www.samajalive.in
Saturday, December 6, 2025
15.1 C
Bhubaneswar

ଜାମ୍ମୁରେ ପାକିସ୍ତାନୀ ପ୍ରତିନିଧି ଦଳ

ସମାଜ ଡିଜିଟାଲ ଡେସ୍କ: ଜାମ୍ମୁରେ ପହଞ୍ଚିଛନ୍ତି ପାକିସ୍ତାନୀ ପ୍ରତିନିଧି ଦଳ। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସିନ୍ଧୁ ନଦୀ ଜଳ ବିବାଦ ସମାଧାନ ଲାଗି ଇଣ୍ଡସ ୱାଟର ଟ୍ରିଟି(ସିନ୍ଧୁନଦୀ ଜଳ ରାଜିନାମା) ଅଧୀନରେ ଗଠିତ ନିରପେକ୍ଷ ବିଶେଷଜ୍ଞ କମିଟିର ପରାମର୍ଶକ୍ରମେ ଏହି ଦଳ ଜାମ୍ମୁ ଗସ୍ତ କରି ଜାମ୍ମୁ-କାଶ୍ମୀରରେ ନିର୍ମିତ ୨ଟି ଜଳବିଦ୍ୟୁତ ପ୍ରକଳ୍ପର ଅନୁଧ୍ୟାନ କରିବେ। ୨୦୧୯ରେ ଏକ ପାକିସ୍ତାନୀ ପ୍ରତିନିଧି ଦଳ ଜାମ୍ମୁ ଆସି ଜଳବିଦ୍ୟୁତ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ। ୫ବର୍ଷ ପରେ ପୁଣି ସେମାନେ ଭାରତ ଗସ୍ତରେ ଆସିଛନ୍ତି।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିନ୍ଧୁ ନଦୀ ଜଳ ଆବଣ୍ଟନକୁ ନେଇ ବିବାଦ ଲାଗି ରହିଛି। ଦୁଇ ଦେଶ ମଧ୍ୟରେ ବୁଝାମଣା ପରେ ୧୯୬୦ରେ ଇଣ୍ଡସ ୱାଟର ଟ୍ରିଟି ସ୍ୱାକ୍ଷରିତ ହୋଇଥିଲା। ବିଶ୍ୱବ୍ୟାଙ୍କ ଏହି ଚୁକ୍ତିର ସ୍ୱାକ୍ଷରକାରୀ ରହିଥିଲା। ଦୁଇ ଦେଶ ମଧ୍ୟରେ ସିନ୍ଧୁ ଏବଂ ଏହାର ଅନେକ ଶାଖା ନଦୀ ପ୍ରବାହିତ ହେଉଛି। ଏସବୁ ନଦୀ ଜଳକୁ ଦୁଇ ଦେଶ କିପରି ଉପଯୁକ୍ତ ଭାବେ ବ୍ୟବହାର କରିପାରିବେ ସେ ନେଇ ସହଯୋଗ ଏବଂ ସୂଚନା ଆଦାନପ୍ରଦାନ ସକାଶେ ଉକ୍ତ ବୁଝାମଣା ହୋଇଥିଲା।
୨୦୧୯ରେ ପ୍ରତିନିଧି ଦଳ କରିଥିବା ଗସ୍ତ ସମୟରେ ପାକଲ ଦୁଲ ଏବଂ ଲୋୟର କଲନାଇ ଜଳବିଦ୍ୟୁତ ପ୍ରକଳ୍ପକୁ ଅନୁଧ୍ୟାନ କରିଥିଲେ। ଚଳିତ ଥର ସେମାନେ ଚେନାବ ନଦୀରେ ନିର୍ମିତ କିଶେନଗଙ୍ଗା ଏବଂ ରାଟ୍‌‌ଲେ ଜଳବିଦ୍ୟୁତ ପ୍ରକଳ୍ପ ଅନୁଧ୍ୟାନ କରିବେ। ଏହି କାର୍ଯ୍ୟକ୍ରମ ସମୟରେ ଭାରତୀୟ ଅଧିକାରୀମାନେ ସେମାନଙ୍କୁ ସହଯୋଗ କରିବେ।

- Advertisement -

ସୂଚନାଯୋଗ୍ୟ, ସିନ୍ଧୁ ଏବଂ ଏହାର ଶାଖାନଦୀଗୁଡ଼ିକ ଭାରତରୁ ବାହାରି ପାକିସ୍ତାନର କିଛି ପ୍ରଦେଶରେ ମିଶିଛି। ଭାରତ ଉପରମୁଣ୍ଡରେ କିଛି ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରିଥିବାରୁ ପାକିସ୍ତାନ ପକ୍ଷରୁ ୨୦୧୬ରେ ବିଶ୍ୱବ୍ୟାଙ୍କ ନିକଟରେ ଆପତ୍ତି ପ୍ରକାଶ କରାଯାଇଥିଲା। ନିରପେକ୍ଷ ବିଶେଷଜ୍ଞ କମିଟି ଦ୍ୱାରା ଜଳ ବିବାଦର ସମାଧାନ ପାଇଁ ପାକିସ୍ତାନ ଅନୁରୋଧ କରିଥିଲା, ଯାହାକୁ ଭାରତ ମଧ୍ୟ ସମର୍ଥନ କରିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories