www.samajalive.in
Wednesday, December 10, 2025
18.1 C
Bhubaneswar

‘କନ୍ୟା କିରଣ’ ପକ୍ଷରୁ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ

ଭୁବନେଶ୍ୱର: କିଟ୍‍ ଓ କିସ୍‍ର ଅନନ୍ୟ ପ୍ର୍ରୟାସ ‘କନ୍ୟା କିରଣ’ ପକ୍ଷରୁ ଆସନ୍ତା ଜାନୁଆରି ୨୪ ରାଜ୍ୟର ୩୦ ଜିଲା ସଦର ମହକୁମା ଓ ପ୍ରମୁଖ ସହରରେ ‘ରାଷ୍ଟ୍ରୀୟ କନ୍ୟା କିରଣ ଦିବସ’ ପାଳିତ ହେବ। ଏହା ବ୍ୟତୀତ ଭୁବନେଶ୍ୱରରେ ଏକ ଭର୍ଚୁଆଲ୍‍ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଜାତୀୟ ଆଲୋଚନାଚକ୍ରରେ ‘ସମ୍ପର୍କ’ର ମୁଖ୍ୟ ତଥା ଆଇଆଇଏମ୍‍, ଅହମ୍ମଦାବାଦ୍‍ର ସହାୟକ ପ୍ରଫେସର ଡ. ସ୍ମିତା ପ୍ରେମଚନ୍ଦର, ବିଶିଷ୍ଟ ଡ଼େଭଲପମେଣ୍ଟ୍‍ ପ୍ରଫେସନାଲ୍‍ ସୂର୍ଯ୍ୟମଣି ରାଉଳ ଏବଂ ‘ପ୍ରଜ୍ଜ୍ୱଳା’ ର ପ୍ରତିଷ୍ଠାତା ଡ଼.ସୁନୀତା କ୍ରିଷ୍ଣନ୍‍ ବକ୍ତା ଭାବେ ଯୋଗଦେବେ ବୋଲି ସୂଚନା ଦିଆଯାଇଛି।

ଚଳିତ ବର୍ଷ କନ୍ୟା କିରଣ ପକ୍ଷରୁ ରାଷ୍ଟ୍ରୀୟ କନ୍ୟା କିରଣ ଦିବସର ବିଷୟବସ୍ତୁ ରଖାଯାଇଛି ‘ମୁଁ ପଢିବି-ମୁଁ ବଢିବି’। କନ୍ୟା କିରଣ ହେଉଛି କିଟ୍‍ ଓ କିସ୍‍ର ଅଭିନବ ପ୍ରୟାସ। ଶିକ୍ଷା ମାଧ୍ୟମରେ କନ୍ୟା ସନ୍ତାନଙ୍କ ସଶକ୍ତିକରଣ, କନ୍ୟା ସନ୍ତାନ ଓ ମହିଳାମାନଙ୍କ ଅଧିକାର, କନ୍ୟା ସନ୍ତାନ ଓ ମହିଳା ବିରୋଧୀ ହିଂସା, ସରକାରଙ୍କ ପକ୍ଷରୁ କନ୍ୟା ସନ୍ତାନ ଓ ମହିଳାଙ୍କ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା, ମହିଳା ଓ କନ୍ୟାଶିଶୁ ଚାଲାଣ ଆଦି ସମ୍ପର୍କରେ ବ୍ୟାପକ ଜନସଚେତନା ସୃଷ୍ଟି କରିବା ହେଉଛି କନ୍ୟା କିରଣ ଅଭିଯାନର ଉଦ୍ଦେଶ୍ୟ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ ୨୦୧୮ ମସିହାରୁ କନ୍ୟା କିରଣ ଅଭିଯାନ ଆରମ୍ଭ କରାଯାଇଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories