www.samajalive.in
Sunday, December 14, 2025
19.1 C
Bhubaneswar

୨୦୨୧ ବଜେଟ୍ ପ୍ରତିକ୍ରିୟା

ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କେନ୍ଦ୍ର ବଜେଟ୍‌ ୨୦୨୧-୨୨କୁ ‘ଆତ୍ମନିର୍ଭର ଭାରତ’ ପାଇଁ ପ୍ରଶଂସା କରିଛନ୍ତି ଏବଂ ଏହା ଅର୍ଥନୀତିକୁ ମଜଭୁତ କରିବ ବୋଲି କହିଛନ୍ତି। କୋଭିଡ୍‌-୧୯ ମହାମାରୀର ଆହ୍ବାନ ସମୟରେ ୨୦୨୦ରେ ପ୍ୟାକେଜ୍‌ ଆକାରରେ ପାଞ୍ଚଟି ମିନି ବଜେଟ୍‌ ଉପସ୍ଥାପନ ହୋଇଥିଲା। ଏହି ବଜେଟ୍‌ ହେଉଛି ଏହି କ୍ରମରେ ସବୁଠାରୁ ବଡ ଯୋଗ ଦାନ। ଏହି ବଜେଟ୍‌ ଅନେକ ଭାବେ ଅଦୃଶ୍ୟ ଅଟେ ଏବଂ ଏହା ‘ଆତ୍ମନିର୍ଭର ଭାରତ’ର ସଙ୍କଳ୍ପକୁ ଦୃଢ଼ କରିବ ବୋଲି ରାଜନାଥ କହିଛନ୍ତି।
ରାହୁଲ ଗାନ୍ଧୀ, ବରିଷ୍ଠ କଂଗ୍ରେସ ନେତା


କେନ୍ଦ୍ର ସରକାରଙ୍କ ୨୦୨୧-୨୨ ବଜେଟ୍‌କୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ନରେନ୍ଦ୍ର ମୋଦୀଙ୍କ ସରକାର ଦେଶର ସମ୍ପତ୍ତିକୁ ଶିଳ୍ପପତିଙ୍କ ହାତରେ ଟେକି ଦେଇଛନ୍ତି। ସାଧାରଣ ଲୋକଙ୍କ ହାତକୁ ଅର୍ଥ ଦେବା କଥା ମୋଦୀ ସରକାର ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି। କାରଣ ମୋଦୀ ସରକାର ରାଷ୍ଟ୍ରାୟତ୍ତ କମ୍ପାନୀ ଓ ଆର୍ଥିକ ପ୍ରତିଷ୍ଠାନର ଅଂଶଧନ ବିକ୍ରି କରି ୧.୭୫ ଲକ୍ଷ କୋଟି ଟଙ୍କା ଆୟ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

- Advertisement -

ଅରବିନ୍ଦ କେଜରିୱାଲ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ

କେନ୍ଦ୍ର ସରକାରଙ୍କ ବଜେଟ୍ କେତେକ ବଡବଡ କମ୍ପାନୀଙ୍କୁ ଫାଇଦା ଦେବ। ଏହା ଦ୍ବାରା ସାଧାରଣ ଲୋକଙ୍କ ସମସ୍ୟା ବୃଦ୍ଧି ପାଇବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜରିୱାଲ କହିଛନ୍ତି। ସେ କହିଛନ୍ତି ଯେ ଏହି ବଜେଟ୍ ଦ୍ବାରା ମୁଦ୍ରାସ୍ଫୀତି ବୃଦ୍ଧି ପାଇବ। ସେହିପରି ଆପ୍‌ର ଅନ୍ୟତମ ନେତା ସଞ୍ଜୟ ସିଂହ କହିଛନ୍ତି ଯେ ସରକାର ୪ଜଣ ଶିଳ୍ପପତିଙ୍କ ଲାଗି ଏହି ବଜେଟ୍ ପ୍ରସ୍ତୁତ କରିଛନ୍ତି। ଆଇଡିବିଆଇ, ବିପିସିଏଲ୍, ସିପିଙ୍ଗ କର୍ପୋରେସନ, ନୀଳାଚଳ ଇସ୍ପାତ ନିଗମର ଅଂଶଧନ ବିକ୍ରି କରିବାକୁ ଯୋଜନା କରିଛନ୍ତି।
ମମତା ବାନାର୍ଜୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ


କେନ୍ଦ୍ର ସରକାରଙ୍କ ବଜେଟ୍‌ ଜନ ବିରୋଧୀ ବଜେଟ୍ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି ଯେ ଏହି ବଜେଟ୍‌ରେ ଅଣସଂଗଠିତ କ୍ଷେତ୍ର ପାଇଁ ସରକାର କିଛି ଯୋଜନା କରିନାହାନ୍ତି।
ସୀତାରାମ ୟେଚୁରୀ, ସିପିଆଇ(ଏମ୍) ନେତା

କେନ୍ଦ୍ର ସରକାରଙ୍କ ବଜେଟ୍‌କୁ ଶିଳ୍ପପତିଙ୍କ ବଜେଟ୍ ବୋଲି କହିଛନ୍ତି ସିପିଆଇ(ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ। ବଜେଟ୍‌ରେ ସାଧାରଣ ଲୋକଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ।

 

 

ଶଶୀ ଥରୁର, କଂଗ୍ରେସ ନେତା

କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶୀ ଥରୁର କେନ୍ଦ୍ର ବଜେଟ୍‌କୁ ଏକ ଅପାରଗ ଗ୍ୟାରେଜ୍‌ ମେକାନିକ୍‌ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି, ଏହି ବିଜେପି ସରକାର ମୋତେ ଗ୍ୟାରେଜ ମେକାନିକ୍‌ ବିଷୟରେ ମନେ ପକାଇ ଦେଇଛନ୍ତି; ଯିଏ ତାଙ୍କ ଗ୍ରାହକଙ୍କୁ କହିଥିଲେ, ମୁଁ ତୁମର ବ୍ରେକ୍‌ ଠିକ୍‌ କରିପାରିବି ନାହିଁ, ତେଣୁ ମୁଁ ତୁମର ଶିଙ୍ଗକୁ ଅଧିକ ଜୋରରେ ବନେଇଲି।

 

 

ଯୋଗୀ ଆଦିତ୍ୟନାଥ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Image Courtesy: Amar ujala

୨୦୨୧-୨୨ କେନ୍ଦ୍ରୀୟ ବଜେଟକୁ ଏକ ବିକାଶ ଭିତ୍ତିକ ବଜେଟ୍‌ ବୋଲି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ୨୦୨୧ ବଜେଟରେ ସମାଜର ବିଭିନ୍ନ ସ୍ତର ପାଇଁ ବ୍ୟବସ୍ଥା ଅଛି, କୃଷକ, ଯୁବକ, ମହିଳା କିମ୍ବା ଗରିବ ହୁଅନ୍ତୁ ଭିତ୍ତିଭୂମି ଦୃଷ୍ଟିରୁ ବଜେଟ୍‌ ଯାହା ପ୍ରଦାନ କରୁଛି ତାହା ପ୍ରଶଂସନୀୟ ବୋଲି ସେ କହିଛନ୍ତି।

ଅମିତାଭ କାନ୍ତ, ନିତି ଆୟୋଗ ସିଇଓ


ନିତି ଆୟୋଗ ସିଇଓ ଅମିତାଭ କାନ୍ତ ବଜେଟ୍‌ ୨୦୨୧-୨୨କୁ ଏକ ‘ସୁଲଭ ବଜେଟ୍‌’ ବୋଲି କହିଛନ୍ତି। ଏହା ଏକ ବ୍ୟବହାରିକ, ଯୁକ୍ତିଯୁକ୍ତ ଏବଂ ପ୍ରଗତିଶୀଳ ବଜେଟ୍‌ ବୋଲି ସେ କହିଛନ୍ତି। ନିତି ଆୟୋଗ ସିଇଓ କହିଛନ୍ତି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବଜେଟରେ ଟିକସ ଟାମ୍ପରିଂ କରାଯାଇ ନାହିଁ ଏବଂ କୌଣସି ନୂତନ ସେସ୍‌ ଲାଗୁ କରାଯାଇ ନାହିଁ।

 

ଅମିତ ଶାହା, ସ୍ବରାଷ୍ଟ୍ର ମନ୍ତ୍ରୀ


କେନ୍ଦ୍ର ସରକାରଙ୍କ ବଜେଟ୍ ଭାରତକୁ ଆତ୍ମନିର୍ଭର କରାଇବା ଦିଗରେ ବାଟ କଢାଇବ। ଏହା ସହିତ ଭାରତକୁ ଦ୍ରୁତ ବିକାଶଶୀଳ ରାଷ୍ଟ୍ରରେ ପରିଣତ କରିବା ଓ କୃଷକଙ୍କ ଆୟ ଦ୍ବିଗୁଣିତ କରିବା ଲାଗି ମୋଦୀ ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାକୁ ଏହି ବଜେଟ୍ ପୂରଣ କରିବାରେ ସହାୟକ ହେବ।

 

ଯୋଗେନ୍ଦ୍ର ଯାଦବ, କୃଷକ ନେତା


ସରକାର ବଜେଟ୍‌ରେ କୃଷକଙ୍କୁ ଭଣ୍ଡାଇଛନ୍ତି। ସରକାର ବଜେଟ୍‌ରେ କୃଷି ବାବଦ ବ୍ୟୟବରାଦକୁ ହ୍ରାସ କରିଛନ୍ତି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories