www.samajalive.in
Sunday, December 14, 2025
17.1 C
Bhubaneswar

କପଡା ବ୍ୟାଗ ପ୍ରସ୍ତୁତ କାରୀ କାରଖାନାରେ ଚଢ଼ାଉ, ୪ କ୍ବୁଣ୍ଟାଲ ପଲିଥିନ ଜବତ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ପଥରା ଛକ ଠାରେ ମଙ୍ଗଳବାର ଅପରାହ୍ନରେ କପଡା ବ୍ୟାଗ ପ୍ରସ୍ତୁତ କାରଖାନା ଉପରେ ପୁଲିସ ଓ ପ୍ରଶାସନ ମିଳିତ ଭାବେ ଚଢ଼ାଉ କରାଯାଇଥିଲା । ଚଢାଉ ସମୟରେ ସେଠାରୁ କେତେକ ଅଖା ବସ୍ତାରେ ପ୍ରାୟ ୪ କ୍ବୁଣ୍ଟାଲ ପଲିଥିନ ଜବତ କରାଯାଇଥିବା ସହ ତାହାର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। କୌଣସି ସୁତ୍ରରୁ ଖବର ପାଇ କନିଷି ତହସିଲଦାର ତାପସ ରାଉତ ଓ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ପ୍ରମୁଖ ଚଢ଼ାଉ କରିଥିଲେ। ଏହି ସମୟରେ ଉକ୍ତ କାରଖାନା ପରିସରରେ କେତେକ ବ୍ୟାଗରେ ବେଆଇନ ଭାବେ ପଲିଥିନ ବ୍ୟାଗ ମହଜୁଦ ରଖିଥିବା ମିଳିଥିଲା। ଏନେଇ କାରଖାନା ମାଲିକ ଶିବ ପାଣିଗ୍ରାହୀଙ୍କୁ ପଚରାଉଚରା ସମୟରେ ସେ ଏହାକୁ ବିକ୍ରି ନିମନ୍ତେ ରଖିଥିବା ମାନିଥିଲେ। ଏହି କ୍ରମରେ ପ୍ରଶାସନ ପକ୍ଷରୁ ଉକ୍ତ ୪ କ୍ବୁଣ୍ଟାଲ ପଲିଥିନ ଜବତ କରାଯିବା ସହ ୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଜବତ କରାଯାଇଥିବା ପଲିଥିନଗୁଡ଼ିକୁ ଆସନ୍ତା ଦିନରେ ନଷ୍ଟ କରାଯିବ ବୋଲି ତହସିଲଦାର ଶ୍ରୀ ରାଉତ ସୂଚନା ଦେଇଛନ୍ତି। ପଲିଥିନ ତିଆରି ଓ ବିକ୍ରି ବେଆଇନ ରହିଥିବା ବେଳେ ପ୍ରତିଦିନ ଶହ ଶହ କ୍ବୁଣ୍ଟାଲ ପଲିଥିନ ବ୍ୟାଗ ପ୍ରସ୍ତୁତ ହେଉଥିବା ସହ ବଜାରରେ ବେଧଡକ ବିକ୍ରି ଚାଲିଛି। ପୂର୍ବରୁ ପ୍ରଶାସନ ଓ ପୁଲିସ ପକ୍ଷରୁ ପଲିଥିନ ନେଇ ଚଢ଼ାଉ ଜୋରଦାର କରାଯାଇଥିବା ବେଳେ ଏବେ ଏଥିରେ କିଛି କୋହଳ ହୋଇଯାଇଥିବାରୁ ମୁନାଫାଖୋର ବ୍ୟବସାୟୀ ମାନେ ପୁଣି ଥରେ ପଲିଥିନ ବେପାରକୁ ଖୋଲାଖୋଲି ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories