www.samajalive.in
Saturday, December 6, 2025
23.1 C
Bhubaneswar

ହ୍ବାଇଟ୍‌ ହାଉସ ଛାଡ଼ିଲେ ଟ୍ରମ୍ପ: ବାଇଡେନ କହିଲେ ଆଜି ଆମେରିକାରେ ନୂଆ ଦିନ

ୱାଶିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋସେଫ ଆର. ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବ ଭାରତୀୟ ସମୟ ରାତି ପ୍ରାୟ ସାଢ଼େ ୮ଟାରୁ ଆରମ୍ଭ ହୋଇଛି। ରାତି ୧୦ଟାରେ ବାଇଡେନ ଦେଶର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ତେବେ ଏହା ପୂର୍ବରୁ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ୍‌ ହାଉସ ଛାଡ଼ିଛନ୍ତି। ହ୍ବାଇଟ୍‌ ହାଉସ ଛାଡ଼ିବା ପୂର୍ବରୁ ଟ୍ରମ୍ପ ନିଜର ଶେଷ ଅଭିଭାଷଣ ରଖିବା ସହିତ ନୂଆ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି। ତେବେ ସେ ତାଙ୍କ ଅଭିଭାଷଣ ସମୟରେ ବାଇଡେନଙ୍କ ନାମ ନେଇନାହାନ୍ତି। ତେବେ ଯିବା ସମୟରେ ଟ୍ରମ୍ପ

ଅନ୍ୟପଟେ ଟ୍ରମ୍ପ ହ୍ବାଇଟ୍‌ ହାଉସ ଛାଡ଼ିବା ପରେ ବାଇଡେନ ଟ୍ବିଟ୍‌ କରି ଲେଖିଛନ୍ତି, ଆଜି ଆମେରିକାରେ ନୂଆ ଦିନ। ଏହା ସହିତ ବାଇଡେନ ତାଙ୍କ ଟ୍ବିଟରର ପ୍ରୋଫାଇଲ ଫଟୋ ଏବଂ କଭର ଫଟୋକୁ ବଦଳାଇଛନ୍ତି। ଅନ୍ୟପଟେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଟ୍ବିଟ୍‌ କରି ବାଇଡେନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓବାମା ଟ୍ବିଟ୍‌ରେ ଲେଖିଛନ୍ତି, ମୋ ବନ୍ଧୁଙ୍କୁ ଶୁଭେଚ୍ଛା, ଏହା ଆପଣଙ୍କ ସମୟ। ଏହି ଟ୍ବିଟ୍‌ ସହିତ ଓବାମା ବାଇଡେନଙ୍କ ସହ ଥିବା ତାଙ୍କର ଏକ ଫଟୋ ପୋଷ୍ଟ କରିଛନ୍ତି।

- Advertisement -

ଏହା ସହିତ ରାତି ୮ଟା ୪୪ରେ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଓବାମା ଏବଂ ବିଲ୍‌ କ୍ଲିଣ୍ଟନ ପହଞ୍ଚିଥିଲେ। ବିଲ୍‌ କ୍ଲିଣ୍ଟନଙ୍କ ସହିତ ହିଲାରୀ କ୍ଲିଣ୍ଟନ ବି ପହଞ୍ଚିଛନ୍ତି। ଶପଥଗ୍ରହଣ ଉତ୍ସବରେ ୧ ହଜାର ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି। କୌଣସି ଅପ୍ରୀତିକର ଘଟଣା ଘଟିବା ଆଶଙ୍କାରେ ଶପଥ ଗ୍ରହଣ ଉତ୍ସବ ସ୍ଥଳରେ ସୁରକ୍ଷା ଦୃଷ୍ଟିରୁ ୨୫ ହଜାର ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories