www.samajalive.in
Sunday, December 14, 2025
23.1 C
Bhubaneswar

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ବଣ୍ଟନ

ଆଠଗଡ: କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଆଠଗଡ ଶାଖା ପକ୍ଷରୁ ଆଠଗଡ ବ୍ଲକ ଓ ଏନଏସିର ୯୧ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୧.୮୨କୋଟି ଟଙ୍କା ଋଣ ଆକାରରେ ବଣ୍ଟନ କରାଯାଇଛି। ସ୍ଥାନୀୟ ସୂର୍ଯ୍ୟଭବନ କୃଷି (ସଦନ)ଠାରେ ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଏହି ଋଣ ବଣ୍ଟନ କରିବା ସହିତ ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଦିଗରେ ଯେଉଁଭଳି ବଳିଷ୍ଠ ପଦକ୍ଷେପ ନେଇଛନ୍ତି ତାହା ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ବୋଲି ପ୍ରକାଶ କରିଥିଲେ।

- Advertisement -

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଓ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଯୋଗୁଁ ରାଜ୍ୟରେ ତଥା ଆଠଗଡ ଅଞ୍ଚଳରେ ଶହ ଶହ ସଂଖ୍ୟାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଯାଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ଋଣ ନେଉଥିବା ମହିଳା ଏସଏଚଜି ମାନଙ୍କ ମଧ୍ୟରୁ ଯେଉଁ ଗୋଷ୍ଠୀଗୁଡିକ ମତ୍ସ୍ୟଚାଷ, ଗୋପାଳନ, କୁକୁଡାଚାଷ, ଛତୁଚାଷ ଆଦି ଲାଭଜନକ ବ୍ୟବସାୟରେ ସଫଳତା ହାସଲ କଲେ ସେମାନଙ୍କୁ ଆଦର୍ଶ ସ୍ୱୟଂ ସହାୟକ ଗୋଷ୍ଠୀ ଭାବେ ବିବେଚନା କରାଯାଇ ୧୫ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରତିଶୃତି ଦେଇଥିଲେ। ବ୍ଲକ ସମବାୟ ସଂପ୍ରସାରଣ ଅଧିକାରୀ ହାଡିବନ୍ଧୁ ରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ନାବାର୍ଡର ଡିଡିଏମ୍‍ ସିଦ୍ଦାର୍ଥ ଶଙ୍କର ପଣ୍ଡା, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସଂପାଦକ ଅଶୋକ ଦାସ, ଏସଆରସିଏସ ଆଲୋକ କୁମାର ବଳ, କଟକ ସିସିସି ବ୍ୟାଙ୍କର ଆଠଗଡ ଶାଖା ପରିଚାଳକ ଲକ୍ଷ୍ମୀଧର ପଣ୍ଡା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସମବାୟ ସମିତି ସଂପାଦକ ଶୈଳେନ୍ଦ୍ର ନାରାୟଣ ସ୍ୱାଇଁ ଓ କୃଷକ ସଂଗଠକ ନିରାକାର ଲେଙ୍କା ପରିଚାଳନା କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories