ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ; ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି, ୭୦୦ ଆହତ
ଭୂମିକମ୍ପରେ ଶତାଧିକ ଘର,କାର୍ଯ୍ୟାଳୟ, ହେଟେଲ, ଟେଲିଫୋନ ନେଟୱାର୍କ, ବୈଦୁତିକ ଶକ୍ତି , ରାସ୍ତା ଆଦି କ୍ଷତିଗ୍ରସ୍ତ
ଇଣ୍ଡୋନେସିଆ : ଇଣ୍ଡୋନେସିଆରେ ପଶ୍ଚିମ ସୁଲାୱେସି ଅଞ୍ଚଳରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ଏହାସହ ୭୦୦ ଲୋକେ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତି ୧ଟା ୨୮ରେ ଭୂମିକମ୍ପ ଅନୁଭବ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୨ ରେକର୍ଡ଼ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ହୋଇଥିବା ଏହି ଭୂକମ୍ପରେ ପ୍ରଥମେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ମାଜେନା ସହର ଠାରୁ ୧୦ କିମି ଦୂରରେ ଏହାର ଉତ୍ପତ୍ତିସ୍ଥଳ ବୋଲି ଜଣାପଡ଼ିଛି। ଏହି ଭୂମିକମ୍ପରେ ଶତାଧିକ ଘର ଭୁଶୁଡିବା ସହ ରାଜ୍ୟପାଳଙ୍କ କାର୍ଯ୍ୟାଳୟ, ହେଟେଲ, ଅନେକ ଘର ଓ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟାପକ କ୍ଷତି ଘଟିଛି। ଏହାସହ ପ୍ରାୟ ୧୫,୦୦୦ଲୋକେ ନିଜ ଘର ଛାଡି କିଛି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଭୂକମ୍ପରେ ବହୁ ସ୍ଥାନ, ଟେଲିଫୋନ ନେଟୱାର୍କ, ବୈଦୁତିକ ଶକ୍ତି , ରାସ୍ତା ଆଦି କ୍ଷତିଗ୍ରସ୍ତ ହୋଇଛି।
Comments are closed.