www.samajalive.in
Saturday, December 13, 2025
21.1 C
Bhubaneswar

ଆଇନଜୀବୀ ଜିତୁ ପଟ୍ଟନାୟକଙ୍କ ପରଲୋକରେ ଓକିଲ ସଂଘର ଶୋକ

ଆଠଗଡ: ଆଠଗଡର ଜଣେ ଜଣାଶୁଣା ଆଇନଜୀବୀ ସର୍ବଜିତ୍‍ ପଟ୍ଟନାୟକ (ଜିତୁ)ଙ୍କର ଗୁରୁବାର ଭୋର ସମୟରେ କୋଲକାତାରେ ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି। ଆଠଗଡ ଦୁର୍ଗାବଜାର ଅଞ୍ଚଳର ବିଶିଷ୍ଟ ଆଇନଜୀବୀ ରଘୁନାଥ ପଟ୍ଟନାୟକଙ୍କ ଏକମାତ୍ର ପୁତ୍ର ସର୍ବଜିତ୍‍ (୬୧)ଜଣେ ସଫଳ ଓକିଲ, ସରଳ ଓ ମିଷ୍ଟଭାସୀ ବ୍ୟକ୍ତି ଭାବେ ଅଞ୍ଚଳରେ ସମସ୍ତଙ୍କର ପ୍ରିୟଭାଜନ ଥିଲେ। ମଧୁମେହ, ଉଚ୍ଚ ରକ୍ତଚାପ ଓ ଜଣ୍ଡିସ୍‍ ରୋଗରେ ଆକ୍ରାନ୍ତ ଥିବା ଶ୍ରୀ ପଟ୍ଟନାୟକ ଗତ ପ୍ରାୟ ୧ମାସ ହେବ ପ୍ରଥମେ ଭୁବନେଶ୍ୱର ଓ ପରେ କଲିକତାରେ ଚିକିତ୍ସାଧିନ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ତଥା ଗୋପବନ୍ଧୁ ମହିଳା ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡଃ ରିନା ପଟ୍ଟନାୟକ, ଦୁଇଝିଅ ପ୍ରିୟଙ୍କା ଓ ପାୟଲ ଏବଂ ଦୁଇ ଜ୍ୱାଇଁ ନୟନ ଓ ଜୟ ଉପସ୍ଥିତ ଥିଲେ।

ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ମାତ୍ରେ ଆଠଗଡରେ ଶୋକର ଛାୟା ଖେଳି ଯାଇଥିଲା। କଲିକତାରୁ ତାଙ୍କ ମୃତ ଦେହ ଗୁରୁବାର ରାତିରେ ଆଠଗଡରେ ପହଞ୍ଚିବା ପରେ ଏଠାରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଆଇନଜୀବୀଙ୍କ ସମେତ ଶତାଧିକ ଲୋକ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଇନଜୀବୀ ସର୍ବଜିତ୍‍ଙ୍କ ପରଲୋକ ଖବର ଶୁଣି ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଏବଂ ହାଇକୋର୍ଟର ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‍ଗତି କାମନା କରିଥିଲେ। ଏକ ଶୋଭାଯାତ୍ରାରେ ତାଙ୍କ ମୃତ ଦେହକୁ ଆଠଗଡ ଶ୍ମଶାନକୁ ନିଆଯାଇ ଅନ୍ତେଷ୍ଠିକ୍ରିୟା ସଂପନ୍ନ କରାଯାଇଥିବାବେଳେ ବଡଝିଅ ପ୍ରିୟଙ୍କା ଓ ଜ୍ୱାଇଁ ନୟନ ମୁଖାଗ୍ନି ଦେଇଥିଲେ।

- Advertisement -

ଆଇନଜୀବୀ ସର୍ବଜିତ୍‍ ପଟ୍ଟନାୟକଙ୍କ ଅକାଳ ବିୟୋଗରେ ଆଠଗଡ ଓକିଲ ସଂଘ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହେବା ସହ ତାଙ୍କ ସମ୍ମାନାର୍ଥେ ଗୋଟିଏ ଦିନ ପାଇଁ ଅଦାଲତ କାର୍ଯ୍ୟ ବର୍ଜନ କରାଯାଇଥିଲା। ଓକିଲ ସଂଘ ସଭାଗୃହରେ ସଭାପତି ସତ୍ୟେନ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶୋକ ସଭାରେ ଆଇନଜୀବୀମାନେ ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା ଓ ଗୁଣାବଳୀ ସଂପର୍କରେ ଆଲୋକପାତ କରିବା ସହ ଶୋକ ପ୍ରକାଶ କରିଥିଲେ। ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ତାଙ୍କ ଅମର ଆତ୍ମାର ସଦ୍‍ଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ବରିଷ୍ଠ ଆଇନଜୀବୀ ପ୍ରାଣକୃଷ୍ଣ ଦାଶ, ଅଦ୍ୱୈତ ଚରଣ ପଣ୍ଡା, ବିଷ୍ଣୁପ୍ରସାଦ ସାହୁ, ପ୍ରସନ୍ନ କୁମାର ରାଉତ, ଶକ୍ତିଧର ସ୍ୱାଇଁ, ସଂଜୟ କୁମାର ଦାଶ ଓ ସପନ ପଟ୍ଟନାୟକ ପ୍ରମୁଖ ଉଦ୍‍ବୋଧନ ଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ବିୟୋଗ ଆଠଗଡ ଅଞ୍ଚଳ ତଥା ଓକିଲ ସଂଘ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଥିଲେ। ସଂପାଦକ ମନୋରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories