www.samajalive.in
Sunday, December 14, 2025
14.1 C
Bhubaneswar

କୋଭିଡ ଟୀକାକରଣ ଲାଗି ଗାଇଡ ଲାଇନ୍ ଜାରି କଲେ ସରକାର

ଭୁବନେଶ୍ବର : କୋଭିଡ ଟୀକାକରଣ ଲାଗି ରାଜ୍ୟ ସରକାର ଗାଇଡ ଲାଇନ୍ ଜାରି କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ  ଏହି ଗାଇଡ୍ ଲାଇନ୍ ଜାରି କରାଯାଇଛି। ସବୁ ଜିଲ୍ଲାପାଳ ଓ ମହାନଗର ନିଗମକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ପଠା ଯାଇଛି।

ରାଜ୍ୟକୁ କୋଭିସିଲ୍ଡ ଓ କୋଭାକ୍ସିନ ୨ ପ୍ରକାରର ଟିକା ଆସିଛି। ଉଭୟ କରୋନ ଟିକା ୬ ମାସ ମଧ୍ୟରେ ବ୍ୟବହାର ହୋଇ ପାରିବ। ଭାଏଲ ଖୋଲିବାର ୪ ଘଣ୍ଟା ମଧ୍ୟରେ ବ୍ୟବହାର କରାଯିବା ଆବଶ୍ୟକ। ରାଜ୍ୟକୁ ଆସିଥିବା ମୋଟ ଟିକା ମଧ୍ୟରୁ ୫୦ ଭାଗ ପ୍ରଥମ ଡୋଜ ଭାବେ ବ୍ୟବହାର ହେବ। ବାକି ୫୦ ଭାଗ ଦ୍ବିତୀୟ ଡୋଜ ଭାବେ ବ୍ୟବହାର ହେବ। ହିତାଧିକାରୀମାନେ ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ଟିକା ବ୍ୟବହାର କରିବେ ବ୍ରାଣ୍ଡ ବଦଳ ହେବ ନାହିଁ। ପ୍ରଥମ ପର୍ଯ୍ୟାୟ ଟୀକାକରଣ ରାଜ୍ୟରେ ପାଇଁ ୩ ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟ କର୍ମଚାରୀ ପଞ୍ଜିକୃତ ହୋଇଛନ୍ତି। କିନ୍ତୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ମୋଟ ୧ ଲକ୍ଷ ୯୨ ହଜାର ୫୫୫ ଜଣଙ୍କୁ ଟିକା ଦିଆଯିବ ।

- Advertisement -

ତେବେ ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ ଜିଲ୍ଲାରେ ୪ ହଜାର ୫୯୦ ଜଣଙ୍କୁ ଟିକା ଦିଆଯିବାକୁ ଥିବାବେଳେ ବଲାଙ୍ଗିରରେ ୭ ହଜାର ୨୦୦ ଜଣଙ୍କୁ, ବାଲେଶ୍ୱରରେ ୭ ହଜାର ୫୬୦ ଜଣଙ୍କୁ, ବରଗଡ଼ରେ ୬ ହଜାର ୫୨୫ ଜଣଙ୍କୁ, ଭଦ୍ରକରେ ୪ ହଜାର ୯୯୫ ଜଣଙ୍କୁ, ବୌଦ୍ଧରେ ୧ ହଜାର ୭୫୫ ଜଣଙ୍କୁ, କଟକରେ ୧୭ ହଜାର ୧୯୦ ଜଣଙ୍କୁ, ଦେବଗଡ଼ରେ ୧ ହଜାର ୪୮୫, ଢେଙ୍କାନାଳରେ ୪ ହଜାର ୫୦୦, ଗଜପତିରେ ୪ ହଜାର ୫୦ ଜଣଙ୍କୁ ଟିକା ଦିଆଯିବ। ସେହିପରି ଗଞ୍ଜାମରେ ୧୫ ହଜାର ୧୨୦ ଜଣଙ୍କୁ, ଜଗତସିଂହପୁରରେ ୪ ହଜାର ୫୯୦ ଜଣଙ୍କୁ, ଯାଜପୁରରେ ୬ ହଜାର ୮୮୫ ଜଣଙ୍କୁ, ଝାରସୁଗୁଡ଼ାରେ ୨ ହଜାର ୮୮୦ ଜଣଙ୍କୁ, କଳାହାଣ୍ଡିରେ ୬ ହଜାର ୧୨୦ ଜଣଙ୍କୁ, କନ୍ଧମାଳରେ ୪ ହଜାର ୫୯୦ ଜଣଙ୍କୁ, କେନ୍ଦ୍ରାପଡ଼ାରେ ୪ ହଜାର ୯୯୫ ଜଣଙ୍କୁ, କେନ୍ଦୁଝରରେ ୭ ହଜାର ୨୯୦ ଜଣଙ୍କୁ, ଖୋର୍ଦ୍ଧାରେ ୫ ହଜାର ୫୩୫ ଜଣଙ୍କୁ, କୋରାପୁଟରେ ୭ ହଜାର ୪୭୦ ଜଣଙ୍କୁ ଟିକା ଦିଆଯିବ ।

ସେହିପରି ମାଲକାନଗିରିରେ ୩ ହଜାର ୨୪୦ ଜଣଙ୍କୁ, ମୟୂରଭଞ୍ଜରେ ୧୦ ହଜାର ୭୧୦ ଜଣଙ୍କୁ, ନବରଙ୍ଗପୁରରେ ୬ ହଜାର ୩୦୦ ଜଣଙ୍କୁ, ନୟାଗଡ଼ରେ ୩ ହଜାର ୬୦୦ ଜଣଙ୍କୁ, ନୂଆପଡ଼ାରେ ୩ ହଜାର ୨୪୦ ଜଣଙ୍କୁ, ପୁରୀରେ ୬ ହଜାର ୩୦୦ ଜଣଙ୍କୁ, ରାୟଗଡ଼ାରେ ୪ ହଜାର ୮୬୦ ଜଣଙ୍କୁ, ସମ୍ବଲପୁରରେ ୬ ହଜାର ୭୫୦ ଜଣଙ୍କୁ, ସୁବର୍ଣ୍ଣପୁରରେ ୩ ହଜାର ୨୮୫ ଜଣଙ୍କୁ, ସୁନ୍ଦରଗଡ଼ରେ ୯ ହଜାର ୯୪୫ ଜଣଙ୍କୁ ଏପରି ମୋଟ ୧ ଲକ୍ଷ ୮୩ ହଜାର ୫୫୫ ଜଣଙ୍କୁ ଟିକା ଦିଆଯିବ । ଅନ୍ୟ ପକ୍ଷରେ ଭୁବନେଶ୍ୱରରେ ୯ ହଜାର ଜଣଙ୍କୁ ଯିକା ଦିଆଯିବ ।

ରାଜଧାନୀ ଭୁବନେଶ୍ୱରରେ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ଦିଆଯିବ।  ଅନ୍ୟ ସମସ୍ତ ୩୦ଟି ଜିଲ୍ଲାରେ ସେରମ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କୋଭିସିଲ୍ଡ ଟିକା ଦିଆଯିବ । କଟକ ଜିଲ୍ଲାରେ ସବୁଠୁ ଅଧିକ ଟିକା ଦିଆଯିବାକୁ ଥିବାବେଳେ ଦ୍ୱିତୀୟରେ  ଗଞ୍ଜାମ ଜିଲ୍ଲା ରହିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories