www.samajalive.in
Friday, December 12, 2025
27.1 C
Bhubaneswar

ଡୁମେରଜୋର ଏସବିଆଇ ଶାଖାରୁ ୬ ଲକ୍ଷ ଟଙ୍କା ଲୁଟ୍‌; ଭୁଜାଲି ଆକ୍ରମଣରେ ମ୍ୟାନେଜର ଆହତ

କୁଆଁରମୁଣ୍ଡା : ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଧିନସ୍ଥ ଡୁମେରଜୋର ଏସବିଆଇ ଶାଖାରୁ ଆଜି ଦୁଇଟି ବାଇକରେ ୪ଜଣ ଲୁଟିଆ ଆସି ବନ୍ଧୁକ ଓ ଭୁଜାଲି ସାହାଯ୍ୟରେ ୬ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଲୁଟିଆଙ୍କ ଆକ୍ରମଣରେ ବ୍ୟାଙ୍କ ମ୍ୟାନେଜର ଆହତ ହୋଇଛନ୍ତି। ପୁଲିସ ସୂଚନା ଅନୁସାରେ ଆଜି ଅପରାହ୍ନ ୩ଟା ସମୟରେ ୪ଜଣ ମୁଖାପିନ୍ଧା ଲୁଟିଆ ଡୁମେରଜୋର ଏସବିଆଇ ମଧ୍ୟକୁ ପ୍ରବେଶ କରି ମ୍ୟାନେଜରଙ୍କୁ ଖୋଜିଥିଲେ। ପରେ ମ୍ୟାନେଜର ଦିପ୍ତୀରଞ୍ଜନ ମଲ୍ଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଆହତ କରିବା ସହିତ କ୍ୟାସ କାଉଣ୍ଟରରୁ ପ୍ରାୟ ସାଢ଼େ ୫ଲକ୍ଷ ଟଙ୍କା ଏବଂ ଜମା କରିବାକୁ ଆସିଥିବା ଏକ ଏସଏଚଜି ଗ୍ରୁପର ସଭ୍ୟଙ୍କଠାରୁ ୫୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଲୁଟ୍‌ ବେଳେ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ମିଶାଇ ମାତ୍ର ୮ରୁ ୧୦ଜଣ ଉପସ୍ଥିତ ଥିଲେ। ଲୁଟିଆମାନେ ଗଲାବେଳେ ୨ଟି ସିଡି ସାଙ୍ଗକୁ ସିସି କ୍ୟାମେରା ଭାଙ୍ଗି ଦେବା ସହିତ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କଠାରୁ ୮ଟି ମୋବାଇଲ ଛଡ଼ାଇ ନେଇଥିଲେ। ସେମାନେ ସ୍ଥାନୀୟ ଭାଷାରେ କଥାବାର୍ତ୍ତା ହେଉଥିବା ଏବଂ ଏକ ଟିଭିଏସ୍‌ ଆପାଚି ଓ ଏକ ହିରୋହୋଣ୍ଡା ସ୍ପ୍ଲେଣ୍ଡର ପ୍ଲସ ଗାଡ଼ିରେ ଆସିଥିଲେ। ବ୍ୟାଙ୍କ ପକ୍ଷରୁ କୁଆଁରମୁଣ୍ଡା ଫାଣ୍ଡିକୁ ଖବର ଦେବାପରେ ଫାଣ୍ଡି ଅଧିକାରୀ ଶ୍ୟାମଲାଲ ଓରାମ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବୀରମିତ୍ରପୁର,କୁଆଁରମୁଣ୍ଡା ଏବଂ ରାଏବଗା ଅଞ୍ଚଳର ପ୍ରବେଶ ପଥକୁ ପୁଲିସ ସିଲ କରି ଯାଞ୍ଚ କରୁଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories