BJD Bijuli 480×75 Mob

ଆଜି ଶାମ୍ବ ଦଶମୀ : ପ୍ରଭୁ ସୂର୍ଯ୍ୟଦେବତାଙ୍କର ପୂଜା, ବାଇଗଣପତ୍ରରେ ଭୋଗ ସାଜିଥାଏ ମୁଖ୍ୟ ଆକର୍ଷଣ

BJD Bijuli 480×75 Mob

ଭୁବନେଶ୍ୱର :  ଆଜି ହେଉଛି ପୌଷ ଶୁକ୍ଳ ଦଶମୀ ଯାହାକୁ ଶାମ୍ବ ଦଶମୀ ଭାବେ ପାଳନ କରାଯାଏ। ଏହା ପ୍ରତ୍ୟକ୍ଷ ଭାବେ ଦର୍ଶନ ଦେଉଥିବା ଦେବତା ସୂର୍ଯ୍ୟଦେବତାଙ୍କର ପୂଜା। ଆଜି ମୁଖ୍ୟତଃ ସୂର୍ଯ୍ୟଦେବତାଙ୍କୁ ଯଥାବିଧି ଭାବେ ପୂଜାର୍ଚ୍ଚନା କରାଯାଇ ବାଇଗଣ ପତ୍ରରେ ଜାଉ, ତରକାରୀ ଭୋଗ କରାଯାଇ ସୂର୍ଯ୍ୟଦେବଙ୍କୁ ସମର୍ପଣ କରାଯାଇ ଛୋଟ ଛୋଟ ପିଲାଙ୍କୁ ଖାଇବାକୁ ଦିଆଯାଏ। କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟରେ ପ୍ରଚୁର ପରିମାଣରେ ପନିପରିବା ମିଳିଥାଏ। ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ ଘାଣ୍ଟ ତରକାରୀ କୁହାଯାଏ। ଏହାସହ ଏହି ଦିନ ନବଗ୍ରହ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଏ।
ପୂଜା ବିଧି –
ନିଜ ସନ୍ତାନମାନଙ୍କ ମଙ୍ଗଳକାମନା କରି ଏହି ପର୍ବକୁ ନିଷ୍ଠାର ସହ ପାଳନ କରାଯାଏ। ସୂର୍ଯ୍ୟଦେବତାଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ଘରେ ତିନି ପ୍ରକାରର ପୂଜା ହୋଇଥାଏ। ପ୍ରଥମେ ସ୍ନାନ ସାରି ସୂର୍ଯୋଦୟ ପରେ ଫଳମୂଳ ଓ ମିଷ୍ଟାନ୍ନ ଆଦି ନୈବେଦ୍ୟ ବଢାଯାଏ।ଏହାପରେ ମଧ୍ୟାହ୍ନରେ ବିଭିନ୍ନ ପ୍ରକାରର ପିଠା, ମିଠା, ଘାଣ୍ଟ ତରକାରୀ ସୂର୍ଯ୍ୟଦେବତାଙ୍କୁ ଅର୍ପଣ କରାଯାଏ। ଶେଷରେ ସୂର୍ଯ୍ୟସ୍ତ ପୂର୍ବରୁ ମଧ୍ୟ ପ୍ରଭୁଙ୍କୁ ଧୂପଦୀପ , ବିଭିନ୍ନ ପ୍ରକାରର ପିଠା ଭୋଗ ଅର୍ପଣ କରାଯାଏ।

 

Comments are closed.