www.samajalive.in
Friday, December 12, 2025
15.1 C
Bhubaneswar

ବରିଷ୍ଠ ନାଗରିକଙ୍କର ଚିତ୍ତବିନୋଦନ ସମାବେଶ

ଆଠଗଡ: ଆଠଗଡ ଉପଖଣ୍ଡ ସମେତ କଟକ ଜିଲ୍ଲା ଓ ଅନ୍ୟ ଜିଲ୍ଲାର ବରିଷ୍ଠ ନାଗରିକମାନଙ୍କୁ ଏକାଠି ଗୋଟିଏ ସ୍ଥାନରେ ଓ ଗୋଟିଏ ମଞ୍ଚରେ ଏକତ୍ରିତ କରି ସେମାନଙ୍କ ଚିତ୍ତବିନୋଦନ ପାଇଁ ପ୍ରୟାସ କରିଛନ୍ତି ଆଠଗଡର ଜଣେ ଯୁବ ସମାଜସେବୀ। ସନ୍ତାନସନ୍ତତିଙ୍କ ଅନୁପସ୍ଥିରେ ପରିଣତ ବୟସରେ ବିରହ ଜୀବନ ବିତାଉଥିବା ବରିଷ୍ଠ ନାଗରିକଙ୍କ ମୁଁହରେ ଟିକେ ହସ ଫୁଟାଇବା ପାଇଁ ଆଠଗଡ ଅଞ୍ଚଳର ଯୁବ ସମାଜସେବୀ ବିଜୟ କୁମାର ସାହୁ ଗତ ୭ବର୍ଷ ଧରି ଏହିପରି ସମାବେଶ ମାଧ୍ୟମରେ ଉଦ୍ୟମ ଚଳାଇ ଆସିଛନ୍ତି। ବୁଧବାର ସ୍ଥାନୀୟ ଜଗେଇ ମିଶ୍ର ତଇଲାରେ ଅନୁଷ୍ଠିତ ଏହି ବରିଷ୍ଠ ନାଗରିକଙ୍କ ସମାବେଶ ଅବସରରେ ସର୍ବାଧିକ ୧୦୪ବର୍ଷ ବୟସ୍କ ବରିଷ୍ଠ ନାଗରିକ ଭ୍ରମରବର ସାହାଣିଙ୍କୁ ଏହି ଅବସରରେ ପୁଷ୍ପଗୁଚ୍ଛ, ମାନପତ୍ର ଓ ଶୀତବସ୍ତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ବରିଷ୍ଠ ନାଗରିକ ସମାବେଶରେ ଅନ୍ୟତମ ବରିଷ୍ଠ ନାଗରିକ ଗୁଣନିଧି ତ୍ରିପାଠୀ ସଭାପତିତ୍ୱ କରିଥିବାବେଳେ ନିର୍ମଳ ପଟ୍ଟନାୟକ, ଇଂ ଶିବପ୍ରସାଦ ପଣ୍ଡା, ପରମାନନ୍ଦ ସାମଲ, ଯୋଗେନ୍ଦ୍ର ସାହାଣୀ, ମଙ୍ଗୁଳି ବେହେରା, ଧରଣୀଧର ପ୍ରଧାନ ଓ ବ୍ରହ୍ମାନନ୍ଦ ସାହୁଙ୍କ ସମେତ ଅନ୍ୟମାନେ ବକ୍ତବ୍ୟ ରଖି ସେମାନଙ୍କ ଜୀବନର ଅନୁଭୁତି ସମ୍ପର୍କରେ ଆଲୋକପାତ କରିଥିଲେ। ବରିଷ୍ଠ ନାଗରିକମାନେ ନିଜ ନିଜ ମଧ୍ୟରେ ଏବଂ ଆୟୋଜକଙ୍କ ସହିତ ଭାବର ଆଦାନପ୍ରଦାନ କରିବା ସହ ସେମାନଙ୍କର ଭଲମନ୍ଦ ବିଷୟରେ ଆଲୋଚନା କରିଥିଲେ। ଆୟୋଜକଙ୍କ ପକ୍ଷରୁ ସେମାନଙ୍କୁ ଗୋଲାପ ଫୁଲ ପ୍ରଦାନ କରିବା ସହ ଖାଦ୍ୟପେୟରେ ଆପ୍ୟାୟିତ କରି ସେମାନଙ୍କର ବ୍ୟକ୍ତିଗତ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ବିଜୟଙ୍କର ଏଭଳି ମହନୀୟ ପ୍ରୟାସକୁ ବରିଷ୍ଠ ନାଗରିକମାନେ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସଂଜୟ ରଥ, ପ୍ରମୋଦ ପାତ୍ର, ଏକାଦଶୀ ସେଠୀ, ବିଜୟ ନାୟକ, ବାବି ଗୋପାଳ ପଟ୍ଟନାୟକ, ଲଲାଟେନ୍ଦୁ ସେନାପତି ପ୍ରମୁଖ ସହଯୋଗ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories