ଅଧିକାରୀ ବୌଦ୍ଧଙ୍କଠାରେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିଥିଲେ।

ସୋମବାର କାଗଜପତ୍ର ଯାଞ୍ଚ ପାଇଁ ପରିବାର ଲୋକଙ୍କୁ ଜିଲା ଶ୍ରମଅଧିକାରୀ ଡାକିଥିଲେ। ଏମାନଙ୍କ ଉପସ୍ଥିତିରେ କାଗଜପତ୍ର ଯାଞ୍ଚ ବେଳେ ମୁକୁନ୍ଦଙ୍କ ମୃତ ପତ୍ନୀ ତାରାବତୀ ଏବଂ ମଞ୍ଜୁଲତାଙ୍କ ମୃତ ସ୍ୱାମୀ ରାମପତି ନାଏକଙ୍କ ନାମରେ କରୋନା ସହାୟତା ରାଶି ପଇସା ପଇଠ ହୋଇଥିବା କଥା ୱେବ୍‌ସାଇଟ୍‌ରୁ ଜଣାପଡିଥିଲା। ଫଳରେ ଶ୍ରମ ଅଧିକାରୀ ଉଭୟଙ୍କୁ ପଇସା ଫେରାଇବା ପରେ ଯାଇ ମୃତ ସହାୟତା ରାଶି ମିଳିବ ବୋଲି କହିବାରୁ ଏମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ଫଳରେ ସେଠାରୁ ନିରାଶ ହୋଇ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ ନ୍ୟାୟ ପାଇଁ ଦରଖାସ୍ତ କରିବା ସହିତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି। ଏ ସଂର୍ପକରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରାଙ୍କୁ ପଚାରିବାରୁ ସେମାନଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ପାଇଁ ସ୍ଥାନୀୟ ପିଇଓଙ୍କୁ ନିର୍ଦେଶ ଦେଇଛନ୍ତି।ଘଟଣାର ସତ୍ୟାସତ୍ୟ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories