www.samajalive.in
Friday, December 12, 2025
27.1 C
Bhubaneswar

ଅବକାରୀ ଓ ଡ୍ରଗ ବିଭାଗର ମିଳିତ ଅଭିଯାନ – ବିପୁଳ ପରିମାଣର କଫ ସିରଫ ଓ ନିଶା ବଟିକା ଜବତ, ଜଣେ ଗିରଫ

ସମ୍ବଲପୁର: ସମ୍ବଲପୁରରେ ଦିନକୁ ଦିନ ବେଆଇନ ନିଶା କାରବାର ବୃଦ୍ଧି ପାଉଥିବାରୁ ଯୁବ ପିଢ଼ି ପଥଭ୍ରଷ୍ଟ ହୋଇ ବିଭିନ୍ନ ଅପରାଧି କାଣ୍ଡରେ ଲିପ୍ତ ରହୁଥିବାର ପରିଲକ୍ଷିତ ହେଉଛି। ଏଣୁ ବିଭିନ୍ନ ମହଲରୁ ବେଆଇନ ନିଶା କାରବାର ରୋକିବା ପାଇଁ ରହିଥିବା ଦାୟିତ୍ୱବାନ ବିଭାଗ ଗୁଡିକ ଉପରେ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଚାପ ପଡୁଛି। ଏଣୁ ବିଗତ ସୋମବାର ସମ୍ବଲପୁର ପୁଲିସ ଦ୍ୱାରା ଅବୈଧ୍ୟ ଭାବରେ ନିଶା କଫ ସିରଫ ଓ ବଟିକା ସପ୍ଲାୟର ସମେତ ବିକ୍ରେତା ମାନଙ୍କୁ ଧରି ବିପୁଳ ମାତ୍ରାରେ କଫ ସିରଫ ଓ ନିଶା ବଟିକା ଜବତ କରିଥିଲା।

- Advertisement -

ଏହି କ୍ରମରେ ନିଶା ଉପରେ ଅଙ୍କୁଶ ଲଗାଇବା ପାଇଁ ଜାରି ସ୍ୱତନ୍ତ୍ର ଅଭିଯାନ ଅର୍ନ୍ତଗତ ଜିଲା ଅବକାରୀ ଓ ଡ୍ରଗ ବିଭାଗ ପକ୍ଷରୁ ବିଶ୍ୱସ୍ତସୂତ୍ରରୁ ଖବର ପାଇ ବୁର୍ଲା ସ୍ଥିତ ଗୁରୁଦ୍ୱାରା କଲୋନୀଠାରେ ରାଜକିଶୋର ଧିମାନଙ୍କ ଘରେ ବୁଧବାର ଦିନ ପ୍ରାୟ ୧ଟା ସମୟରେ ଚଢ଼ଉ କରିଥିଲା। ତେବେ କୌଣସି ସୂତ୍ରରୁ ଅଭିଯୁକ୍ତ ଖବର ପାଇ ଫେରାର ମାରୁଥିବା ବେଳେ ଅବକାରୀ ଓ ଭେଷଜ ବିଭାଗର ସ୍ୱତନ୍ତ୍ର ଦଳ ଗୋଡାଇ ଗୋଡାଇ ତାକୁ ଧରିଥିଲେ। ଅଭିଯୁକ୍ତ ନିକଟରୁ ଚଢ଼ଉ ସମୟରେ ୨୯୬ କୋଡିନ ଫସଫେଟ ଯୁକ୍ତ କଫ ସିରଫ ଏବଂ ୧୨ ଶହଟି ଅଲପ୍ରାଜୋଲାମ ନିଶା ବଟିକା ଜବତ କରିଛି। ଏ ସର୍ମ୍ପକରେ ଏନଡିପିଏସ ଆକ୍ଟ ଅନୁଯାୟୀ ମାମଲା ନଂ ୫୧/୨୦୨୦-୨୧ ରୁଜୁ କରାଯାଇ ଅଭିଯୁକ୍ତ ରାଜକିଶୋର ଧିମାନଙ୍କୁ ଗିରଫ କରାଯାଇ ସମସ୍ତ ନିଶା ଦ୍ରବ୍ୟ ଗୁଡିକୁ ଜବତ କରାଯାଇଛି। ଆଇନ ଅନୁଯାୟୀ ସମସ୍ତ ପ୍ରକ୍ରିୟା ପରେ ଗୁରୁବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ବିଭାଗୀୟ ସୁତ୍ରରୁ ପ୍ରକାଶ।

ଏହି ଚଢ଼ଉ ସମୟରେ ଅବକାରୀ ବିଭାଗ ସୁପରିନ୍ଟେଣ୍ଡାନ୍ଟ ହରିଶ୍ଚଚନ୍ଦ୍ର ସେଠୀ, ଉପ ସୁପରିନ୍ଟେଣ୍ଡାନ୍ଟ ପ୍ରଶାନ୍ତ କନହର, ଜିଲା ଡ୍ରଗ ଅଧିକାରୀ ସତ୍ୟନାରାୟଣ ମଲ୍ଲିକ, ପବିତ୍ର ମୋହନ ମାଝୀ, ଅନ୍ନପୂର୍ଣ୍ଣା ରଥ, ଜୟଦେବ ପଧାନ, ସୁଶାନ୍ତ ପଧାନ, ପୁରୁଷୋତ୍ତମ କାଲୋ, ଲକ୍ଷ୍ମଣ ନାୟକ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ରହିଥିଲେ।

ସୂଚନାଯୋଗ୍ୟ ଯେ, ଠିକ ୬ ମାସ ପୂର୍ବରୁ ଗତ ବର୍ଷ ଜୁଲାଇ ୧୩ ତାରିଖରେ ଅଭିଯୁକ୍ତଙ୍କ ଘରେ ଜିଲା ପ୍ରଶାସନ ଓ ଡ୍ରଗ ବିଭାଗ ପକ୍ଷରୁ ତତ୍କାଳୀନ ଉପ ଜିଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ନେତୃତ୍ୱରେ ଚ ଢ଼ଉ କରାଯାଇ ବେଆଇନ ଭାବରେ ଗଚ୍ଛିତ ୨୩୮ଟି ଭର୍ତ୍ତି କଫ ସିରଫ, ୧୧୫୦ଟି ନାଇଟ୍ରୋଜେସନ ନିଶା ବଟିକା ଓ ଅନ୍ୟାନ୍ୟ ଆଣ୍ଟିବାଓଟିକ ବଟିକା ଜବତ ହୋଇଥିଲା। ଅଭିଯୁକ୍ତ ମାନେ ସେମାନଙ୍କର ପୂଜା ଘରେ ତଥା ଅନ୍ୟ ସ୍ଥାନ ଗୁଡିକରେ କାନ୍ଥ ମଧ୍ୟରେ ନିଶା ଦ୍ରବ୍ୟ ଗୁଡିକୁ ଲୁଚାଇ ରଖିଥିଲେ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜକିଶୋର ଧିମାନ ଫେରାର ମାରିଥିଲେ। ଏଣୁ ଜିଲା ଭେଷଜ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା। ତେବେ ପୁଣି ଅଭିଯୁକ୍ତ ଏହି ବେଆଇନ କାରବାର ସହିତ ସଂପୃକ୍ତ ଥିବାର ଜଣା ପଡିବା ପରେ ଚଳିତ ଥର ଅବକାରୀ ଓ ଭେଷଜ ବିଭାଗ ପକ୍ଷରୁ ମିଳିତ ଚ ଢ଼ଉ କରାଯାଇ ବିପୁଳ ମାତ୍ରାରେ ଅବୈଧ୍ୟ ଭାବରେ ଗଚ୍ଛିତ ନିଶା ଦ୍ରବ୍ୟ ଜବତ କରାଯାଇଛି। ଏଠାରେ ରୋଚକର ବିଷୟ ହେଉଛି ଯେ ବୁର୍ଲା ଥାନା ଠାରୁ ଅଭିଯୁକ୍ତଙ୍କ ଗୃହ ପ୍ରାୟ ୨ ଶହ ମିଟର ଦୂରରେ ରହିଥିବା ବେଳେ ଏଠାରେ ବୁର୍ଲା ପୁଲିସର ଭୂମିକା ପ୍ରଥମରୁ ହିଁ ସନ୍ଦେହାସ୍ପଦ ହୋଇ ରହିଛି। ଏଣୁ ଗତ ଜୁଲାଇ ୧୩ରେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ଚଢ଼ଉ ସମୟରେ ଶେଷ ମୁହୁର୍ତ୍ତିରେ ପୁଲିସକୁ ଖବର ଦିଆଯାଇଥିବାର ବିଶ୍ୱସ୍ତସୂତ୍ରରୁ ପ୍ରକାଶ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories