www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ମହାମାରୀ ପାଇଁ ଚୀନ ଓ ଡବ୍ଲ୍ୟୁଏଚଓକୁ ଦାୟୀ କଲା ସ୍ବତନ୍ତ୍ର ଯାଞ୍ଚ ଟିମ୍‌, କହିଲା-ଏମାନଙ୍କ ଅବହେଳା ଯୋଗୁ ଚାଲିଗଲା ଲକ୍ଷ ଲକ୍ଷ ଜୀବନ

ବେଜିଂ: ଚୀନର ଉହାନରୁ ପୁରା ଦୁନିଆକୁ ବ୍ୟାପିଥିବା କରୋନା ମହାମାରୀ ସବୁକିଛି ଧ୍ଵସ୍ତବଧ୍ଵସ୍ତ କରିଦେଇଛି। ଲକ୍ଷ ଲକ୍ଷ ଜୀବନ ଚାଲିଯାଇଛି। କୋଟି କୋଟି ଲୋକଙ୍କ ଜୀବିକା ବିପନ୍ନ ହୋଇପଡ଼ିଛି। ଚୀନ ଚାହିଁଥିଲେ ଏହାକୁ ରୋକାଯାଇ ପାରିଥାନ୍ତା ବୋଲି କରୋନା ଭୂତାଣୁ ସମ୍ପର୍କରେ ଯାଞ୍ଚ କରୁଥିବା ସ୍ବତନ୍ତ୍ର ଟିମ୍‌ କହିଛି। କେବଳ ଚୀନ ନୁହେଁ, ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ)ର ଅବହେଳା ଯୋଗୁ ଏପରି ହୋଇଛି ବୋଲି ଟିମ୍‌ ଏହାର ତଦନ୍ତ ରିପୋର୍ଟରେ ଦର୍ଶାଇଛି।

ଇଣ୍ଡିପେଣ୍ଡେଣ୍ଟ ପ୍ୟାନେଲ ଫର ପାନ୍‌ଡେମିକ ପ୍ରିପେୟାରର୍ଡନେସ୍‌ ଆଣ୍ଡ ରେସପନ୍ସ ନାମକ ଏକ ସ୍ବତନ୍ତ୍ର ଟିମ୍‌ ନିଜ ରିପୋର୍ଟରେ ଦର୍ଶାଇଛି ଯେ, ଯଦି ଚୀନ ଚାହିଁଥାନ୍ତା, ତେବେ କରୋନା ଭୂତାଣୁକୁ ମହାମାରୀରେ ପରିବର୍ତ୍ତନ ହେବାରୁ ରୋକାଯାଇ ପାରିଥାନ୍ତା। କିନ୍ତୁ ଚୀନ ଉପଯୁକ୍ତ ସମୟରେ ଏହାକୁ କାବୁ କରିନାହିଁ। କେବଳ ଏତିକି ନୁହେଁ, ଏଥିପାଇଁ ଡବ୍ଲ୍ୟୁଏଚଓକୁ ମଧ୍ୟ ଦାୟୀ କରାଯାଇଛି। କରୋନା ମହାମାରୀର ଯାଞ୍ଚ କରୁଥିବା ଏହି ଟିମ୍‌ କହିଛି, ଯେତେବେଳେ ଚୀନରେ କରୋନାର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା, ସେତେବେଳେ ଡବ୍ଲ୍ୟୁଏଚଓ ଏବଂ ବେଜିଂ ଦ୍ରୁତଗତିରେ କାମ କରିପାରିଥାନ୍ତେ। କିନ୍ତୁ ସେମାନେ ଏପରି କିଛି କରି ନ ଥିଲେ। ସେତେବେଳର ସେହି ଅବହେଳା ଯୋଗୁ ବିଶ୍ଵବ୍ୟାପୀ କରୋନା ଭୂତାଣୁ ମହାମାରୀ ରୂପ ନେଲା।

- Advertisement -

ଟିମ୍‌ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଜାତିସଂଘର ସ୍ବାସ୍ଥ୍ୟ ସଂଗଠନ ଡବ୍ଲ୍ୟୁଏଚଓ ୨୦୨୦ ଜାନୁୟାରୀ ୨୨ ପର୍ଯ୍ୟନ୍ତ ଜରୁରିକାଳୀନ କମିଟିକୁ ମହାମାରୀ ସଙ୍କଟ ବିଷୟରେ ସୂଚନା ଦେଇ ନ ଥିଲା କି ବୈଠକ ବି ଡକାଇ ନ ଥିଲା। କମିଟି ଉପଯୁକ୍ତ ସମୟ ପୂର୍ବରୁ କରୋନାକୁ ଜରୁରିକାଳୀନ ସ୍ବାସ୍ଥ୍ୟ ପରିସ୍ଥିତି ଘୋଷଣା କରିବାରେ ବି ବିଫଳ ହୋଇଥିଲା। ଏହାକୁ ନେଇ ଟିମ୍‌ ଡବ୍ଲ୍ୟୁଏଚଓକୁ କଡ଼ା ସମାଲୋଚନା କରିଛି।

ସୂଚନାଯୋଗ୍ୟ, କରୋନା ଭୂତାଣୁ ବ୍ୟାପିବା ଲାଗି ଆମେରିକା ସମେତ ଅନେକ ଦେଶ ଚୀନ ଏବଂ ଡବ୍ଲ୍ୟୁଏଚଓକୁ ଦାୟୀ କରିଥିଲେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଧାସଳଖ ଚୀନ ଏବଂ ଡବ୍ଲ୍ୟୁଏଚଓକୁ ଦାୟୀ କରିବା ସହିତ ଡବ୍ଲ୍ୟୁଏଚଓକୁ ପାଣ୍ଠି ଯୋଗାଣ ଉପରେ ରୋକ୍‌ ଲଗାଇଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories