www.samajalive.in
Saturday, December 6, 2025
17.1 C
Bhubaneswar

ମନ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଗାୟିକା

ମହାରାଷ୍ଟ୍ର ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ଧନଞ୍ଜୟ ମୁଣ୍ଡେଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ଜଣେ ଗାୟିକା ମୁମ୍ବଇର ଓଶିୱରା ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି। ବରିଷ୍ଠ ପୁଲିସ ଅଧିକାରୀ ଦୟାନନ୍ଦ ବାଙ୍ଗର ଅଭିଯୋଗକୁ ସ୍ବୀକାର କରିଛନ୍ତି।

ଅନ୍ୟପଟେ ପୀଡ଼ିତା ଗାୟିକା ଜଣକ ମନ୍ତ୍ରୀଙ୍କ ବିରୋଧରେ ପୁଲିସ ଏତଲା ରୁଜୁ କରୁ ନ ଥିବା ଟ୍ବିଟରରେ ଅଭିଯୋଗ କରିଛନ୍ତି। ସେ ଟ୍ବିଟ୍‌ କରି ଲେଖିଛନ୍ତି, ବର୍ତ୍ତମାନ ସୁଦ୍ଧା ପୁଲିସ ମନ୍ତ୍ରୀଙ୍କ ବିରୋଧରେ ଏତଲା ରୁଜୁ କରିନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ବି ନେଇନାହିଁ।

- Advertisement -

ଗାୟିକା ଜଣକ ଅଭିଯୋଗ କରିଛନ୍ତି ଯେ, ୧୯୯୭ରେ ସେ ଇନ୍ଦୋରରେ ରହୁଥିବା ନିଜ ଭଉଣୀ ନିକଟକୁ ଯାଇଥିଲେ। ସେତେବେଳେ ତାଙ୍କୁ ୧୭ ବର୍ଷ ହୋଇଥିଲା। ୧୯୯୮ରେ ତାଙ୍କ ଭଉଣୀଙ୍କ ସହିତ ଧନଞ୍ଜୟ ମୁଣ୍ଡେ ପ୍ରେମ ବିବାହ କରିଥିଲେ। ୨୦୦୬ରେ ତାଙ୍କ ଭଉଣୀ ଇନ୍ଦୋର ଯାଇଥିଲେ। ସେହି ସମୟରେ ମୁଣ୍ଡେ ତାଙ୍କ ଘରକୁ ଆସିଥିଲେ ଏବଂ ତାଙ୍କ ଇଚ୍ଛା ବିରୋଧରେ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ।

ଏହା ପରେ ତାଙ୍କୁ ବଲିଉଡ୍‌ରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ବାରମ୍ବାର ତାଙ୍କୁ ଯୌନ ଶୋଷଣ କରିଥିଲେ। ଅନ୍ୟପଟେ ମୁଣ୍ଡେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଦୁଷ୍କର୍ମ ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି। ଗାୟିକାଙ୍କ ବଡ଼ ଭଉଣୀ ସହିତ ତାଙ୍କ ସମ୍ପର୍କ ଥିଲା ବୋଲି ମୁଣ୍ଡେ ସ୍ବୀକାର କରିଛନ୍ତି।

ମନ୍ତ୍ରୀ କହିଛନ୍ତି, ୨୦୦୩ରୁ ଅଭିଯୋଗକାରୀ ମହିଳାଙ୍କ ବଡ଼ ଭଉଣୀ ସହିତ ତାଙ୍କର ସମ୍ପର୍କ ଥିଲା। ଏହା ତାଙ୍କ ପରିବାର, ପତ୍ନୀ ଏବଂ ବନ୍ଧୁମାନେ ଜାଣିଛନ୍ତି। କିନ୍ତୁ ଗାୟିକା ମହିଳା ଜଣକ ୨୦୧୯ରୁ ତାଙ୍କୁ ଟଙ୍କା ମାଗି ବ୍ଲାକମେଲ୍‌ କରୁଛନ୍ତି। ତାଙ୍କ ଭାଇ ମଧ୍ୟ ଏଥିରେ ସାମିଲ ଅଛନ୍ତି। ୨୦୨୦ ନଭେମ୍ବରରୁ ଗାୟିକାଙ୍କ ବଡ଼ ଭଉଣୀ ମୋ ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ କିଛି କଥାକୁ ନେଇ ମୋତେ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି। ଏହି ମାମଲାରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories