www.samajalive.in
Thursday, December 11, 2025
14.1 C
Bhubaneswar

ଚାଷୀଙ୍କ ୬ ଦଫା ଦାବୀ ପୁରଣ ନେଇ ଭାଜପାର ତୁରେକେଲା ଥାନା ଘେରାଉ

କଣ୍ଟାବାଞ୍ଜି: ଆଜି ବଲାଙ୍ଗିର ଜିଲା ତୁରେକେଲା ଥାନାକୁ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱ ରେ ଭାଜପା କର୍ମିମାନେ ଥାନା ଘେରାଉ କରିଥିଲେ। ଦୀର୍ଘ ୮ ଘଣ୍ଟା ଧରି ଥାନାର ମୁଖ୍ୟ ଫାଟକ ନିକଟ ରେଧାରଣାରେ ବସିଥିଲେ। ୬ଦଫା ଦାବି ମଧ୍ୟରେ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସମସ୍ତ ଧାନ ସରକାରଙ୍କ ଦ୍ୱାରା କିଣା ଯିବା, କେନ୍ଦ୍ରୀୟ ଟୋକନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଛେଦ କରାଯାଇ ଜିଲାରେ ଡିଏଲପିସି ମାଧ୍ୟମରେ ଲକ୍ଷ୍ୟଧାର୍ଯ୍ୟ, ଚଳିତ ଖରିଫ ଋତୁରେ ସମସ୍ତ ଟୋକନକୁ ପୁନଃ କାର୍ଯ୍ୟକ୍ଷମ, ମଣ୍ଡିରେ ପଡିଥିବା ଧାନକୁ ତୁରନ୍ତ ଉଠାଯିବା, କଟନୀ ଛଟନୀ ବନ୍ଦ, କୃଷକ ସମ୍ମାନନିଧି ପାଇବାକୁ କେନ୍ଦ୍ରକୁ ସମସ୍ତ ଚାଷୀଙ୍କ ତାଲିକା ତୁରନ୍ତ ପଠାଯିବା ଆଦି ଦାବିକୁ ନେଇ ରାଜ୍ୟର ବିଭିନ୍ନ ଥାନା ଘେରାଉ କରାଯାଉଥିବା ବେଳେ ତୁରେକେଲାରେ ମଧ୍ୟ କରାଯାଇଛି।

ଏହି ଥାନା ଘେରାଉ ଅବସରରେ ଲକ୍ଷ୍ମଣ ବାଗ ସମ୍ବଲପୁରଠାରେ ଚାଷୀ ଅଧିକାର ରାଲି ସମୟରେ ଭାଜପା ନେତା ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ଗଣମାଧ୍ୟକୁ ସୂଚନା ଦେଇଥିଲେ। ଧାରଣାରେ ପୂର୍ବତନ ଜିଲା ଉପସଭାପତି ତଥା ମୂରିବାହାଲ ବ୍ଲକ ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା,ତୁରେକେଲା ମଣ୍ଡଳ ସଭାପତି ହରିସ୍ଚନ୍ଦ୍ର ସାହୁ ,ଯୁଧିଷ୍ଟିର ଜାଲ, ଖଗସା ସରପଞ୍ଚ ସୁଦର୍ଶନ କଟା, ବେଦବ୍ୟାସ ନାଗ, ଅକ୍ଷୟ ମେହେର ଈଶ୍ୱର ନାଏକ,ପ୍ରଫୁଲ ସାହୁ, ଶ୍ୟାମ ରଣା ଦୀପକ ସେଲମା, ତେଜପ୍ରଧାନ ପ୍ରମୁଙ୍କ ସହ ଶତାଧିକ ଭାଜପାକର୍ମି ସାମିଲ ହୋଇଥିଲେ। ଶାନ୍ତି ଶୃଙ୍ଖଳା ମଧ୍ୟରେ ଧାରଣା ଦେଇଥିବା ବେଳେ ତୁରେକେଲା ଥାନା ଆଇଆଇସି. କମଲ ଲୋଚନ ବେହେରାଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories