www.samajalive.in
Sunday, December 14, 2025
19.1 C
Bhubaneswar

ରାଜଧାନୀରେ ନବନିର୍ମାଣ କୃଷକ ସଂଗଠନର ସମାବେଶ

ଭୁବନେଶ୍ବର: ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ଆଜି ଷଷ୍ଠ ଦିନରେ ପହଞ୍ଚିଛି । ରାଜଧାନୀ ଲୋୟର ପିଏମଜି ଛକରେ ଶତାଧିକ ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । କୃଷକଙ୍କୁ ପ୍ରାଇସ୍, ପ୍ରେଷ୍ଟଜ୍ ଓ ପେନସନ୍ ସଂଗଠନର ମୁଖ୍ୟ ଦାବି ରହିଛି । କୃଷକମାନେ ବାରମ୍ବାର ନ୍ୟାଯ୍ୟ ଦାବି କରି ଆସୁଥିଲେ ମଧ୍ୟ ସରକାର ଏହାକୁ ଅଣଦେଖା କରିଆସୁଛନ୍ତି । ରଜ୍ୟସରକାର ଦାବି ପୂରଣ ନ ହେଲେ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଯେଉଁ କୃଷକମାନଙ୍କ ପ୍ରତି ଅଣଦେଖା ଆଉ ବରଦାସ୍ତ କରାଯିବ ନାହିଁ ବୋଲି ନବନିର୍ମାଣ କୃଷକ ସଂଗଠନର ଜାତୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି । ୩୬ ଲକ୍ଷ ଚାଷୀଙ୍କ ପାଇଁ ୫ ହଜାର ଟଙ୍କା ହିସାବରେ ୨୧ ହଜାର ୬୦୦ କୋଟି ଟଙ୍କା ଭତ୍ତା ବାବଦରେ ଦିଆ ନଯାଏ, ତେବେ ଆଗାମୀ ଦିନରେ ସଂଗଠନ ପକ୍ଷରୁ  ଭବିଷ୍ୟତର କାର୍ୟ୍ୟପନ୍ଥା ନେଇ ନିଷ୍ପତି ନିଆଯିବ । ଚଳିତ ବର୍ଷ ବଜେଟରେ ଏହି ଭତ୍ତା ନେଇ ବ୍ୟବସ୍ଥା କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି।

- Advertisement -

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories