www.samajalive.in
Monday, December 15, 2025
16.1 C
Bhubaneswar

ଉଠିଲାନି ଧାନ : ରାଜ ରାସ୍ତାକୁ ଓହ୍ଲାଇଲେ ପଣ୍ଡିଗାଁ ମଣ୍ଡିର ଚାଷୀ, ଟାୟାର ଜାଳି ରାସ୍ତା ଅବରୋଧ

କଲମପୁର : ଚାଷୀ ଏବେ ଅଭାବି ବିକ୍ରିର ଶିକାର। ଧାନ ଅମଳ ଶେଷ ହେବାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ କେତେବେଳେ ଟାର୍ଗେଟ ଅଭାବ ତ କେତେବେଳେ ଟ୍ରକ ଆସୁନଥିବା ଅଖା ଅଭାବ ଭଳି ସମସ୍ୟା ଦର୍ଶାଇ ମଣ୍ଡି ଅଚଳ ହେଉଛି। ପ୍ରଶାସନ ମଧ୍ୟ ନିରବ ଦର୍ଶକ। ସ୍ଥାନୀୟ ଲୋକ ପ୍ରତିନିଧି ଚାଷୀଙ୍କ ସମସ୍ୟା ପାଇଁ ଆଖି ବୁଜି ଦେଇଛନ୍ତି। ଏବେ ରବି ଧାନ ପାଇଁ ଜଳ ସେଚନ ଆରମ୍ଭ ହେଇଯାଇଛି। କିନ୍ତୁ ଚାଷୀ ଧାନ ବିକ୍ରି କରିପାରି ନାହାଁନ୍ତି। ଧାନ ବିକ୍ରି କରି ପାରିନଥିବାରୁ ଚାଷୀଙ୍କ ପାଖରେ ଅର୍ଥ ଅଭାବ। ଯାହା ସେମାନଙ୍କ ରବି ଧାନ ଚାଷ ପାଇଁ ପ୍ରସ୍ତୁତିରେ ବାଧକ ସାଜିଛି।

ଏଭଳି ସମସ୍ୟାର ସମାଧାନ ପାଇଁ ତୁରନ୍ତ ଧାନ କ୍ରୟର ଟାର୍ଗେଟ ବୃଦ୍ଧି କରି ଧାନ ଉଠାଣ ପ୍ରତି ଗୁରୁତ୍ୱ ଦେବା ପାଇଁ ଶନିବାର ଦିନ ପଣ୍ଡିଗାଁର ଚାଷୀ ତହସିଲ କାର୍ଯ୍ୟାଳୟକୁ ଯାଇ ଟାର୍ଗେଟ ବୃଦ୍ଧି ପାଇ ଦାବି କରିଥିଲେ। ୨୪ ଘଣ୍ଟା ମଧ୍ୟରେ ପ୍ରଶାସନ ଚାଷୀଙ୍କ ଦାବି ପ୍ରତି ଗୁରୁତ୍ୱ ନଦେଲେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଥିଲେ। କିନ୍ତୁ ରବିବାର ସଂଧ୍ୟା ସୁଦ୍ଧା କିଛି ଟାର୍ଗେଟ ଆସିନଥିବାରୁ ସୋମବାର ସକାଳୁ ଚାଷୀ ମାନଙ୍କ ଦ୍ୱାରା କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର ମଣ୍ଡି ନିକଟରେ ଅଖା ବସ୍ତା ରଖିବା ସହ ଟାୟର ଜାଳି ରାସ୍ତା ରୋକ ଆରମ୍ଭ କରାଯାଇଛି। ଯେଉଁଥି ପାଇଁ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଥୁଆମୁଳ ରାମପୁର ଓ ମୁଖିଗୁଡା ଅଞ୍ଚଳର ଯାତ୍ରୀ ପ୍ରଭାବିତ ହେବେ। ଦାବି ପୁରଣ ନହବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ବିପିନ ପ୍ରଧାନୀ ମତ ବ୍ୟକ୍ତ କରିଛନ୍ତି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories