www.samajalive.in
Sunday, December 7, 2025
23.1 C
Bhubaneswar

ସମ୍ବିଧାନ ଅବମାନନା ନେଇ ଡମପଡ଼ା ବ୍ଲକ ବିଡିଓଙ୍କ ନାମରେ ଏତଲା 

କଳାପଥର(ବାଙ୍କୀ) : ଭାରତୀୟ ସମ୍ବିଧାନକୁ ବାଙ୍କୀ ଡମପଡ଼ା ବ୍ଲକ ବିଡିଓ ଅବମାନନା କରିଥିବା ଅଭିଯୋଗ କରି ବାଙ୍କୀ କଂଗ୍ରେସ ବିଡିଓ ଆର୍ତ୍ତବନ୍ଧୁ ଲେଙ୍କାଙ୍କ ନାମରେ ବାଙ୍କୀ ଥାନାରେ ଏତଲା କରିଛି। ଅଭିଯୋଗ ଅନୁଯାୟୀ ବିଡିଓ ସରକାରୀ କାର୍ୟ୍ୟକ୍ରମକୁ ଦଳୀୟ କାର୍ୟ୍ୟକ୍ରମରେ ପରିଣତ କରି ଦଳୀୟ ଭିତ୍ତିକ ଲୋକଙ୍କୁ କାର୍ୟ୍ୟକ୍ରମରେ ସାମିଲ୍ କରୁଛନ୍ତି । ଏପରିକି ଭତ୍ତା ବଣ୍ଟନ କାର୍ୟ୍ୟକ୍ରମରେ ବାଙ୍କୀ ବିଧାୟକ ଅନୁପସ୍ଥିତ ରହିଥିବା ବେଳେ ପୂର୍ବତନ ବିଧାୟକ ଏବଂ ବିଭିନ୍ନ ଗ୍ରାମ ପଂଚାୟତର ଦଳିୟ କାର୍ୟ୍ୟକର୍ତ୍ତାଙ୍କୁ ନେଇ ଭତ୍ତାବଣ୍ଟନ ୨୫ତାରିଖରେ କରିଥିଲେ ।

ସୂଚନା ଥାଉକି, ପୂର୍ବରୁ ଡମପଡ଼ା ବ୍ଲକ ବିଡିଓ କୁସୁପଙ୍ଗି ଠାରେ ୮ଗୋଟି ପଂଚାୟତର ହୋଇଥିବା ଭତ୍ତାବଣ୍ଟନ କାର୍ୟ୍ୟକ୍ରମରେ ଡମପଡ଼ା ବ୍ଲକ ବିଜୁ ଜନତା ଦଳ ସଭାପତି ଏବଂ ଛାତ୍ର ବିଜେଡି ସଭାପତିଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା । ଭାରତୀୟ ସମ୍ବିଧାନ ଅନୁଯାୟୀ ସରକାରୀ କାର୍ୟ୍ୟକ୍ରମରେ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କୁ ଆସନ ଅଳଢଙ୍କୃତ କରିବାର ବ୍ୟବସ୍ଥା ରହିଥିବା ବେଳେ ଭାରତୀୟ ସମ୍ବିଧାନକୁ ଉଲଘଂନ କରି ଶ୍ରୀଯୁକ୍ତ ଲେଙ୍କା ବିଧାୟକଙ୍କ ଅନୁପସ୍ଥିତ ବେଳେ ପୂର୍ବତନ ବିଧାୟକ ଏବଂ ଦଳିୟ ଲୋକଙ୍କୁ ମଞ୍ଚରେ ବସାଇ ସରକାରୀ କାର୍ୟ୍ୟକ୍ରମ କରୁଛନ୍ତି । ଯାହା ବିରୁଦ୍ଧରେ ଆଜି ଯୁବ କଂଗ୍ରେସ ନେତା ପାର୍ଥା ସାରଥୀ ପାଣି ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଭାରତୀୟ ସମ୍ବିଧାନକୁ ଉଲଘଂନ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଆଇନ୍‌ଗତ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରାଯାଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories