www.samajalive.in
Monday, December 15, 2025
24.1 C
Bhubaneswar

୭ ଜିଲାରେ ଘନ କୁହୁଡ଼ି, ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଭୁବନେଶ୍ବର: ଆଭ୍ୟନ୍ତରଣ ଓଡ଼ିଶା ସମେତ ଝାରସୁଗୁଡ଼ାରେ ଶୀତ ପ୍ରବାହ ଜାରି ରହିଥିବାବେଳେ ୭ ଜିଲାରେ ଘନକୁହୁଡ଼ିର ପ୍ରଭାବ ରହିଛି। ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ବୌଦ୍ଧ ଓ ଗଞ୍ଜାମ ଜିଲାରେ ଶନିବାର ରାତିରୁ ରବିବାର ସକାଳ ୮.୩୦ଟା ପର୍ୟ୍ୟନ୍ତ କେତୋଟି ସ୍ଥାନରେ ଘନକୁହୁଡ଼ି ଦେଖାଯିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହାକୁ ଦେଖି ଏ ସମସ୍ତ ସ୍ଥାନରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲାର ଜିଲାପାଳ ଓ ଏସପିଙ୍କୁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଉପରୋକ୍ତ ଅଞ୍ଚଳର ପୁଲିସ ଓ ପରିବହନ ଅଧିକାରୀ ଦୁର୍ଘଟଣାକୁ ଏଡ଼ାଇବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଡିଜି ଓ ପରିବହନ କମିଶନରଙ୍କୁ ଏସଆରସିଙ୍କ ପକ୍ଷରୁ ଚିଠି ଲେଖାଯାଇଛି।
ଆସନ୍ତା ଦୁଇ ଦିନ ପର୍ୟ୍ୟନ୍ତ ରାତ୍ରିର ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖା ଦେବନି। ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ କମ୍ ରହିବ। ପରବର୍ତ୍ତୀ ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ୩-୪ ଡିଗ୍ରୀ ବୃଦ୍ଧି ପାଇବାକୁ ଥିବାବେଳେ ଉପକୂଳରେ ୨ ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍ ରହିଛି। ଏଠାରେ ରାତ୍ରିର ତାପମାତ୍ରା ୫.୮ ଡିଗ୍ରୀ ରହିଥିବାବେଳେ ଝାରସୁଗୁଡ଼ାରେ ୭.୬, ଦାରିଙ୍ଗବାଡ଼ିରେ ୮, ସୁନ୍ଦରଗଡ଼ରେ ୮.୫, ରହିଛି।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories