www.samajalive.in
Saturday, December 13, 2025
27.1 C
Bhubaneswar

୯ ଜିଲାକୁ ୟେଲୋ ୱାର୍ଣ୍ଣିଂ: ଘନ କୁହୁଡ଼ି ପାଇଁ ସତର୍କ ରୁହନ୍ତୁ, ଗାଡି ଧୀରେ ଚଳାନ୍ତୁ

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୩ ଦିନ ପର୍ୟ୍ୟନ୍ତ କେତେକ ଜିଲାରେ ଘନ କୁହୁଡି ଅନୁଭୂତ ହେବ। ଶନିବାର ସକାଳେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲାରେ ଘନ କୁହୁଡି ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲାଗୁଡ଼ିକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। ଢେଙ୍କାନାଳ, ସୋନପୁର, ବୌଦ୍ଧ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଏବଂ ଜଗତସିଂହପୁର ଜିଲାର କିଛି ସ୍ଥାନରେ କୁହୁଡି ଅନୁଭୂତ ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବାରିପଦାରେ ୧୨.୨ ଡିଗ୍ରୀ ରେକର୍ଡ କରାଯାଇଛି। ଚାନ୍ଦବାଲିରେ ୧୨.୮ ଡିଗ୍ରୀ ରହିଛି। ଫୁଲବାଣୀ ସୁନ୍ଦରଗଡ, ବାଲେଶ୍ବର, କଟକ, କେନ୍ଦୁଝର ଏବଂ ଦାରିଙ୍ଗବାଡି ଆଦି ସ୍ଥାନରେ ୧୩ରୁ ୧୪ ଡିଗ୍ରୀ ମଧ୍ୟରେ ତାପମାତ୍ରା ରହିଛି।

ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବନାହିଁ; କିନ୍ତୁ ପରେ ଆଭ୍ୟନ୍ତରୀଣ ଓଡିଶାରେ ୪ଡିଗ୍ରୀ ଏବଂ ଉପକୂଳରେ ୩ ଡିଗ୍ରୀ ପର୍ୟ୍ୟନ୍ତ ରାତି ତାପମାତ୍ରା ଖସିବ। ଘନ କୁହୁଡି ଯୋଗୁଁ ରାଜପଥ ଗୁଡିକରେ ଗାଡିମୋଟର ବେଗକୁ ନିୟନ୍ତ୍ରଣ କରିବା ଉପରେ ପଦକ୍ଷେପ ନେବାକୁ ଏସ୍‌ଆରସି ଉପରୋକ୍ତ ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories