www.samajalive.in
Wednesday, December 10, 2025
16.1 C
Bhubaneswar

୨୩ ଅଧିକାରୀଙ୍କୁ ନିଲମ୍ବନ କଲେ ବିହାର ସରକାର; ଉଚ୍ଚ ନ୍ୟାୟାଳୟର ତତ୍ଵାବଧାନରେ ସିବିଆଇ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ପାଟ୍‍ନା: ମୁଜାଫରପୁର ସରକାରୀ ଆଶ୍ରୟସ୍ଥଳରେ ରହୁଥିବା ନାବାଳିକାଙ୍କୁ ଅମାନବୀୟ ନିର୍ଯାତନା ଘଟଣାରେ ବିହାର ସରକାର ୨୩ ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ଶିଶୁ ସୁରକ୍ଷା ୟୁନିଟ୍‍ର ୬ ଜଣ ସହନିର୍ଦେଶକ ଅଛନ୍ତି। ଆଶ୍ରୟ ସ୍ଥଳରେ ଦୀର୍ଘ ଦିନ ଧରି ନାବାଳିକାମାନେ ନିର୍ଯାତନାର ଶିକାର ହୋଇ ଆସୁଥିବା ବେଳେ ସେ ସମ୍ପର୍କରେ କୌଣସି ପଦକ୍ଷେପ ଗ୍ରହଣ କରି ନଥିବା ଓ ସେଠାରେ ଚାଲୁଥିବା ଅନିୟମିତତା ସମ୍ପର୍କରେ ଠିକ୍‍ ସମୟରେ ରିପୋର୍ଟ ପ୍ରଦାନ କରି ନଥିବା ଅଭିଯୋଗରେ ସମ୍ପୃକ୍ତ ୬ ଜଣ ସହନିର୍ଦେଶକଙ୍କୁ ନିଲମ୍ବନ କରାଯାଇଛି।
ଏଥିସହିତ ଟାଟା ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍ସର ଅଡିଟ୍‍ ରିପୋର୍ଟ ଆଧାରରେ ୬ଟି ଜିଲାର ଶିଶୁ କଲ୍ୟାଣ କମିଟିକୁ ଭାଙ୍ଗି ଦିଆଯାଇଛି। ପ୍ରତି ସରକାରୀ ଆଶ୍ରୟସ୍ଥଳରେ ସିସିଟିଭି କ୍ୟାମେରା ସହିତ ଆଣ୍ଡ୍ରୋଏଡ୍‍ ଯୁକ୍ତ ଉପକରଣ ଲଗାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଉପକରଣ ଜରିଆରେ ଅନ୍ତେବାସୀମାନେ ସେମାନଙ୍କ ଅଭିଯୋଗ ସିଧାସଳଖ ପଞ୍ଜିକରଣ କରିପାରିବେ। ଏଥିସହିତ ୧୩ଟି ନୂଆ ଆଶ୍ରୟସ୍ଥଳ ଅନୁମୋଦନକୁ ସରତାର ବାତିଲ୍‍ କରିଛନ୍ତି।
ଉକ୍ତ ଲଜ୍ଜାଜନକ ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିବା ପରେ ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି। ଘଟଣାରେ ସମ୍ପୃକ୍ତ କୌଣସି ଅଧିକାରୀଙ୍କୁ ମଧ୍ୟ ଛଡ଼ାଯିବନି ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ଅପରପକ୍ଷରେ ବିହାର ମୁଖ୍ୟ ବିରୋଧୀ ଦଳ ଆରଜେଡି ନେତୃତ୍ୱରେ ଏକାଧିକ ଦଳ ନୂଆଦିଲ୍ଲୀରେ ଏହି ଘଟଣାର ନିନ୍ଦା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଅପରପକ୍ଷରେ ଏହି ଘଟଣାରେ ସିବିଆଇ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ସ୍ପର୍ଷକାତର ଘଟଣା ଦୀର୍ଘ ଦିନ ଧରି ମୁଜାଫରପୁର ପରି ସହରରେ ଦୀର୍ଘ ଦିନ ଧରି ପ୍ରଶାସନର ଛତ୍ରଛାୟା ତଳେ କିପରି କାର୍ଯ୍ୟକାରୀ ହେଉଥିଲା ଏହାକୁ ନେଇ ବିହାର ରାଜନୀତି ବେଶ୍ ସରଗରମ ହୋଇ ପଡ଼ିଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉକ୍ତ ଘଟଣାରେ ସିବିଆର ହସ୍ତକ୍ଷେପକୁ ସ୍ବାଗତ କରିଥିବାବେଳେ ଉଚ୍ଚ ନ୍ୟାୟାଳୟ ପ୍ରତ୍ୟକ୍ଷତାରେ ତଦନ୍ତ କରିବାକୁ ପରାମର୍ଶ ଦେଇଛନ୍ତି।

Hot this week

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories