www.samajalive.in
Monday, December 8, 2025
13.1 C
Bhubaneswar

ରାଜ୍ୟରେ ରେଳ ବିକାଶ: କେନ୍ଦ୍ର ନିକଟରେ ୭୨୦୦ କୋଟି ଟଙ୍କାର ଦାବି ରଖିଲା ଓଡ଼ିଶା

ଭୁବନେଶ୍ୱର : ବର୍ଷ ବର୍ଷ ଧରି ବହୁ ରେଳ ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଛି । ଖୋର୍ଧା-ବଲାଙ୍ଗୀର ରେଳପଥ ପ୍ରାୟ ୨୫ ବର୍ଷହେଲା ନିର୍ମାଣ ଚାଲିଥିଲେ ବି ଶେଷ ହେଉନାହିଁ । ତାଳଚେର-ବିମଳାଗଡ଼ ରେଳପଥ ଅଧାପନ୍ତରିଆ । ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର, ପୁରୀ-କୋଣାର୍କ ରେଳପଥ ଅବସ୍ଥା ବି ଅନୁରୂପ । ଅନେକ କେବଳ ସ୍ବପ୍ନ ଓ ପ୍ରତିଶ୍ରୁତି ମଧ୍ୟରେ ଅଟକି ରହିଛି । ଏହି ସ୍ଥିତିରେ ରାଜ୍ୟରେ ରେଳ ବିକାଶ ନିମନ୍ତେ ୭୨୦୦ କୋଟି ଟଙ୍କାର ବ୍ୟବସ୍ଥା ନିମନ୍ତେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କ ସହ ପ୍ରାକ୍ ବଜେଟ୍ ଆଲୋଚନା କାଳରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଅନୁରୂପ ଦାବି କରିବା ସହ ରାଜ୍ୟକୁ ରେଳ ବଜେଟରେ ଅଗ୍ରାଧିକାର ଦେବାକୁ କହିଛନ୍ତି ।

ରାଜ୍ୟରୁ ରେଳବାଇ ବାର୍ଷିକ ପ୍ରାୟ ୧୫୦୦୦ କୋଟି ଟଙ୍କା ରାଜସ୍ବ ଆଦାୟ କରୁଛି । ସାରା ଦେଶରେ ସାମଗ୍ରୀ ପରିବହନ କ୍ଷେତ୍ରରେ ରେଳବାଇ ଯେତିକି ରାଜସ୍ବ ପାଉଛି ତାହାର ୧୨% ଓଡ଼ିଶାରୁ ଆଦାୟ ହେଉଛି । ମାତ୍ର ରେଳ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଆଶାନୁରୂପ ଗୁରୁତ୍ବ ମିଳୁନାହିଁ। ଜୟପୁର-ମାଲକାନଗିରି,  ଜୟପୁର-ନବରଙ୍ଗପୁର,   ଜୁନାଗଡ଼ -ଆମ୍ବାଗୁଡ଼ା, ବ୍ରହ୍ମପୁର-ସମ୍ବଲପୁର, ବଡ଼ବିଲ-ବାଂଶପାଣି ,ବରସୁଆଁ-ବାଂଶପାଣି, ବନ୍ଧମୁଣ୍ଡା-ରାଉରକେଲା ତୃତୀୟ ଲାଇନ, ନାରାୟଣଗଡ଼-ଭଦ୍ରକ ରେଳପଥ କାର୍ଯ୍ୟ କେବଳ ଏପ୍ରକାର ନଥିପତ୍ରରେ ଅକି ରହିଛି । ଜଲେଶ୍ବର-ଦୀଘା, ଦୈିତାରୀ-ବାଂଶପାଣି ପ୍ରକଳ୍ପକୁ ଗତବର୍ଷମାନଙ୍କରେ ନାମମାତ୍ର ଅନୁଦାନ ମିଳିଛି । ସେହିପରି ଦୋହରୀକରଣ ଏବଂ ତୃତୀୟ ଓ ୪ର୍ଥ ଲାଇନ ନିର୍ମାଣକୁ ମଧ୍ୟ ବିଶେଷ ଗୁରୁତ୍ବ ଦିଆଯାଇ ନାହିଁ । ଖୋର୍ଧା-ବାରଙ୍ଗ, କୋରାପୁଟ-ଜଗଦଲପୁର, ରାଉରକେଲା-ଝାରସୁଗୁଡ଼ା, ବାଂଶପାଣି-ସାଲେଗାଓଁ, ନିର୍ଗୁଣ୍ଡି-ବିଜୟନଗରମ୍, ଚମ୍ପାଝରନ୍-ବିମଳାଗଡ଼, ଝାରପଡ଼ା-ବୁଢ଼ାପଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି । ତେଣୁ ଏହି ପ୍ରକଳ୍ପଗୁଡ଼ିକୁ ଶେଷ କରିବା ନିମନ୍ତେ ଅଧିକ ଅର୍ଥର ଆବଶ୍ୟକତା ରହିଛି ।

- Advertisement -

ଏହାବ୍ୟତୀତ  ଏହା ସହିତ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଇଣ୍ଟରନେଟ୍ ସେବାର ବିକାଶ ନିମନ୍ତେ ୫୬୫୦ କୋଟି ଟଙ୍କା ଅନୁଦାନ ଦେବା ଏବଂ ରାଜପଥର ତ୍ବରିତ ନିର୍ମାଣ ନିମନ୍ତେ ପର୍ଯ୍ୟାପ୍ତ ଅନୁଦାନ ଉପରେ ଗୁରୁତ୍ବାରୋପ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ରାଜ୍ୟର ପ୍ରାୟ ୯୯୦୦ ଗାଁରେ ଇଣ୍ଟରନେଟ୍ ସେବା ଉପଲବ୍ଧ ନାହିଁ, ସେହିପରି ବିଭିନ୍ନ ରାଜପଥ ଦୀର୍ଘଦିନ ଧରି ନିର୍ମାଣ ଚାଲିଥିଲେ ମଧ୍ୟ ତାହା ଶେଷ ହୋଇପାରୁ ନାହିଁ । ଏହାଦ୍ବାରା ରାଜ୍ୟ ଅର୍ଥନୀତି ପ୍ରଭାବିତ ହେଉଥିବା ସେ ଉଲ୍ଲେଖ କରିଥିବା ସୂଚନା ମିଳିଛି ।

ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ରାଜ୍ୟରେ ପ୍ରତ୍ୟେକ ପରିବାରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ଅଧିକ ଅନୁଦାନ ସହ   ୧୯୫୬ର ଧାରା ୮ ଉପଧାରା-୩ରେ ସଂଶୋଧନ କରି ଫର୍ମ-ସିର ଅପବ୍ୟହାର ରୋକାଯାଇ ହାଇ ସ୍ପିଡ୍‍ ଡିଜେଲର ଆନ୍ତଃରାଜ୍ୟ କ୍ରୟକୁ ରୋକାଯିବା, ୨୦୦୩ ବିଦ୍ୟୁତ୍ ନିୟମରେ  ଆବଶ୍ୟକ ସଂଶୋଧନ କରି ସମସ୍ତ ଜଳବିଦ୍ୟୁତ ପ୍ରକଳ୍ପଗୁଡିକୁ ରିନେବୁଲ ପାୱାର ଓବ୍ଲିଗେସନ (ଆରପିଓ) ପାଇଁ ଅର୍ନ୍ତଭୁକ୍ତ କରିବା, ବଳକା ଶକ୍ତିକୁ ବିକ୍ରି ପାଇଁ ଏସ୍‍ଇସିଆଇ ଦ୍ୱାରା କରାଯାଉଥିବା ଟେଣ୍ଡର ପ୍ରକ୍ରିୟାରେ ଡିଆଇଏସ୍‍ସିଓଏମ୍‍ ମାନଙ୍କୁ ଭାଗ ନେବାପାଇଁ ଅନୁମତି ମଧ୍ୟ ସେ ଅନୁରୋଧ କରିଛନ୍ତି ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories