www.samajalive.in
Friday, December 12, 2025
14.1 C
Bhubaneswar

ଆଠଗଡରେ ସାଧାରଣତନ୍ତ୍ର ଦିବସରେ ପ୍ୟାରେଡ ହେବନାହିଁ – ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି

ଆଠଗଡ : ଆଠଗଡ ଉପଖଣ୍ଡସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସରେ କରୋନା କଟକଣାକୁ ଦୃଷ୍ଟିରେ ରଖି ଗତ ସ୍ୱାଧିନତା ଦିବସ ପରି ଏଥର ମଧ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ପ୍ୟାରଡରେ ଭାଗନେବେ ନାହିଁ ବୋଲି ବୁଧବାର ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି। ଆଠଗଡ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ବୁଧବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କରୋନା ସଂକ୍ରମଣ କମିଥିଲେ ମଧ୍ୟ ସଂପୂର୍ଣ୍ଣ ଲୋପ ପାଇନଥିବାରୁ ଚଳିତ ୭୨ତମ ସାଧାରଣତନ୍ତ୍ର ଦିବସକୁ ଯଥାସମ୍ଭବ ନିରାଡମ୍ବର ଭାବେ ପାଳନ କରିବା ଲାଗି ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ପ୍ରସ୍ତାବ ରଖିଥିଲେ। ଗତ ସ୍ୱାଧିନତା ଦିବସ ପରି ସାଧାରଣତନ୍ତ୍ର ଦିବସ ମଧ୍ୟ ମହୋତ୍ସବ ପଡିଆରେ ଅନୁଷ୍ଠିତ ହେବା ସହ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ସକାଳ ୮.୪୫ମିନିଟରେ ଜାତୀୟ ପତାକା ଉତ୍ତୋଳନ କରିବେ। ସେଠାରେ କେବଳ ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ। ତା ସହିତ କରୋନା କାଳରେ ସର୍ବୋତ୍ତମ ସେବା ପ୍ରଦାନ କରିଥିବା ଡାକ୍ତର, ନର୍ସ, ଅଙ୍ଗନବାଡି ଓ ଆଶାକର୍ମୀ ଓ ସଫେଇ କର୍ମଚାରୀଙ୍କ ସମେତ ମନୋନୀତ ଅନ୍ୟମାନଙ୍କୁ କୋଭିଡ ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯିବ। ଭୋର ୪.୩୦ରେ ଭ୍ରାମ୍ୟମାଣ ଗାଡିରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୁନ୍ ସହର ମଧ୍ୟରେ ପ୍ରସାର କରାଯିବ। ଏହି ବୈଠକରେ ତହସିଲଦାର ତପନ କୁମାର ଖୁଣ୍ଟିଆ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳା, ସହକାରୀ ଜିଲ୍ଲାପାଳ ପ୍ରିୟବ୍ରତ ଦାସ, ଆଠଗଡ ଆଇଆଇସି ଜ୍ଞାନରଞ୍ଜନ ମିଶ୍ରଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ଶିକ୍ଷାନୁଷ୍ଠାନ ମୁଖ୍ୟ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories