www.samajalive.in
Saturday, December 6, 2025
16.1 C
Bhubaneswar

ଟ୍ରାକ୍ଟର ଚାପାରେ ୬ଷ୍ଠ ଶ୍ରେଣୀ ଛାତ୍ର ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ବାଲେଶ୍ଵର: ବାଲେଶ୍ଵର ଜିଲା ଭୋଗରାଇ ଥାନା ଛକ ନିକଟରେ ମଙ୍ଗଳବାର ଏକ ଟ୍ରାକ୍ଟର ଧକ୍କାରେ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ବାଲେଶ୍ଵର ଡାକ୍ତରଖାନା ଏବଂ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ଛାତ୍ର ଜଣକ ସାଇକେଲରେ ଯାଉଥିବାବେଳେ ଏକ ଟ୍ରାକ୍ଟର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଛାତ୍ର ଜଣକ ତଳେ ପଡ଼ିଯିବା ପରେ ତାଙ୍କ ଡାହାଣ ଗୋଡ଼ ଉପରେ ଗାଡ଼ି ଚଢ଼ି ଯାଇଥିଲା। ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେମାନେ ଥାନା ଛକ ନିକଟ ଦେଉଲା ରାସ୍ତା ଅବରୋଧ କରିଥିଲେ।

- Advertisement -

ଖବର ପାଇ ସ୍ଥାନୀୟ ତହସିଲଦାର ଏବଂ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରିଥିଲେ। ଏହା ପରେ ଲୋକମାନେ ରାସ୍ତାରୋକୋ ପ୍ରତ୍ୟାହାର କରିଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories