www.samajalive.in
Sunday, December 7, 2025
26.1 C
Bhubaneswar

ଜୁଲାଇରେ ହୋଣ୍ଡା ୨ ହ୍ୱିଲର୍ସ ଇଣ୍ଡିଆର ୫,୪୮,୫୭୭ ୟୁନିଟ୍ ବିକ୍ରି

ଭୁବନେଶ୍ୱର : ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ କ୍ରମାଗତ ତୃତୀୟ ମାସ ପାଇଁ ୫ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି କରିଛି। ୨୦୧୮ ଜୁଲାଇ ମାସରେ କମ୍ପାନୀ ୫,୪୮,୫୭୭ ୟୁନିଟ୍ ଗାଡ଼ି ବିକ୍ରି କରିଛି। ୨୦୧୭ ଜୁଲାଇରେ କମ୍ପାନୀ ୫,୪୪,୫୨୯ ୟୁନିଟ୍ର ଗାଡ଼ି ବିକ୍ରି କରିଥିଲା। ଏହି ମାସରେ କମ୍ପାନୀର ରପ୍ତାନି ୪୦,୧୬୨ ୟୁନିଟ୍ ହୋଇଛି ଯାହା ୨୦୧୭ ଜୁଲାଇରେ ୩୨,୫୬୯ ୟୁନିଟ୍ ଥିଲା। ୨୦୧୮ ଏପ୍ରିଲ୍ରୁ ଜୁଲାଇ ମାସ ମଧ୍ୟରେ କମ୍ପାନୀ ଘରୋଇ ବଜାରରେ ମୋଟ ୨୦ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି କରିଛି। ଗତବର୍ଷ ଏହି ସମୟରେ କମ୍ପାନୀର ବିକ୍ରି ପରିମାଣ ୧୯,୯୦,୪୩୮ ୟୁନିଟ୍ ରହିଥିଲା। ୨୦୧୮ରେ ତାହା ୧୦% ବୃଦ୍ଧି ପାଇ ୨୧,୯୮,୮୩୮ ୟୁନିଟ୍ ହୋଇଛି। ଅଟୋମେଟିକ୍ ସ୍କୁଟର ବିକ୍ରିରେ କମ୍ପାନୀ ୧୧% ଅଭିବୃଦ୍ଧି ହାସଲ କରି ୧୪,୫୭,୪୮୫ ୟୁନିଟ୍ ସ୍କୁଟର ବିକ୍ରି କରିଛି। ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ର ବିକ୍ରି ଓ ମାର୍କେଟିଂର ବରିଷ୍ଠ ଉପସଭାପତି ୟଦବିନ୍ଦର ସିଂହ ଗୁଲେରିଆ, କହିଛନ୍ତି ଯେ, ୨୦୧୮ ଜୁଲାଇରେ ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ୨୦୦୧ରେ ଏହାର କାରବାର ଆରମ୍ଭ କରିବା ପରଠାରୁ କ୍ରମବର୍ଦ୍ଧିଷ୍ଣୁ ଭାବେ ୩୮ ନିୟୁତ ଗ୍ରାହକ ସ୍ତର ହାସଲ କରିଛି। ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ସହ ମାତ୍ର ୪ ମାସରେ ହୋଣ୍ଡା ୨୦ ଲକ୍ଷରୁ ଅଧିକ ୟୁନିଟ୍ ବିକ୍ରି କରିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories