www.samajalive.in
Friday, December 12, 2025
15.1 C
Bhubaneswar

ବିଶ୍ୱନାଥ ବିଦ୍ୟାପୀଠ ୧୯୮୮ ବ୍ୟାଚ୍‍ ବନ୍ଧୁମିଳନ

ଆଠଗଡ: ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠର ୧୯୮୮ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରଙ୍କର ଏକ ବନ୍ଧୁମିଳନ ଉତ୍ସବ ବୁଧବାର ସ୍ଥାନୀୟ ଉତ୍ତରାଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ହୋଇଯାଇଛି। ଏହି ବ୍ୟାଚର ସହପାଠୀ ତଥା ସମାଜସେବୀ ରାମନାରାୟଣ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏକ ସଭାରେ ବିଭିନ୍ନ କ୍ଷେତ୍ରରେ ଉଚ୍ଚପ୍ରତିଷ୍ଠିତ ଏହି ବ୍ୟାଚର ପୁରାତନ ଛାତ୍ରମାନେ ସେମାନଙ୍କର ସ୍କୁଲ ଜୀବନର ସ୍ମୃତିଚାରଣ କରିବା ସହ ଶିକ୍ଷାଲାଭ କରିଥିବା ନିଜ ବିଦ୍ୟାର ମନ୍ଦିରର ବିକାଶ ପାଇଁ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ସହଯୋଗ କରିବା ପାଇଁ ସହମତି ପ୍ରକାଶ କରିଥିଲେ।

ଏଥିସହିତ ଆଠଗଡ ଅଞ୍ଚଳରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଦୁସ୍ଥ, ଅସହାୟ ଓ ଅବହେଳିତମାନଙ୍କୁ ଆର୍ôଥକ ଓ ଅନ୍ୟ ଉପାୟରେ ସାହାଯ୍ୟ ସହଯୋଗ କରିବା ଲାଗି ପୁରାତନ ଛାତ୍ରମାନେ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଉଚ୍ଚ ପଦପଦବୀରେ ଅବସ୍ଥାପିତ ଏବଂ ବ୍ୟବସାୟରେ ସଫଳତା ହାସଲ କରିଥିବା ବହୁ ପୁରାତନ ଛାତ୍ର ଯୋଗଦାନ କରିଥିଲେ। ଓମ୍‍ ପ୍ରକାଶ ଦାସ, ଶାନ୍ତମୟ ମହାପାତ୍ର, ସୁଶାନ୍ତ ରଥ, ସୁରଜିତ୍‍ ସିଂହ, ଲକ୍ଷ୍ମୀଧର ନାୟକ, ନାରାୟଣ ରଣା, ସିଦ୍ଧାର୍ଥ ମିଶ୍ର, ଦୀପକ ପଣ୍ଡା, କିଶୋର ଚନ୍ଦ୍ର ବେହେରା, ଦେବାଶିଷ ପଟ୍ଟନାୟକ, ଦେବପ୍ରସାଦ ସେଠୀ, ଶୈଳେନ୍ଦ୍ର ପଟ୍ଟନାୟକ, ନିତ୍ୟାନନ୍ଦ ମହାରଣା ଓ ଅଶୋକ ରାଉତ ପ୍ରମୁଖ ଉଦ୍‍ବୋଧନ ଦେଇ ନିଜର ସ୍କୁଲ ଜୀବନ ସ୍ମୃତିକୁ ରୋମନ୍ଥନ କରିଥିଲେ। ଶେଷରେ ଅନ୍ୟତନ ସହପାଠୀ ସୁଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories