www.samajalive.in
Saturday, December 6, 2025
15.1 C
Bhubaneswar

ଓଲଟିଲା ପୁଲିସ ଭ୍ୟାନ ; ୫ ପୁଲିସ କର୍ମଚାରୀ ଆହତ

ଗଞ୍ଜାମ : ଗଞ୍ଜାମ ଜିଲା ଛତ୍ରପୁର ତାମ୍ପରା ୧୬ ନମ୍ବର ଜାତୀୟ ରାଜପଥରେ ବୁଧବାର ଏକ ପୁଲିସ ଭ୍ୟାନ ଓଲଟି ପଡିଛି। ଆଜି ଛତ୍ରପୁର ଜାତୀୟ ରାଜପଥ ତାମ୍ପରା ଗ୍ୟାସ ଟ୍ୟାଙ୍କର ଓଲଟିବା ସ୍ଥଳକୁ ପୁଲିସ କର୍ମଚାରୀ ଉଦ୍ଧାର ପାଇଁ ଯାଉଥିବା ବେଳେ ଠିକ ସେହି ସ୍ଥାନରେ ଆସୁଥିବା ଏକ ଗୋଟିଏ ବାଇକ ଚାଳକ ଚାଳକୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ଭ୍ୟାନଟି ଓଲଟି ପଡିଛି। ଫଳରେ ଭ୍ୟାନରେ ଥିବା ୫ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତ ମାନେ ହେଲେ ସରଜେଣ୍ଟ ସଞ୍ଜୟ ବାରିକ,ଏନ ଘନଶ୍ୟାମ ରେଡି, ଗୋପାଳ ସେଠି, ଚାଲକ ସୁଲେଖ ପ୍ରଧାନ ଓ କିରଣ କୁମାର ଜାନୀ । ତୁରନ୍ତ ସେମାନଙ୍କୁ ଛତ୍ରପୁର ମେଡିକାଲକୁ ନିଆ ଯାଇଥିଲା। ସଞ୍ଜୟ ବାରିକ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ପଠାଯାଇଛି।
ସୂଚନା ଯୋଗ୍ୟ, ଛତ୍ରପୁର ଦେଇ ଯାଇଥିବା ଜାତୀୟ ରାଜପଥ ତାମ୍ପରା ହ୍ରଦ ନିକଟରେ ଆଜି ସକାଳେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଘନ କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣା ପରେ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories