www.samajalive.in
Saturday, December 6, 2025
23.1 C
Bhubaneswar

ଛତ୍ରପୁରରେ ଦିନକରେ ୩ ଦୁର୍ଘଟଣା ; ପ୍ରଥମେ ଗ୍ୟାସ୍‌ ଟ୍ୟାଙ୍କର,ପୁଲିସ ଭ୍ୟାନ ପରେ ଟ୍ରକ ଦୁର୍ଘଟଣାଗ୍ରସ୍ତ, ୧ ମୃତ

ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ତାମ୍ପରା ୧୬ ନମ୍ବର ଜାତୀୟ ରାଜପଥରେ ବୁଧବାର ଏକାଧିକ ଦୁର୍ଘଟଣା ଘଟିଛି। ପ୍ରଥମେ ଏକ ଗ୍ୟାସ୍‌ ଟ୍ୟାଙ୍କର ଓଲଟିପଡ଼ିଥିବା ବେଳେ ଖବର ପାଇ ଅଗ୍ନିଶମ କର୍ମଚାରୀ ପରିସ୍ଥିତକୁ ନିୟନ୍ତ୍ରଣ କରୁଥିବା ସହ ଘଟଣାସ୍ଥଳକୁ ଯାଉଥିବା ଏକ ପୁଲିସ ଭ୍ୟାନ ଓଲଟି ୫ ପୁଲିସ କର୍ମଚାରୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସେପରି କିଛି ସମୟର ବ୍ୟବଧାନରେ ଉକ୍ତ ସ୍ଥାନ ଠାରୁ କିଛି ଦୂରରେ ଏକ ମାଲବୋଝେଇ ଟ୍ରକ ପାର୍କି କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଛି। ତାଙ୍କ ପରିଚୟ ଅସ୍ପଷ୍ଟ ରହିଛି।
ସୂଚନା ଯୋଗ୍ୟ, ଆଜି ସକାଳେ ଛତ୍ରପୁର ଦେଇ ଯାଇଥିବା ଜାତୀୟ ରାଜପଥ ତାମ୍ପରା ହ୍ରଦ ନିକଟରେ ଆଜି ସକାଳେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଘନ କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣା ପରେ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ଛତ୍ରପୁର ଜାତୀୟ ରାଜପଥ ତାମ୍ପରା ଗ୍ୟାସ ଟାଙ୍କି ଓଲଟିବା ସ୍ଥଳକୁ ପୁଲିସ କର୍ମଚାରୀ ଉଦ୍ଧାର ପାଇଁ ଯାଉଥିବା ବେଳେ ଠିକ ସେହି ସ୍ଥାନରେ ଆସୁଥିବା ଏକ ଗୋଟିଏ ବାଇକ ଚାଳକ ଚାଳକୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ଭ୍ୟାନଟି ଓଲଟି ପଡିଛି। ଫଳରେ ଭ୍ୟାନରେ ଥିବା ୫ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତ ମାନେ ହେଲେ ସରଜେଣ୍ଟ ସଞ୍ଜୟ ବାରିକ,ଏନ ଘନଶ୍ୟାମ ରେଡି, ଗୋପାଳ ସେଠି, ଚାଲକ ସୁଲେଖ ପ୍ରଧାନ ଓ କିରଣ କୁମାର ଜାନୀ । ତୁରନ୍ତ ସେମାନଙ୍କୁ ଛତ୍ରପୁର ମେଡିକାଲକୁ ନିଆ ଯାଇଥିଲା। ସଞ୍ଜୟ ବାରିକ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ପଠାଯାଇଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories