www.samajalive.in
Monday, December 15, 2025
16.1 C
Bhubaneswar

ରାଜ୍ୟ ରପ୍ତାନି ପୁରସ୍କାର ସମାରୋହ, ଓଡ଼ିଶାର ରପ୍ତାନି ୫୫% ବୃଦ୍ଧି ପାଇଛି କହିଲେ ନବୀନ

ଭୁବନେଶ୍ୱର: କରୋନା ମହାମାରୀ ସତ୍ତ୍ବେ ଚଳିତ ଆର୍ଥିକ ବର୍ଷର ନଭେମ୍ବର ସୁଦ୍ଧା ଗତବର୍ଷ ତୁଳନାରେ ଓଡ଼ିଶାର ରପ୍ତାନି ୫୫% ବୃଦ୍ଧି ପାଇଛି। ଶୁକ୍ରବାର ରାଜ୍ୟ ରପ୍ତାନି ପୁରସ୍କାର ସମାରୋହକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ସୂଚନା ଦେବା ସହିତ ଖୁସି ପ୍ରକଟ କରିଛନ୍ତି। ଆନ୍ତର୍ଜାତିକ ବଜାରରେ କଡ଼ା ପ୍ରତିଦ୍ବନ୍ଦ୍ବିତା ଏବଂ ମାନ୍ଦାବସ୍ଥା ସତ୍ତ୍ବେ ଓଡ଼ିଶାର ରପ୍ତାନିକାରୀଙ୍କ ପ୍ରଦର୍ଶନ ଉଲ୍ଲେଖଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି। ଓଡ଼ିଶାରେ ପ୍ରସ୍ତୁତ ଅନେକ ଉତ୍ପାଦ ଆନ୍ତର୍ଜାତିକ ବଜାରରେ ପ୍ରତିଦ୍ବନ୍ଦ୍ବିତା କରିବାର ସାମର୍ଥ୍ୟ। ଆଗାମୀ ଦିନରେ କଳାହାଣ୍ଡି, କନ୍ଧମାଳ ଏବଂ ମାଲକାନଗିରିର ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟ ୟୁରୋପ ଏବଂ ଆମେରିକା ବଜାରରେ ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପୋଷଣ କରିବା ସହିତ ରପ୍ତାନି ବୃଦ୍ଧି ପାଇଁ ଉତ୍ପାଦର ଗୁଣବତ୍ତା ଜରୁରୀ ବୋଲି କହିଛନ୍ତି। ଉତ୍ପାଦ କିମ୍ବା ସେବାର ଗୁଣାତ୍ମକ ଦିଗକୁ ବିଚାର କରିବାବେଳେ ଆମେ ଏହାକୁ ବିଶ୍ବସ୍ତରୀୟ କରିବାକୁ ଚିନ୍ତା କରିବା ବୋଲି କହିଛନ୍ତି।

- Advertisement -

ମୁଖ୍ୟମନ୍ତ୍ରୀ ରାଜ୍ୟ ରପ୍ତାନି ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମସ୍ତ ରପ୍ତାନିକାରୀଙ୍କୁ ସେମାନଙ୍କ ଉଦ୍ୟମ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଆଗାମୀ ଦିନରେ ଓଡ଼ିଶାକୁ ରପ୍ତାନି ହବ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ନିତି ଆୟୋଗଙ୍କ ଦ୍ବାରା ପ୍ରସ୍ତୁତ ରପ୍ତାନି ପ୍ରସ୍ତୁତି ସୂଚକାଙ୍କ (ଇପିଆଇ) ୨୦୨୦ରେ ଓଡ଼ିଶା ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ରହିଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେକୌଣସି ରାଜ୍ୟର ଅର୍ଥନୈତିକ ବିକାଶରେ ରପ୍ତାନି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବିଦେଶରେ ବେପାର ବଣିଜକୁ ନେଇ ଓଡ଼ିଶାର ଇତିହାସ ରୁଦ୍ଧିମନ୍ତ। ସାଧବ ପୁଅଙ୍କ କିମ୍ବଦନ୍ତୀ ଆମକୁ ସର୍ବଦା ପ୍ରେରଣା ଯୋଗାଇ ଆସୁଛି। ସ୍ଥାନୀୟ ଉତ୍ପାଦ ରପ୍ତାନିକୁ ସୁଗମ କରିବା ପାଇଁ ପ୍ରତ୍ୟେକ ଜିଲାସ୍ତରୀୟ ରପ୍ତାନି ପ୍ରୋତ୍ସାହନ କମିଟି ଗଠନ କରାଯାଇଛି ବୋଲି କହିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର, ମଧ୍ୟମ ଉ‌େ‌ଦ୍ୟାଗ ବିଭାଗ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ପ୍ରାକୃତିକ ସମ୍ପଦ, ଅବସ୍ଥିତି ଏବଂ ମିଳୁଥିବା ସୁବିଧା ଯୋଗୁଁ ଓଡ଼ିଶା ଦେଶରେ ଏକ ପ୍ରମୁଖ ରପ୍ତାନିକାରୀ ରାଜ୍ୟ ହେବାର ସମ୍ଭାବନା ରହିଛି।

ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର ୨୦୧୭-୧୮, ୨୦୧୮-୧୯ ବର୍ଷ ପାଇଁ ରପ୍ତାନିକାରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଓଡିଶାର ମୋଟ ୨୬ ଜଣଙ୍କୁ ବିଭିନ୍ନ ବର୍ଗରେ ପୁରସ୍କୃତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ସଚିବ (୫-ଟି) ବୈଠକ ସଂଯୋଜନା କରିଥିଲେ।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories