www.samajalive.in
Monday, December 8, 2025
14.1 C
Bhubaneswar

ପାକିସ୍ତାନର ଆଉ ଏକ ଷଡ଼ଯନ୍ତ୍ର, ଅନ୍ତର୍ଜାତୀୟ ସୀମା ନିକଟରୁ ଠାବ ହେଲା ସୁଡ଼ଙ୍ଗ

ଜାମ୍ମୁ: ପାକିସ୍ତାନର ଆଉ ଏକ ଷଡ଼ଯନ୍ତ୍ର ଧରାପଡ଼ିଛି। ଅନ୍ତର୍ଜାତୀୟ ସୀମା ଦେଇ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ଖୋଳିଛି ସୁଡ଼ଙ୍ଗ। ବିଏସଏଫ ଯବାନମାନେ କଠୁଆର ହୀରାନଗର ସେକ୍ଟରରେ ଅନ୍ତର୍ଜାତୀୟ ସୀମା ନିକଟରୁ ଏହି ସୁଡ଼ଙ୍ଗକୁ ଠାବ କରିଛନ୍ତି।

ଅଧିକାରୀଙ୍କ ସୂଚନା ଅନୁସାରେ, ବିଏସଏପ ପକ୍ଷରୁ ବୁଧବାର ଜାମ୍ମୁ-କାଶ୍ମୀରର କଠୁଆ ଜିଲାରେ ଅନ୍ତର୍ଜାତୀୟ ସୀମା ନିକଟରୁ ଏକ ସୁଡ଼ଙ୍ଗ ଠାବ କରାଯାଇଛି। ହୀରାନଗର ସେକ୍ଟରର ବୋବିଆ ଗାଁ ପାଖରେ ଏହି ସୁଡ଼ଙ୍ଗ ଖୋଳାଯାଇଛି। ଏହି ସୁଡ଼ଙ୍ଗ ବାଟ ଦେଇ ପାକିସ୍ତାନ ଭାରତକୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଉଥିବା ଦୃଢ଼ ଆଶଙ୍କା ପ୍ରକାଶ ପାଇଛି। ଖବର ମିଳିବା ପରେ ବିଏସଏଫର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

- Advertisement -

ସୂଚନା ଅନୁସାରେ, ଏହି ସୁଡ଼ଙ୍ଗର ଲମ୍ବ ୧୫୦ ମିଟର ହେବ। ତା’ ଭିତରୁ ସିମେଣ୍ଟ ଅଖା ଜବତ ହୋଇଛି। ଏହି ଅଖା ପାକିସ୍ତାନର କରାଚୀରେ ତିଆରି ହୋଇଛି। ଏହି ସୁଡ଼ଙ୍ଗ ପାକିସ୍ତାନର ସେନା ଶିବିର ସାମ୍ନାରେ ହିଁ ଖୋଳାଯାଇଛି।

ଏହା ପୂର୍ବରୁ ୨୦୨୦ରେ ସାମ୍ବା ସୀମାବର୍ତ୍ତୀ ଗାଁ ବେନ୍‌ ଗ୍ଲାଡ୍‌ର ସୀମାରେ ଏକ ସୁଡ଼ଙ୍ଗ ମିଳିଥିଲା। ସୀମାଠାରୁ ୫୦ ମିଟର ଦୂର ପର୍ଯ୍ୟନ୍ତ ଲମ୍ବିଥିବା ଏହି ସୁଡ଼ଙ୍ଗରୁ ପାକିସ୍ତାନରେ ନିର୍ମିତ ଅଖା ଜବତ ହୋଇଥିଲା। ଏଥିରେ ବାଲି ଭର୍ତ୍ତି ହୋଇଥିଲା। ପୂର୍ବରୁ ସୀମା ନିକଟବର୍ତ୍ତୀ ଅନେକ ଅଞ୍ଚଳରୁ ଏଭଳି ସୁଡ଼ଙ୍ଗ ଠାବ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories