www.samajalive.in
Friday, December 12, 2025
26.1 C
Bhubaneswar

ବୁର୍ଲା ପଠାଣବନ୍ଧରେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ବୁର୍ଲା: ବୁର୍ଲା ପଠାଣବନ୍ଧ ରାସ୍ତା କଡରେ ରହିଥିବା ଏକ ବେଲ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ଘଟଣା ସ୍ଥାନୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକ ଯୁବକ ଜଣକ ପଠାଣବନ୍ଧର ଭରତ ମିର୍ଦ୍ଧା(୨୫) ବୋଲି ଜଣାପଡିଛି। ପୁଲିସ ସୁଚନା ମତେ ଭରତ ଗତକାଲି ରାତିରେ ନିଜ ଘରେ ଖାଇସାରି ଶୋଇଥିଲେ। ବିଳମ୍ବିତ ରାତିରେ ସେ ହଠାତ ଉଠିପଡି ତାଙ୍କ ଭାଇଙ୍କୁ କେହି ଆକ୍ରମଣ କରୁଥିବାର ସ୍ୱପ୍ନ ଦେଖିବା ଘର ଲୋକଙ୍କୁ କହି ବ୍ୟସ୍ତ ବିବ୍ରତ ହେଇ ପଡ଼ିଥିଲେ। ଏହାପରେ ପୁଣି ସପରିବାର ଶୋଇଥିଲେ। ଭୋର ସକାଳୁ ମୃତ ଭରତଙ୍କ ମାଆ ଉଠି ଦେଖିବା ବେଳକୁ ଭରତ ଶୋଇଥିବା ବିଛଣାରେ ନ ଥିବା ଜାଣିବାକୁ ପାଇଥିଲେ।

ତେବେ ପରିବାର ଲୋକେ ଚା’ ପିଇବା ପାଇଁ କାଳେ ବାହାରକୁ ଯାଇଥିବ ବୋଲି ପରିବାର ଲୋକ ଭାବିଥିଲେ। ଏହାର କିଛି ସମୟରେ ପଡୋଶୀ ଲୋକେ ଭରତଙ୍କ ଶବ ତାଙ୍କ ଘର ନିକଟରେ ରହିଥିବା ଏକ ବେଲ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏହାପରେ ପରିବାର ଲୋକଙ୍କୁ ସୂଚନା ଦେବା ସହିତ ପୁଲିସକୁ ମଧ୍ୟ ଏହି ଘଟଣା ବିଷୟରେ ଅବଗତ କରାଇଥିଲେ। ବୁର୍ଲା ଥାନା ଏସଆଇ ସଂଘମିତ୍ରା ଦାସଙ୍କ ସମେତ ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ଭରତ ଏଭଳି ଏକ ଚରମ ପଦକ୍ଷେପ ଆତ୍ମହତ୍ୟା କରିବା ନିଷ୍ପତ୍ତି ନେଲେ ତାହା ବର୍ତ୍ତମାନ ସୁଦ୍ଧା ରହସ୍ୟ ମଧ୍ୟରେ ରହିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories