www.samajalive.in
Saturday, December 13, 2025
17.1 C
Bhubaneswar

ରାଜ୍ୟରେ ଉଦ୍ୟାନଭିତ୍ତିକ କୃଷିର ରହିଛି ପର୍ଯ୍ୟାପ୍ତ ସୁଯୋଗ: କୃଷି ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର: ରାଜ୍ୟରେ ଉଦ୍ୟାନଭିତ୍ତିକ କୃଷିର ପର୍ଯ୍ୟାପ୍ତ ସୁଯୋଗ ରହିଛି। ଫସଲର ବିବିଧିକରଣ କରାଯାଇ ସ୍ଥାନୀୟ ଅଞ୍ଚଳର ମୃତ୍ତିକା ଓ ଜଳବାୟୁ ଅନୁକୂଳ ଫଳ, ପନିପରିବା ଆଦି ଚାଷ କରାଯାଇ ଚାଷୀମାନଙ୍କ ଆୟକୁ ବହୁଗୁଣିତ କରାଯାଇପାରିବ। ଏହାକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ଫଳ, ପନିପରିବା ଆଦି ଚାଷ ଦିଗରେ ଉଦ୍ୟାନ କୃଷି ଅଧିକାରୀମାନେ ବ୍ୟାପକ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି। ଆଜି କୃଷି ଭବନଠାରେ ଆୟୋଜିତ ଉଦ୍ୟାନ କୃଷି ଅଧିକାରୀମାନଙ୍କ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ଅଧିକାରୀମାନଙ୍କୁ ୫-‘ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମକୁ କଡ଼ାକଡ଼ି ଭାବେ ଅନୁପାଳନପୂର୍ବକ ଅନ୍ୟ ବିଭାଗର ଅଧିକାରୀମାନଙ୍କ ସହିତ ସମନ୍ୱୟ ରକ୍ଷାକରି ଉଦ୍ୟାନକୃଷି ଯୋଜନାଗୁଡ଼ିକର ସଫଳ ରୂପାୟନ କରିବା ପାଇଁ ନିର୍ଦେଶ ଦେଇଛନ୍ତି ।

 

- Advertisement -

ରାଜ୍ୟକୁ ବିଭିନ୍ନ ସମୟରେ ବାତ୍ୟା, ବନ୍ୟା, ମରୁଡ଼ି, ରୋଗପୋକ ଆଦି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ୁଥିବାବେଳେ ଓଡ଼ିଶାରେ ଚାଷୀମାନେ କଠିନ ପରିଶ୍ରମ ଏବଂ ଉନ୍ନତ ବିହନ, କୃଷି ଯନ୍ତ୍ରପାତି, ଆଧୁନିକ ଜ୍ଞାନକୌଶଳ ବ୍ୟବହାର ଯୋଗୁଁ ରାଜ୍ୟ ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ହୋଇପାରିଥିବାବେଳେ କନ୍ଦମୂଳ, କଖାରୁ, ଲେମ୍ବୁ, ପାଳଛତୁ ଉତ୍ପାଦନରେ ଭାରତବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ବାଇଗଣ ଉତ୍ପାଦନରେ ଦ୍ୱିତୀୟ ସ୍ଥାନ ଏବଂ
କାଜୁବାଦାମରେ ତୃତୀୟ ସ୍ଥାନ ହାସଲ କରିପାରିଛି। ଉଦ୍ୟାନ କୃଷିରେ ଅଳ୍ପ ଜମିରେ ଅଧିକ ଲାଭ ପାଇବାର ସୁଯୋଗ ରହିଛି। ଏହି ପରିପ୍ରେକ୍ଷୀରେ ଚାଷୀମାନେ ଅଧିକରୁ ଅଧିକ ଉଦ୍ୟାନ କୃଷି ଭିତ୍ତିକ ଚାଷ ଓ ଅର୍ଥକରୀ ଫସଲ କରିବା ନିମନ୍ତେ ମାନସିକତାରେ ପରିବର୍ତ୍ତନ ଅଣିବାର ଆବଶ୍ୟକତା ରହିଛି। ଜିଲାର ଉଦ୍ୟାନ କୃଷି ଅଧିକାରୀମାନେ ଅନ୍ୟ ଆନୁଷଙ୍ଗିକ ବିଭାଗର ଅଧିକାରୀମାନଙ୍କ ସହିତ ନିୟମିତ ବୈଠକ ଆୟୋଜନ କରି ଜିଲ୍ଲାରେ ସମନ୍ୱିତ କୃଷି ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ। ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ ଓ ସହକାରୀ ନିର୍ଦ୍ଦେଶକମାନେ ଆଗାମୀ ୩ ମାସର କାର୍ଯ୍ୟଖସଡ଼ା ଓ ଜିଲ୍ଲା ନିମନ୍ତେ ଆଗାମୀ ୩ ବର୍ଷର ଯୋଜନା ପ୍ରସ୍ତୁତ କରି ବିଭାଗକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହାଦ୍ୱାରା ଓଡ଼ିଶା ଉଦ୍ୟାନକୃଷି ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବା ସହିତ ଅନ୍ୟ ରାଜ୍ୟମାନଙ୍କୁ ରପ୍ତାନୀ କରିପାରିବ। ଏଥି ସହିତ ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦ ଶର୍ନ କରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ କଡ଼ାକଡ଼ି ତଦାରଖ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ସ୍ଥାନୀୟ ଚାଷୀମାନଙ୍କ ସମସ୍ୟାର ଆଶୁ ସମାଧାନ ନିମନ୍ତେ ପ୍ରତି ସୋମବାର ଦିନ ପଞ୍ଚାୟତ ସ୍ତରୀୟ ବୈଠକ ଏବଂ ବ୍ଲକ୍‌ସ୍ତରରେ ପ୍ରଥମ ଓ ତୃତୀୟ ଶନିବାରରେ ଅନୁଷ୍ଠିତ ବ୍ଲକ୍‌ସ୍ତରୀୟ ବୈଷୟିକ ବୈଠକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଉଦ୍ୟାନ କୃଷି ଅଧିକାରୀ ନିୟମିତ ବୈଠକରେ ଯୋଗଦାନ କରିବା ପାଇଁ କହିଥିଲ। ଅଧିକରୁ ଅଧିକ ଉଦ୍ୟାନ କୃଷି କ୍ଲଷ୍ଟର ଏବଂ ଚାରା ଉତ୍ପାଦନ ନିମନ୍ତେ ଅଧିକ ନର୍ସରୀ ପ୍ରତିଷ୍ଠା କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏଥି ସହିତ ଉଦ୍ୟାନ କୃଷି ଉତ୍ପାଦକୁ ମୂଲ୍ୟଯୁକ୍ତ କରିପାରିଲେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବା ସହିତ ଚାଷୀମାନଙ୍କ ଆୟବୃଦ୍ଧି ହୋଇପାରିବ ବୋଲି ସଚିବ ଡ. ଗର୍ଗ କହିଥିଲେ।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ ଡ. ଏମ୍‌. ମୁଥୁକୁମାର, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନର ନିର୍ଦେଶକ ହେମନ୍ତ କୁମାର ପଣ୍ଡାଙ୍କ ସମେତ ଉଦ୍ୟାନକୃଷି ଉପନିର୍ଦ୍ଦେଶକ, ସହକାରୀ ଉଦ୍ୟାନକୃଷି ନିର୍ଦେଶକମାନେ ଯୋଗଦେଇଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories