www.samajalive.in
Saturday, December 13, 2025
27.1 C
Bhubaneswar

ଭବାନୀପାଟଣା କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ କୋଭିଡ ଟୀକାକରଣ ୱେବିନାର ଆୟୋଜିତ

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଭବାନୀପାଟଣା କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ କୋଭିଡ-୧୯ ଟୀକାକରଣ ସମ୍ବନ୍ଧୀୟ ୱେବିନାର ଆଜି ଅନୁଷ୍ଠିତ ହୋଇଯାଇଛି। କ୍ଷେତ୍ର ପ୍ରଚାର ସହାୟକ ବିଷ୍ଣୁ ଚରଣ ସାହୁଙ୍କ ଦ୍ୱାରା ପରିଚାଳିତ ଏହି ୱେବିନାରରେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରତାପ କୁମାର ବେହେରା, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାକେଶ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ) ଡାକ୍ତର ଚନ୍ଦ୍ର କାନ୍ତି ଆଚାର୍ୟ୍ୟ, କୋଭିଡ ପରିଚାଳନା ଅଧିକାରୀ ଡାକ୍ତର ନିହାରେନ୍ଦ୍ର ପଣ୍ଡା ଓ କେନ୍ଦ୍ର ସରକାରଙ୍କ ଭୁବନେଶ୍ୱର ଆଞ୍ଚଳିକ ଜନ ସମ୍ପର୍କ କାର୍ୟ୍ୟାଳୟର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ଟୀକାକରଣକୁ ନେଇ ଚାଲିଥିବା ବିଭିନ୍ନ ଭ୍ରାନ୍ତ ଧାରଣା ଓ ଗୁଜବରେ ବିଶ୍ୱାସ ନ କରିବାକୁ ଏବଂ ଟୀକାର ଉପାଦେୟତା ଓ ଗୁରୁତ୍ୱ ସମ୍ପର୍କରେ ବୁଝାଇବା ସହିତ ଟୀକା ନେବାକୁ ପରାମର୍ଶ ଦେଇଥିଲେ।

ଏହା ଛଡା ପୂର୍ବଭଳି କୋଭିଡ ଉପଯୁକ୍ତ ବ୍ୟବହାର ପାଳନ କରିବାକୁ ଅନୁରୋଧ କରିଥିଲେ। ପ୍ରଥମେ ରୋଗୀଙ୍କ ସେବାରେ ନିଯୁକ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାନକାରି ଓ ଆଗ ଧାଡ଼ିର କରୋନା ଯୋଦ୍ଧା ଟୀକା ନେବା ପାଇଁ ଆହ୍ୱାନ ଦେଇଥିଲେ। ଏହାପରେ ୫୦ ବର୍ଷରୁ ଉର୍ଦ୍ଧ୍ବ କିମ୍ବା ଅଣ ସଂକ୍ରମିତ ରୋଗରେ ପୀଡିତ ବ୍ୟକ୍ତି ଏହି ଟୀକା ନେବାକୁ କହିଥିଲେ। ଏହି ଟୀକା ନିରାପଦ ଓ ଫଳପ୍ରଦ ଅଟେ ଏବଂ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ସେ କହିଥିଲେ। ଏହି ଅବସରରେ ଟୀକାକରଣ ଅଭିଯାନରେ ଜନସାଧାରଣ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା। ଏହି କାର୍ୟ୍ୟକ୍ରମରେ ଆଶା, ଅଙ୍ଗନବାଡି କର୍ମୀ, ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ, ଏନଜିଓ କର୍ମକର୍ତା, ସଦସ୍ୟ ଓ ଶିକ୍ଷକ ବହୁ ମାତ୍ରାରେ ଭାଗ ନେଇଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories