www.samajalive.in
Sunday, December 14, 2025
23.1 C
Bhubaneswar

ଚୀନକୁ ବାୟୁସେନା ମୁଖ୍ୟଙ୍କ ଚେତାବନୀ- ଭାରତ ବି ଆକ୍ରମଣାତ୍କମ ହୋଇପାରିବ

ନୂଆଦିଲ୍ଲୀ: ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛି। ଭାରତୀୟ ଅଞ୍ଚଳକୁ ଜୋର ଜବରଦସ୍ତି କବ୍‌ଜା କରିବାକୁ ଉଦ୍ୟମ କରୁଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ବାୟୁସେନା (ଆଇଏଏଫ) ମୁଖ୍ୟ ଆର.କେ.ଏସ. ଭଦୌରିଆ ଚୀନକୁ କଡ଼ା ଚେତାବନୀ ଦେଇଛନ୍ତି। ଏଲଏସିରେ ଯଦି ଚୀନ ଆକ୍ରମଣାତ୍ମକ ହେବାକୁ ଚେଷ୍ଟା କରେ, ତେବେ ଭାରତ ବି ଆକ୍ରମଣାତ୍ମକ ହୋଇପାରିବ ବୋଲି ଭଦୌରିଆ କହିଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ଏଲଏସିର ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟ ଉପରେ ଭଦୌରିଆଙ୍କୁ ପ୍ରଶ୍ନ କରାଯିବା ପରେ ସେ ଏହି କଥା କହିଥିଲେ। ଗତମାସରେ ଭଦୌରିଆ କହିଥିଲେ, ଭାରତ ସହିତ କୌଣସି ପ୍ରକାର ‘ଗୁରୁତର ବିବାଦ’ ବିଶ୍ଵ ସାମ୍ନାରେ ଚୀନ ପାଇଁ ଭଲ ନୁହେଁ।

- Advertisement -

ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଭଦୌରିଆ କହିଥିଲେ, ଭାରତ-ଚୀନ ମଧ୍ୟରେ କୌଣସି ପ୍ରକାର ଗୁରୁତର ବିବାଦ ଚୀନ ପାଇଁ ବିଶ୍ଵ ସାମ୍ନାରେ ଭଲ ନୁହେଁ। ଏଲଏସିରେ ଚୀନ ସେନା ପକ୍ଷରୁ ବହୁ ସଂଖ୍ୟାରେ ସ​ସୈନିକ ମୁତୟନ କରାଯାଇଛି। ବଡ଼ ସଂଖ୍ୟାରେ ରାଡାର, କ୍ଷେପଣାସ୍ତ୍ର ମୁତୟନ କରାଯାଇଛି। ଆମେ ଏହାର ମୁକାବିଲା ପାଇଁ ଯାହା କିଛି ଆବଶ୍ୟକ ସେସବୁ ପଦକ୍ଷେପ ନେଇଛୁ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories