www.samajalive.in
Sunday, December 14, 2025
16.1 C
Bhubaneswar

ରାମ ମନ୍ଦିର ନିର୍ମାଣ ପାଇଁ ଗଞ୍ଜାମର ୫ଲକ୍ଷ ପରିବାରଠୁ ସଂଗ୍ରହ ହେବ ଅର୍ଥ

ବ୍ରହ୍ମପୁର: ରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ଲୋକମାନଙ୍କଠାରୁ ଅର୍ଥ ସଂଗ୍ରହ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଦେଶବ୍ୟାପୀ ୩୦ କୋଟି ପରିବାରଠାରୁ ଅର୍ଥ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି କ୍ରମରେ ଗଞ୍ଜାମ ଜିଲାର ୧୩ ଶହଟି ଗ୍ରାମର ୫ ଲକ୍ଷ ପରିବାରରୁ ଅର୍ଥ ସଂଗ୍ରହ କରାଯିବ ବୋଲି ବିଶ୍ବ ହିନ୍ଦୁ ପରିଷଦ ତରଫରୁ ସୂଚନା ଦିଆଯାଇଛି।

- Advertisement -

ସ୍ଥାନୀୟ ଗୀତା ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନ ତରଫରୁ କୁହାଯାଇଛି ଯେ, ଅଯୋଧ୍ୟାରେ ଲାଗି ରହିଥିବା ରାମ ଜନ୍ମଭୂମି ଜମି ବିବାଦ ଉପରେ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଲା ପରେ ହିନ୍ଦୁ ଆସ୍ଥାର ପ୍ରତୀକ ଶ୍ରୀ ରାମଲାଲାଙ୍କ ଭବ୍ୟ ମନ୍ଦିର ପୁଣିଥରେ ସେଠାରେ ନିର୍ମାଣ ହେବାକୁ ଯାଉଛି। ଗତ ଅଗଷ୍ଟରେ କେନ୍ଦ୍ର ସରକାର ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର’ ନାମରେ ଟ୍ରଷ୍ଟ ଗଠନ କରିଛନ୍ତି। ଟ୍ରଷ୍ଟିର ସଭାପତି ଭାବେ ମହନ୍ତ ନୃତ୍ୟ ଗୋପାଳ ଦାସ ଜୀ ମହାରାଜ, ସମ୍ପାଦକ ଚମ୍ପଦ ରାୟ ଜୀ, କୋଷାଧକ୍ଷ ସ୍ୱାମୀ ଗୋବିନ୍ଦ ଦେବଗିରୀ ଜୀ ମହାରାଜ ଅଛନ୍ତି।

ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ମନ୍ଦିର ନିର୍ମାଣ ନିମନ୍ତେ ଏକ ଅଭିଯାନ ମାଧ୍ୟମରେ ପ୍ରତି ହିନ୍ଦୁ ସମାଜକୁ ସମ୍ପର୍କ ସହ ଧନ ସଂଗ୍ରହ ଅଭିଯାନ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି କ୍ରମରେ ଓଡ଼ିଶାରେ ‘ ଶ୍ରୀ ରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି’ ନାମରେ ପରିଷଦର ସମସ୍ତ କର୍ମକର୍ତ୍ତା ନିଧି ବା ଅର୍ଥ ସଂଗ୍ରହରେ ଲାଗିବେ। ଏଥିରେ ନିୟୋଜିତ ହେବାକୁ ଥିବା ବ୍ୟକ୍ତିମାନଙ୍କୁ ଗତ ଏକ ମାସ ହେଲା ତାଲିମ୍‌ ଦିଆଯାଇଛି।

ଗଞ୍ଜାମ ଜିଲାରେ ମକର ସଂକ୍ରାନ୍ତିଠାରୁ ଅର୍ଥ ସଂଗ୍ରହ ଆରମ୍ଭ ହେବ। ୨ଶହଟି ଟୋଲି ବା ଦଳ ଗଠନ କରାଯାଇଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିବା ରସିଦ ୧୦ଟଙ୍କା, ୧୦୦ଟଙ୍କା ଏବଂ ୧୦୦୦ଟଙ୍କା କୁପନ ମାଧ୍ୟମରେ ପରିବାର ସମ୍ପର୍କରେ ବାହାରିବେ। ଜାନୁୟାରୀ ୩୦ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ୭୫ଜଣ ଜମାକାରୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ସେମାନେ ଦୈନିକ ସଂଗୃହୀତ ଅର୍ଥ ନିର୍ଦ୍ଦିଷ୍ଟ ୩ଟି ବ୍ୟାଙ୍କରେ ଜମା କରିବେ। ସେମାନଙ୍କୁ ସ୍ବତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଯାଇଛି। ସଂଗ୍ରହ କାର୍ଯ୍ୟକୁ ତଦାରଖ କରିବା ପାଇଁ ମଧ୍ୟ ଏକ କମିଟି ଗଠନ କରାଯାଇଛି।

ବହୁ ସଂଖ୍ୟାରେ ଶ୍ରୀରାମ ଭକ୍ତ ଯଥା ସମ୍ଭବ ଆର୍ଥିକ ଦାନ ପାଇଁ ସଂଗଠନ ତରଫରୁ ଆହ୍ବାନ ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପରିଷଦର ଜିଲା ସଭାପତି ଅଶୋକ କୁମାର ପାଳ, ସମ୍ପାଦକ ତଥା ଅଭିଯାନ ପ୍ରମୁଖ ଅରୁଣ ପ୍ରସାଦ ପାଢ଼ୀ, ପ୍ରାନ୍ତୀୟ ପାଳକ ଶଶିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅଭିଯାନର ସହ ପ୍ରମୁଖ ତୁତୁନ ପାତ୍ର ପରିଚାଳନା କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories