www.samajalive.in
Sunday, December 7, 2025
14.1 C
Bhubaneswar

ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଗ୍ନିକାଣ୍ଡରେ ୫ ମୃତ

ପୁଣେ: ମହାରାଷ୍ଟ୍ରର ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ (ଏସଆଇଆଇ)ର ଟର୍ମିନାଲ-୧ରେ ଥିବା ନୂଆ ପ୍ଲାଣ୍ଟରେ ଗୁରୁବାର ଘଟିଥିବା ଅଗ୍ନିକାଣ୍ଡ ଯୋଗୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏନଡିଆରଏଫ ଏବଂ ୧୫ ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିଥିବାବେଳେ ଘଟଣାସ୍ଥଳରୁ ୫ ଜଣଙ୍କ ମୃତଦେହ ବାହାର କରିଛନ୍ତି ବୋଲି ପୁଣେ ମେୟର ମୁରଲୀଧର ମୋହଲ ସୂଚନା ଦେଇଛନ୍ତି। ଏହି ଘଟଣାରେ କିଛି ଲୋକଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ବୀକାର କରିଛନ୍ତି ଏସଆଇଆଇର ସିଇଓ ଅଦର ପୁନାୱାଲା।

ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନ ଥିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ, ବିଦ୍ୟୁତ୍‌ ଜନିତ କୌଣସି ତ୍ରୁଟି ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସ୍ତରରୁ ଜଣାପଡ଼ୁଛି। ତେବେ ଏହି କମ୍ପାନୀ ପ୍ରସ୍ତୁତ କରିଥିବା କରୋନା ଟିକା କୋଭିଶିଲ୍ଡ ସୁରକ୍ଷିତ ରହିଥିବା ସୂଚନା ମିଳିଛି।

- Advertisement -

ସୂଚନାଯୋଗ୍ୟ, କରୋନା ଟିକା କୋଭିଶିଲ୍ଡ ପ୍ରସ୍ତୁତ କରୁଥିବା ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆର ନୂଆ ପ୍ଲାଣ୍ଟରେ ଗୁରୁବାର ଅପରାହ୍ନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ସେଥିରେ ଅନେକ ବ୍ୟକ୍ତି ଫସି ରହିଥିବା କୁହାଯାଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି।

୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୫ ମହଲା ବିଶିଷ୍ଟ ଏହି ନୂଆ ପ୍ଲାଣ୍ଟରେ ଅଧିକ ପରିମାଣର କରୋନା ଟିକା କୋଭିଶିଲ୍ଡ ଉତ୍ପାଦନ କରାଯିବାର ଯୋଜନା ରହିଥିଲା। ଗତବର୍ଷ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏହାର ଉଦ୍‌ଘାଟନ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଏହି ପ୍ଲାଣ୍ଟରେ ଟିକା ଉତ୍ପାଦନ ଆରମ୍ଭ ହୋଇ ନ ଥିଲା।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories