www.samajalive.in
Sunday, December 14, 2025
14.1 C
Bhubaneswar

ଫେସବୁକ-ଟ୍ବିଟର ପରେ ୟୁଟ୍ୟୁବ ସସ୍‌ପେଣ୍ଡ କଲା ଟ୍ରମ୍ପଙ୍କ ଆକାଉଣ୍ଟ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲଗାତାର ବ୍ୟାନ୍‌ କରାଯାଉଛି। ଟ୍ବିଟର ଏବଂ ଫେସବୁକ ପରେ ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ୍‌ ୟୁଟ୍ୟୁବ୍‌ ଟ୍ରମ୍ପଙ୍କ ଆକାଉଣ୍ଟ ସସ୍‌ପେଣ୍ଡ କରିବା ସହିତ ନିଜ ପ୍ଲାଟଫର୍ମରୁ ତାଙ୍କ ଭିଡିଓ ହଟାଇଛି।

ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ବିଟର ସହିତ ଟ୍ରମ୍ପଙ୍କ ଶତ୍ରୁତା ବହୁ ପୁରୁଣା ହୋଇଥିବାବେଳେ ଏବେ ଫେସବୁକ ଏବଂ ୟୁଟ୍ୟୁବ ବି ଟ୍ରମ୍ପଙ୍କ ବିଷୟବସ୍ତୁ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି। କିଛିଦିନ ତଳେ ଫେସବୁକ, ସ୍ନାପଚାଟ୍‌ ଏବଂ ଟ୍ବିଟର ପକ୍ଷରୁ ଟ୍ରମ୍ପଙ୍କ ଭିଡିଓ, ପୋଷ୍ଟ ସମେତ ଆକାଉଣ୍ଟକୁ ହଟାଇ ଦିଆଯାଇଥିଲା। ଏବେ ୟୁଟ୍ୟୁବ ଟ୍ରମ୍ପଙ୍କ ଦ୍ବାରା ଅପଲୋଡ୍‌ ହୋଇଥିବା ନୂଆ ଭିଡିଓକୁ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଛି। ଏହା ସହିତ ଟ୍ରମ୍ପଙ୍କ ଚ୍ୟାନେଲକୁ ସେବା ସର୍ତ୍ତ ଉଲ୍ଲଂଘନ କରିବା ଅଭିଯୋଗରେ ସସ୍‌ପେଣ୍ଡ କରିଦିଆଯାଇଛି।

- Advertisement -

ୟୁଟ୍ୟୁବ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ଟ୍ରମ୍ପ ଏକ ଭିଡିଓ ଅପଲୋଡ୍‌ କରିଥିଲେ, ଯାହା ଆମ ନୀତିର ଉଲ୍ଲଂଘନ କରୁଥିଲା। ତେଣୁ ତାଙ୍କ ଚ୍ୟାନେଲ ଉପରେ ଆପେ ଆପେ ପ୍ରତିବନ୍ଧକ ଲାଗିଛି। ପ୍ରଥମ ପ୍ରତିବନ୍ଧକ ଅତି କମରେ ୭ଦିନ ପର୍ଯ୍ୟନ୍ତ ରହିବ। ଆଗାମୀ ୭ ଦିନ ଯାଏ ଟ୍ରମ୍ପ ନିଜ ଚ୍ୟାନେଲରେ କୌଣସି ଭିଡିଓ ଅପଲୋଡ କରିପାରିବେ ନାହିଁ। ଏହା ସହିତ ଟ୍ରମ୍ପଙ୍କ ଚ୍ୟାନେଲର କମେଣ୍ଟ ସେକ୍ସନକୁ ବି ବନ୍ଦ କରିଦିଆଯାଇଛି।

ତେବେ କେଉଁ ଭିଡିଓ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ସେ ନେଇ କମ୍ପାନୀ ପକ୍ଷରୁ କିଛି କୁହାଯାଇନାହିଁ। ସୂଚନାଯୋଗ୍ୟ, ୟୁଟ୍ୟୁବରେ ଟ୍ରମ୍ପଙ୍କ ଚ୍ୟାନେଲ ନାମ Donald J. Trump ରହିଛି। ୨୭ ଲକ୍ଷ ୭୦ ହଜାର ବ୍ୟକ୍ତି ଏହାର ସସ୍‌କ୍ରାଇବର ଅଛନ୍ତି। ଉଲ୍ଲେଖ ଯେ, ଏହା ପୂର୍ବରୁ ଆମେରିକା ନାଗରିକ ଅଧିକାର ସମୂହ ପକ୍ଷରୁ ୟୁଟ୍ୟୁବରୁ ଟ୍ରମ୍ପଙ୍କ ଭିଡିଓ ହଟାଇବା ଏବଂ ତାଙ୍କ ଚ୍ୟାନେଲକୁ ନିଷେଧ କରିବାକୁ ଦାବି କରିଥିଲା।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories