www.samajalive.in
Wednesday, December 10, 2025
16.1 C
Bhubaneswar

ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଆଜି ଶପଥ ନେବେ ବାଇଡେନ୍‌

ୱାଶିଂଟନ୍ : ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଆଜି ଅପରାହ୍ଣରେ ଶପଥ ଗ୍ରହଣ କରିବେ। ତାଙ୍କ ସହିତ ୪୯ତମ ଉପରାଷ୍ଟ୍ରପତି ଭାବେ କମଳା ହାରିସ୍‌ ମଧ୍ୟ ଶପଥ ଗ୍ରହଣ କରିବେ। ବାଇଡେନ୍‌ଙ୍କୁ ଦେଶର ପ୍ରଧାନ ବିଚାରପତି ଜନ୍‌ ରବର୍ଟସ୍‌ ଓ କମଳାଙ୍କୁ ସୁପ୍ରିମକୋର୍ଟ ବିଚାରପତି ସୋନିଆ ସୋଟେମେୟର ଶପଥପାଠ କରାଇବେ। ବାଇଡେନ୍‌ ଦେଶର ସବୁଠୁ ବୟସ୍କ ରାଷ୍ଟ୍ରପତି ଭାବେ ଓ କମଳା ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ତଥା ପ୍ରଥମ ଭାରତୀୟ ବଂଶୋଦ୍ଭବ ହେବେ।

ଆମେରିକା କ୍ୟାପିଟଲ ହିଲ୍‌ର ପଶ୍ଚିମ ଦ୍ବାର ପଡ଼ିଆରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ଏବଂ ପୂର୍ବ ଦ୍ବାର ନିକଟରେ ଉଭୟ ଜାତି ଉଦ୍ଦେଶ୍ୟରେ ଉଦ୍‌ଘାଟନୀ ବକ୍ତବ୍ୟ ରଖିବେ। ବାଇଡେନ୍‌ଙ୍କ ପତ୍ନୀ ଡଃ ଜିଲ୍‌ ବାଇଡେନ୍‌ ସ୍ବାଗତ ଭାଷଣ ପ୍ରଦାନ କରିବେ। ଅନ୍ୟମାନଙ୍କ ମଧ୍ୟରେ ଐତିହାସିକ ଆର୍ମଷ୍ଟ୍ରଙ୍ଗ ଡନ୍‌ବର ଓ ଡୋରିସ୍‌ କେର୍ଣ୍ଣସ୍‌ ଗୁଡୱିନ୍‌ ପ୍ରମୁଖ ବକ୍ତବ୍ୟ ରଖିବା କାର୍ଯ୍ୟକ୍ରମ ରହିଛି। ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ସମେତ ୧୦୦୦ ଅତିଥି ଓ କଂଗ୍ରେସ ସଦସ୍ୟବୃନ୍ଦ ଯୋଗଦେବେ। ଏହି ପରିପ୍ରେକ୍ଷୀରେ କମଳା ସିନେଟ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଆଗକୁ ସେ ସଂସଦର ଉଚ୍ଚ ସଦନରେ ସ୍ପିକର (ବାଚସ୍ପତିି) ଭାବେ ଦାୟିତ୍ବ ନେବେ। ଶପଥ ଗ୍ରହଣ ଉତ୍ସବରେ ଆମେରିକାର ପ୍ରସିଦ୍ଧ କଳାକାର କେକେ ପାମର୍‌, ଲେଡି ଗାଗା, ଟମ୍‌ ହାଙ୍କ୍ସ ପ୍ରମୁଖ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିବେ।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories