www.samajalive.in
Tuesday, December 9, 2025
23.1 C
Bhubaneswar

ହାଇସ୍କୁଲ ପ୍ରଧାନଶିକ୍ଷକ ବୈଠକରେ ମାଟ୍ରିକ୍‍ ପରୀକ୍ଷାର୍ଥୀଙ୍କୁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ

ଆଠଗଡ: ଆଠଗଡ ବ୍ଲକର ସମସ୍ତ ହାଇସ୍କୁଲ ପ୍ରଧାନଶିକ୍ଷକମାନଙ୍କର ଏକ ବୈଠକ ସ୍ଥାନୀୟ ବିଶ୍ୱନାଥ ବିଦ୍ୟାପୀଠର ସଭାଗୃହରେ ଗୁରୁବାର ବ୍ଲକ ଶିକ୍ଷାଧିକାରୀ ବିଦ୍ୟାଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରୁଥିବା ବିଇଓ ଶ୍ରୀ ମହାପାତ୍ର କରୋନା ଯୋଗୁଁ ୧୦ମାସ ଶିକ୍ଷାଦାନ ବନ୍ଦ ହୋଇଯାଇଥିବାବେଳେ ଏବେ ମାଟ୍ରିକ ପରୀକ୍ଷା ପାଇଁ ଦଶମ ଶ୍ରେଣୀ ପିଲାଙ୍କୁ ଉପଯୁକ୍ତ ଶିକ୍ଷାଦାନ କରି ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ୧୦୦ଦିନିଆ ପାଠ୍ୟକ୍ରମରେ ଉଚ୍ଚମାନର ଶିକ୍ଷାଦାନ କରିବା ସହିତ ପିଲାମାନଙ୍କର ବିଭିନ୍ନ ବିଷୟରେ ଥିବା ସନ୍ଦେହ ଦୂରକରିବା ଦିଗରେ ଶିକ୍ଷକମାନେ ଯତ୍ନବାନ ହେବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି ବୈଠକରେ ୧୦୦ଦିନିଆ ପାଠ୍ୟକ୍ରମର ଲେସନ ପ୍ଲାନ ପ୍ରସ୍ତୁତି ଓ ତାର କାର୍ଯ୍ୟକାରିତା ଉପରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା।

- Advertisement -

କଟକ ଜିଲ୍ଲାରେ ମିଶନ ଜିରୋ ଏଫ୍‍ (ଫେଲ୍‍)ର ସଫଳତା ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକଙ୍କ ଉପରେ ନିର୍ଭର କରୁଛି। କୌଣସି ହାଇସ୍କୁଲରେ କେହି ଯେପରି ମାଟ୍ରିକ୍‍ ପରୀକ୍ଷାରେ ଫେଲ୍‍ ନହୁଅନ୍ତି ଏହି ମିଶନ ଜିରୋ ଏଫ୍‍ର ମୁଖ୍ୟଲକ୍ଷ୍ୟ ବୋଲି ଶ୍ରୀ ମହାପାତ୍ର ବୁଝାଇଥିଲେ। ଏଥିସହିତ ସ୍କୁଲରେ ବିଦ୍ୟାର୍ଥୀମାନଙ୍କ ପାଇଁ କୋଭିଡ ନିୟମାବଳୀକୁ ଅକ୍ଷରେ ଅକ୍ଷରେ ପାଳନ କରିବା, ବିଶୋଧନ ଓ ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବା, ମଧ୍ୟାନ୍ନ ଭୋଜନ ପାଇଁ ଆସିଥିବା ଚାଉଳ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ପ୍ରଦାନ କରିବା, ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ ଓ ସହଭାଗୀତାରେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନା କରାଯାଇଥିଲା। ବିଶ୍ୱନାଥ ବିଦ୍ୟାପୀଠର ପ୍ରଧାନଶିକ୍ଷକ ରୁଦ୍ରନାରାୟଣ ସାମଲ ଓ ଆଠଗଡ ସରକାରୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟୁଲତା ଦାଶ ଏଥିରେ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ। ଆଠଗଡ ବ୍ଲକର ୩୫ଟି ହାଇସ୍କୁଲ ମଧ୍ୟରୁ ୩୩ଟି ହାଇସ୍କୁଲର ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories