ରେଙ୍ଗାଲି: ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ ଦ୍ଵାରା ପ୍ରତ୍ୟେକ ଗ୍ରାମରେ ଛାତ୍ରଛାତ୍ରୀ ତଥା ବୟସ୍କ ବ୍ୟକ୍ତିମାନଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି। ଏହି ଅଭିଯାନରେ ଏକ ସଫଳ କାର୍ଯ୍ୟକର୍ତ୍ତା ଭାବରେ କାର୍ଯ୍ୟ କରି ଆସୁଛନ୍ତି ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଗବେଷକ ଛାତ୍ର ଦିପକ ସାହୁ। ସେ ନିଜ ପଞ୍ଚାୟତ କତରବଗାର ପ୍ରତ୍ୟେକ ଗ୍ରାମ ଯାଇ ଡିଜିଟାଲ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରୁଛନ୍ତି ଓ ବ୍ୟାଙ୍କ୍, ଆଧାର, ମୋବାଇଲ୍ ଆଦି ବିଷୟରେ ବୁଝାଉଛନ୍ତି। ଏଥିରେ ମୁଖ୍ୟ ଭୂମିକା ଜନସେବା କେନ୍ଦ୍ର ଗ୍ରହଣ କରିଥିବା ବେଳେ ରହିଥିବା ବେଳେ ସୁଶାନ୍ତ ଦାସ, ଟିକୁ ବେହେରା, ଗୋପେଶ ପଧାନ ଓ ପ୍ରିତମ୍ କୁମାର୍ ସାହୁ ପ୍ରମୁଖ ସେବାରତ ଅଛନ୍ତି।
Popular Categories



