www.samajalive.in
Saturday, December 6, 2025
17.1 C
Bhubaneswar

ସାମ୍‌ସଙ୍ଗ୍‌ ମୁଖ୍ୟ ଲି’ଙ୍କୁ ଅଢ଼େଇ ବର୍ଷ ଜେଲ୍‌ ଦଣ୍ଡାଦେଶ

ସିଓଲ: ବିଶ୍ଵର ଅନ୍ୟତମ ମୋବାଇଲ୍‌ ଫୋନ୍‌ ନିର୍ମାତା ସାମ୍‌ସଙ୍ଗ୍‌ କମ୍ପାନୀର ମୁଖ୍ୟ ତଥା ଉତ୍ତରାଧିକାରୀ ଲି ଜେ. ୟୋଙ୍ଗଙ୍କୁ ଦକ୍ଷିଣ କୋରିଆର ସିଓଲ ହାଇକୋର୍ଟ ସୋମବାର ଅଢ଼େଇ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଫଳରେ ସୋମବାର ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ପୂର୍ବତନ ରାଷ୍ଟ୍ରପତି ପାର୍କ ଗିୟୁନ୍‌ ହାଏ ଏବଂ ଅନ୍ୟ ଜଣେ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେବା ମାମଲାରେ ଲି ଦୋଷୀ ସାବ୍ୟସ୍ତ ହୋଇଥିଲେ।

୨୦୧୬ରେ ଏହି ମାମଲା ସାମ୍ନାକୁ ଆସିଥିଲା। ସାମ୍‌ସଙ୍ଗ କମ୍ପାନୀର ଉତ୍ତରାଧିକାରୀ ଲି ତତ୍କାଳୀନ ରାଷ୍ଟ୍ରପତି ପାର୍କ ଗିୟୁନ ହାଏ ଏବଂ ତାଙ୍କର ଜଣେ ଘନିଷ୍ଠଙ୍କୁ ଲାଞ୍ଚ ଦେଇଥିଲେ। ୨ଟି କମ୍ପାନୀର ବିଲୟ ଘଟାଇବା ପାଇଁ ସରକାରୀ ସହାୟତା ହାସଲ କରିବା ଲାଗି ଲି ଏହି ଲାଞ୍ଚ ଦେଇଥିଲେ।

- Advertisement -

ଉକ୍ତ ୨ଟି କମ୍ପାନୀର ବିଲୟ ହେବା ଫଳରେ ଲି’ଙ୍କୁ ସାମ୍‌ସଙ୍ଗ୍‌ ଗ୍ରୁପ ଉପରେ ନିଜର ନିୟନ୍ତ୍ରଣ ବଢ଼ାଇବାରେ ସହାୟତା ମିଳିଥିଲା। ଏହି ଦୁର୍ନୀତି ସାମ୍ନାକୁ ଆସିବା ପରେ ତତ୍କାଳୀନ ରାଷ୍ଟ୍ରପତି ହାଏଙ୍କୁ ନିଜ ପଦବୀ ହରାଇବାକୁ ପଡ଼ିଥିଲା।

ତେବେ ଲି’ଙ୍କ ଓକିଲ କୋର୍ଟଙ୍କ ଏହି ନିଷ୍ପତ୍ତିରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଜଣେ ପୂର୍ବତନ ରାଷ୍ଟ୍ରପତି ଏକ ଘରୋଇ କମ୍ପାନୀର ସ୍ବାଧୀନତା ଏବଂ ସମ୍ପତ୍ତିର ଅପବ୍ୟବହାର କରିବା ଲାଗି କ୍ଷମତାର ଦୁରୁପୋଯୋଗ କରିଥିଲେ। ଏହା ହେଉଛି ମାମଲାର ମୂଳ କଥା। କିନ୍ତୁ କୋର୍ଟ ଏହାକୁ ଦୃଷ୍ଟି ନ ଦେଇ ତାଙ୍କ ମହକିଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories