www.samajalive.in
Sunday, December 14, 2025
19.1 C
Bhubaneswar

ସ୍ବାମୀଙ୍କ ବେକରେ କୁକୁର ବେଲ୍ଟ ବାନ୍ଧି ବୁଲାଉଥିଲେ ମହିଳା, ପୁଲିସ କଲା ୨ ଲକ୍ଷ ଟଙ୍କା ଜୋରିମାନା

କରୋନା କର୍ଫ୍ୟୁ ବେଳେ ବାହାରେ ବୁଲିବାକୁ ଫନ୍ଦି

ସାରା ଦୁନିଆ ଏବେ କରୋନା ସହ ଲଢ଼ୁଛି । ନୂଆ ବର୍ଷ ଆସିବା ପରେ ଅନେକ ଲୋକ ଭାବୁଛନ୍ତି କରୋନା ଶେଷ ହୋଇ ଯାଇଛି । ମାତ୍ର ବାସ୍ତବ କଥା ହେଲା ଏବେ ବି କରୋନା ବ୍ୟାପୁଛି, ଦୈନିକ ହଜାର ହଜାର ଲୋକ ମରୁଛନ୍ତି । ବିଶ୍ବର ଅନେକ ସହରରେ ଏବେ ବି କର୍ଫ୍ୟୁ ଓ ତାଲାବନ୍ଦ ଚାଲିଛି। ଲୋକଙ୍କୁ ଘରୁ ବାହାରକୁ ମନା ହୋଇଛି । ମାତ୍ର କାନାଡ଼ାରେ ଏହି ସମୟରେ ଏକ ଅଦ୍ଭୁତ ଖବର ବିଶ୍ବବ୍ୟାପୀ ଚର୍ଚାର ବିଷୟ ହୋଇଛି ।

ଘଟଣାଟି କାନାଡ଼ାର ଇଷ୍ଟ କିଙ୍ଗସ ଷ୍ଟ୍ରୀଟ୍ ଅଞ୍ଚଳର । ଏହି ଅଞ୍ଚଳରେ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଯାଇଛି । ମାତ୍ର ଏହି ସମୟରେ ଲୋକମାନେ ନିଜର ଗୃହପାଳିତ ପଶୁମାନଙ୍କୁ ବାହାରକୁ ବୁଲାଇ ନେବା କିମ୍ବା ଜରୁରୀ କାମରେ ବାହାରକୁ ଯିବା ପାଇଁ ସୁଯୋଗ ଦିଆଯାଇଛି ।

- Advertisement -

ମାତ୍ର ଏହି ଅଞ୍ଚଳର ଜଣେ ମହିଳା ବାହାରେ ବୁଲିବା ପାଇଁ ଏକ ନୂଆ ଫନ୍ଦି ବାହାର କରିଥିଲେ । ନିଜ ସ୍ବାମୀଙ୍କ ବେକରେ କୁକୁର ପଟି ପକାଇ ବାହାରକୁ ବୁଲିବାକୁ ଯାଇଥିଲେ । ଯେତେବେଳେ ପୁଲିସ କାହିଁକି ବାହାରକୁ ବାହାରିଛନ୍ତି ବୋଲି ପଚାରିଥିଲା, ସେତେବେଳେ ସେ କହିଥିଲେ ମୁଁ କୁକୁର ବୁଲାଉଛି । କର୍ଫ୍ୟୁ ସମୟରେ ଘରର ଗୃହପାଳିତ ପଶୁମାନଙ୍କୁ ବୁଲାଇବାକୁ ତ ସୁଯୋଗ ରହିଛି । ମୁଁ ଭୂଲ କଣ କଲି ବୋଲି ଓଲଟି ମହିଳା ଜଣକ ଯୁକ୍ତି କରିଥିଲେ ।

ମାତ୍ର ମଣିଷ ବେକରେ କୁକୁର ପଟି ବାନ୍ଧି ପଦାକୁ ବୁଲାଇବାକୁ ନେଲେ ତାହା ପୋଷା କୁକୁର ହୋଇଯାଏ ନାହିଁ ବୋଲି ପୁଲିସ ଯୁକ୍ତି ବାଢ଼ିଥିଲା। ତେଣୁ ଉଭୟ ମହିଳା ଓ କୁକୁର ପଟି ବନ୍ଧା ହୋଇଥିବା ତାଙ୍କ ସ୍ବାମୀଙ୍କ ଉପରେ ୩୦୦୦ ଡ଼ଲାର ଜୋରିମାନା କରିଥିଲା । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କାରୁ କିଛି ବେଶୀ ହେବ ।

ଅବଶ୍ୟ ଏପରି ଜୋରିମାନା କିଛି ନୂଆ କଥା ନୁହେଁ। ଗତ ନଭେମ୍ବର ମାସରେ ଚେକ୍ ରିପବ୍ଲିକର ଜଣେ ବ୍ୟକ୍ତି ନିଜର କୁକୁର ବୁଲାଇବା ବାହାନାରେ ପଦାରେ ବୁଲୁଥିଲେ । ଚେନରେ ଏକ ଖେଳନା କୁକୁର ସେ ବାନ୍ଧିଥିଲେ । ମାତ୍ର ପୁଲିସ ଆଖିରୁ ତାହା ବାଦ ପଡ଼ି ନ ଥିଲା । କୁକୁର ବାହାନାରେ ଖେଳନା ଧରି ରାସ୍ତାରେ ବୁଲୁଥିବା ବ୍ୟକ୍ତିକୁ ପୁଲିସ ଚେତାବନୀ ଦେଇ ଛାଡ଼ି ଦେଇଥିଲା । ଆଉଥରେ ଏପରି ଭୁଲ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଧମକ ଦେଇଥିଲା ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories