www.samajalive.in
Wednesday, December 10, 2025
26.1 C
Bhubaneswar

ଆଜି ୧.୪୮ ଲକ୍ଷଙ୍କୁ ଦିଆଗଲା ଟିକା

ନୂଆଦିଲ୍ଲୀ: ଦେଶରେ ଗତ ଶନିବାରଠାରୁ ଆରମ୍ଭ ହୋଇଥିବା କରୋନା ଟିକାକରଣ ଜାରି ରହିଛି। ସୋମବାର ଦେଶବ୍ୟାପୀ ୧ ଲକ୍ଷ ୪୮ ହଜାର ୨୬୬ ଜଣ ହିତାଧିକାରୀଙ୍କୁ କରୋନା ଟିକା ଦିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଫଳରେ ଗତ ଶନିବାର ଏବଂ ସୋମବାର ଦୁଇ ଦିନରେ ଦେଶରେ ମୋଟ ୩ ଲକ୍ଷ ୮୧ ହଜାର ୩୦୫ ଜଣଙ୍କୁ ଟିକା ଦିଆଯାଇଛି। ଟିକାକରଣ ଯୋଗୁ ବର୍ତ୍ତମାନ ସୁଦ୍ଧା ୫୮୦ ଜଣଙ୍କଠାରେ ପାର୍ଶ୍ଵପ୍ରତିକ୍ରିୟା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

- Advertisement -

ଦିଲ୍ଲୀରେ ୩ ଜଣଙ୍କଠାରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯିବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଥିରୁ ୨ ଜଣଙ୍କୁ ଡିସଚାର୍ଜ କରିଦିଆଯାଇଛି। ଅନ୍ୟ ଜଣଙ୍କୁ ନିରୀକ୍ଷଣରେ ରଖାଯାଇଛି। ଉତ୍ତରାଖଣ୍ଡରେ ଏମ୍‌ସରେ ଜଣେ ବ୍ୟକ୍ତିଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଛତିଶଗଡ଼ରେ ମଧ୍ୟ ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ନିରୀକ୍ଷଣରେ ରଖାଯାଇଛି। କର୍ନାଟକରେ ୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଟିକାକରଣ ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। କିନ୍ତୁ ସେମାନଙ୍କ ମୃତ୍ୟୁର କାରଣ ଟିକା ନୁହେଁ। ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ମୁରାଦାବାଦରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତି ହୃଦ୍‌ରୋଗରେ ଆକ୍ରାନ୍ତ ଥିଲେ। ଏହି କାରଣରୁ ତାଙ୍କର ମୃତ୍ୟୁ ଘଟିଛି। କର୍ନାଟକରେ ପ୍ରାଣ ହରାଇଥିବା ଯୁବକଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିନାହିଁ।

ତେବେ ଆଜି ଆନ୍ଧ୍ରପ୍ରଦେଶରେ ୯୭୫୮, ଅରୁଣାଚଳ ପ୍ରଦେଶରେ ୧୦୫୪, ଆସାମରେ ୧୮୭୨, ବିହାରରେ ୮୬୫୬, ଛତିଶଗଡ଼ରେ ୪୪୫୯, ଦିଲ୍ଲୀରେ ୩୧୧୧, ହରିୟାଣାରେ ୩୪୪୬, ହିମାଚଳ ପ୍ରଦେଶରେ ୨୯୧୪, ଜାମ୍ମୁ-କାଶ୍ମୀରରେ ୧୧୩୯, ଝାଡ଼ଖଣ୍ଡରେ ୨୬୮୭, କର୍ନାଟକରେ ୩୬,୮୮୮ ଜଣଙ୍କୁ ଟିକା ଦିଆଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories