www.samajalive.in
Monday, December 15, 2025
26.1 C
Bhubaneswar

ନେତାଜୀ ଜୟନ୍ତୀରେ ରକ୍ତଦାନ ଶିବିର, ୨୭ୟୁନିଟ ରକ୍ତ ସଂଗ୍ରହ

ବେଗୁନିଆ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ପୂଣ୍ୟତିଥିରେ ବେଗୁନିଆ ସଦର ମହକୁମାସ୍ଥିତ ଆଦର୍ଶ କ୍ଲବ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଶିବିରର ପ୍ରାରମ୍ଭରେ ନେତାଜୀଙ୍କ ଫଟୋ ଚିତ୍ରରେ ମଲ୍ୟାର୍ପଣ ପରେ ରକ୍ତଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା। ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ର ନାଥ ପାଣିଗ୍ରାହୀ,ସଭ୍ୟ ଲକ୍ଷ୍ମୀକାନ୍ତ ମହାପାତ୍ର, ଓମ ପ୍ରକାଶ ବାହୁ ବଳେନ୍ଦ୍ର, ମୀର ମେହଫୁଜ ଅଲ୍ଲୀ ଓ ସମୀର ପାଳ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ନୟାଗଡ ରକ୍ତଭଣ୍ଡାର ଡାକ୍ତର ଶରତ ଚନ୍ଦ୍ର ପାତ୍ର, କାଉନସେଲର ଅଜୟ କୁମାର ପଟ୍ଟନାୟକ, ଲାଵଟେକ୍ନିସିଆନ ରବୀନ୍ଦ୍ର କୁମାର ସାହୁ ଓ ସହାୟକ ପଞ୍ଚୁ ଦଳେଇ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। କାର୍ଯ୍ୟକ୍ରମକୁ ସାମ୍ବାଦିକ ଯୋଗେଶ୍ୱର ପଣ୍ଡା ପରିଚାଳନା କରିଥିଲେ ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories