www.samajalive.in
Wednesday, December 10, 2025
23.1 C
Bhubaneswar

ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା ଦିବସ ସ୍ମୃତିରେ ମାଗଣା ସ୍ଵାସ୍ଥ୍ୟ ସେବା ଓ ରକ୍ତଦାନ ଶିବିର

ରେଙ୍ଗାଲିକେମ୍ପ : ବରଗଡ଼ ଜିଲ୍ଳା ଅତାବିରା ଲାଦେର ପାଲି ରାମଚଣ୍ଡୀ ମନ୍ଦିରର ଆଜି ପ୍ରତିଷ୍ଠା ଦିବସ। ଏହି ଅବସରରେ ଉକ୍ତ ମନ୍ଦିର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅତାବିରା ଜନ କଲ୍ୟାଣ କୁଲତା ସମାଜ ଓ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟ ର ମିଳିତ ଆନୁକୂଲ୍ୟରେ କୁଲତା ସମାଜର ସଭାପତି ଦିବାକର ପ୍ରଧାନଙ୍କ ସଭାପତିତ୍ୱରେ ଏକ ମାଗଣା ସ୍ବାସ୍ଥ୍ୟ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରଥମେ ମାଁ ରାମଚଣ୍ଡୀଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଥିଲା। ଶିବିରକୁ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ଦୁର୍ୟୋଧନ ଭୋଇ ଯୋଗଦେଇ ଫିତା କାଟି  ଉଦଘାଟନ କରି ଥିଲେ। ସ୍ୱାସ୍ଥ୍ୟ ସେବା ପାଇଁ ସ୍ତ୍ରୀ ପ୍ରସୂତି ବିଭାଗ ଡାକ୍ତର ଲୀନା ବାରୁ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପଲଉ ପ୍ରଧାନ, ଡାକ୍ତର ଅଜିତ ବାରିକଙ୍କ ସହ ଚକ୍ଷୁ ସେବା ପାଇଁ ତ୍ରିଲୋଚନ ନେତ୍ରାଳୟ ସମ୍ବଲପୁର ର ମାନସ ବେହେରାଙ୍କ ପରିଚାଳନା କ୍ରମେ ଡାକ୍ତର ବିକାଶ ସାହୁ, ଅପ୍‌ଟିସିଏନ ଦେବାଶିଷ ସାହୁ,ହେଲଥ କେୟାର ରଶ୍ମିତା ବେହେରା,ଟଙ୍କଧର କନ୍ଧେର,ରାଜେଶ ମେହେର ରହିଥିଲେ। ସେହିପରି ରକ୍ତଦାନ ଶିବିର ରେ ଟେକ୍ନିସିଏନ ରେବତୀ କାନ୍ତ ସାହୁ,ଷ୍ଟାଫ ନର୍ସ ସବିତା ନାଏକ,ଆଟେଣ୍ଡେଣ୍ଟ ରାଜେଶ କୁମାର ରଣା ଓ ଡ୍ରାଇଭର ଲକ୍ଷ୍ମଣ ବଗର୍ତ୍ତି ଙ୍କ ପ୍ରମୁଖ ଭୂମିକା ରହିଥିଲା। ଏଥିରେ ରୋଗୀ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ତହସିଲଦାର ଦୁର୍ୟୋଧନ ଭୋଇଙ୍କ ସମେତ ବହୁ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ସମାଜ ପାଇଁ ଏକ ଉଦାହରଣ ହେବା ସହ “ରକ୍ତଦାନ ମହତ ଦାନ”ବୋଲି ମତବ୍ୟକ୍ତ କରିଛନ୍ତି। ଶିବିରରେ ୩୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ବିଭିନ୍ନ ସମସ୍ୟା ନେଇ ପାଖାପାଖି ୪ଶହ ରୁ ଉର୍ଦ୍ଧ୍ବ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆ ଯାଇଥିଲା। ମନ୍ଦିର ପ୍ରତିଷ୍ଠା ଦିବସ ସ୍ମୃତିରେ”ମାନବ ସେବା ହିଁ ମାଧବ ସେବା” ବୋଲି ପ୍ରମାଣିତ କରିବା ସହ ଏହି ସେବା କାର୍ଯ୍ୟ ଚିରସ୍ମରଣୀୟ ହୋଇ ରହିବ ବୋଲି ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି। ଏଥିରେ ଜନକଲ୍ୟାଣ କୁଲତା ସମାଜ ର ସମସ୍ତ ସଦସ୍ୟ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Hot this week

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

Related Articles

Popular Categories