www.samajalive.in
Sunday, December 7, 2025
16.1 C
Bhubaneswar

ସଂଘର୍ଷ ଯେତେ ଅଧିକ ହେବ , ସଫଳତା ସେତେ ଅଧିକ ପ୍ରାପ୍ତି ହେବ – ସ୍ୱାମୀ ବିବେକାନନ୍ଦ

ଆଜି ଜାନୁଆରୀ ୧୨ ତାରିଖ। ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ। ତାଙ୍କର ଜନ୍ମ ଦିନକୁ ପ୍ରତି ବର୍ଷ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି। ବିବେକାନନ୍ଦଙ୍କ ଜନ୍ମ ୧୮୬୩ ମସିହା ଜାନୁଆରୀ ୧୨ରେ କଲକାତାରେ ହୋଇଥିଲା। ସ୍ୱାମୀ ବିବେକାନନ୍ଦ ପୂର୍ବରୁ ସେ ନରେନ୍ଦ୍ରନାଥ ଦତ୍ତ ଭାବେ ପରିଚିତ ଥିଲେ। ତାଙ୍କୁ ଯୁବ ଶକ୍ତିର ପ୍ରତୀକ ଭାବେ ଗ୍ରହଣ କରାଯାଇଛି। ସେ ସର୍ବଦା କହୁଥିଲେ କେବଳ ଶାରୀରିକ ଭାବେ ବଳବାନ ନୁହେଁ ବରଂ ମାନସିକ ରୂପେ ମଜଭୂତ ଲୋକେ ହିଁ ପ୍ରକୃତ ଯୁବ।
ଜୀବନରେ ଶକ୍ତି ସଞ୍ଚାର କରୁଥିବା ବିବେକାନନ୍ଦଙ୍କ କେତୋଟି ବିଚାର ….
ଯେତେ ପର୍ଯ୍ୟନ୍ତ ଆପଣ ନିଜ ଉପରେ ବିଶ୍ୱାସ କରିନାହାନ୍ତି, ଭଗବାନଙ୍କ ଉପରେ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ।
ସେମାନେ ଜୀବିତ ରୁହନ୍ତି, ଯେଉଁମାନେ ଅନ୍ୟ ପାଇଁ ସମର୍ପିତ।
ଆମେ ତାହା ଅଟୁ ଯାହା ଆମକୁ ଆମ ଭାବନା ଗଢିଛି। ତେଣୁ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ ଯେ, ଆପଣ କ’ଣ ଚିନ୍ତା କରୁଛନ୍ତି। ଶବ୍ଦ କ୍ଷୀଣ, ମାତ୍ର କିନ୍ତୁ ବିଚାର ବହୁ ସମୟ ପର୍ଯ୍ୟନ୍ତ ସାଥିରେ ଥାଏ।
ଯାହା ତୁମେ ଭାବୁଛ ତାହା ସତ୍ୟରେ ପରିଣତ ହେବ। ଯଦି ତୁମେ ନିଜକୁ ଦୁର୍ବଳ ଭାବିବ ଦୁର୍ବଳ ହେବ , ଯଦି ଶକ୍ତିଶାଳୀ ଭାବିବ ଶକ୍ତିଶାଳୀ ହେବ।
ସଂଘର୍ଷ ଯେତେ ଅଧିକ ହେବ , ସଫଳତା ସେତେ ଅଧିକ ପ୍ରାପ୍ତି ହେବ।
ଯେଉଁ ଦିନ ଆପଣଙ୍କ ସମ୍ମୁଖରେ କୌଣସି ସମସ୍ୟା ନଆସେ , ଆପଣ ସୁନିଶ୍ଚିତ ହୋଇଯାଆନ୍ତୁ ଆପଣ ଭୁଲ ରାସ୍ତାରେ ଯାଉଛନ୍ତି।
ସବୁଠାରୁ ବଡ଼ ଧର୍ମ ହେଉଛି ଆପଣ ନିଜ ସ୍ୱଭାବ ପ୍ରତି ନିଷ୍ଠା ରଖନ୍ତୁ। ନିଜ ଉପରେ ସର୍ବଦା ବିଶ୍ୱାସ ରଖନ୍ତୁ।
ଗୋଟିଏ ସମୟରେ ଗୋଟିଏ କାର୍ଯ୍ୟ କରନ୍ତୁ। ସେହି କାର୍ଯ୍ୟରେ ହିଁ ନିଜର ଯୋଗ୍ୟତା ପ୍ରଦର୍ଶନ କରନ୍ତୁ। ଯାଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ।
ବ୍ରହ୍ମାଣ୍ଡର ସମସ୍ତ ଶକ୍ତି ଆମର ଅଟେ। ଆମେ ନିଜେ ହିଁ ଆମ ଚକ୍ଷୁ ଉପରେ ହାତ ରଖିଦେଉଛୁ, ଏହା ପରେ ଆମେ କାନ୍ଦିଥାଉ ଯେ କେତେ ଅନ୍ଧକାର ଅଛି।
ଆଜିର ଏହି ଦିନରେ ସ୍ୱାମୀ ବିବେକାନନ୍ଦଙ୍କ ପିଲା ବେଳର ଏକ ହୃଦୟସ୍ପର୍ଶୀ କଥା ଜାଣନ୍ତୁ……..
ସ୍ୱାମୀ ବିବେକାନନ୍ଦ ପିଲା ଦିନରୁ ହିଁ ନିର୍ଭୀକ ଥିଲେ। ତାଙ୍କୁ ଯେଉଁ ସମୟରେ ୮ ବର୍ଷ ହୋଇଥିଲା ସେହି ସମୟର ଏହି କଥା। ସେ ନିୟମିତ ତାଙ୍କର ଏକ ମିତ୍ର ଘରକୁ ଖେଳିବାକୁ ଯାଉଥିଲେ। ସେହି ମିତ୍ରଙ୍କ ଘରେ ଏକ ଚମ୍ପା ଗଛ ଥିଲା। ଚମ୍ପା ଗଛ ସ୍ୱାମୀଜୀଙ୍କର ପ୍ରିୟ ଥିଲା। ପ୍ରତିଦିନ ଭଳି ସେଦିନ ମଧ୍ୟ ସେହି ଗଛକୁ ଧରି (ଡ଼ାଳରେ ଝୁଲିବା ଭଳି) ଖେଳୁଥିଲେ। ସେହି ସମୟରେ ତାଙ୍କ ବନ୍ଧୁଙ୍କର ଜେଜେବାପା ତାଙ୍କ ନିକଟରେ ପହଞ୍ଚିଲେ, ତାଙ୍କୁ ଡ଼ର ଥିଲା କି ସ୍ୱାମୀଜୀ ସେହି ଗଛରୁ କାଳେ ପଡ଼ିଯିବେ ଓ ଗଛର ଡ଼ାଳ କଳେ ଭାଙ୍ଗି ପଡ଼ିବ। ତେଣୁ ସେ ବିବେକାନନ୍ଦଙ୍କୁ ବୁଝାଇବା କହିଲେ, ନରେନ୍ଦ୍ର (ସ୍ୱାମୀଜୀଙ୍କ ନାମ) ତୁମେ ଏହି ଗଛ ଠାରୁ ଦୂରରେ ରୁହ। ନରେନ୍ଦ୍ର ତାଙ୍କୁ ପ୍ରଶ୍ନ କଲେ କାହିଁକି ? ସେ ଉତ୍ତରରେ କହିଲେ ଏହି ଗଛରେ ଏକ ରାକ୍ଷସ ରହିଛି। ସେ ରାତିରେ ଧଳା ପୋଷାକ ପିନ୍ଧି ବୁଲେ। ଦେଖିବାକୁ ମଧ୍ୟ ଭୟଙ୍କର। ଏହାଶୁଣି ନରେନ୍ଦ୍ର ତାଙ୍କ ମିତ୍ରଙ୍କ ଜେଜେଙ୍କୁ ସେ ରାକ୍ଷସ ବିଷୟରେ ଅଧିକ କିଛି କହିବାକୁ କହିଲେ। ଏହାପରେ ସେ କହିଲେ, ଯେଉଁମାନେ ଏ ଗଛରେ ଚଢନ୍ତି ସେମାନଙ୍କ ବେକ ସେ ରାକ୍ଷସ ମୋଡ଼ି ଦେଇଥାଏ। ନରେନ୍ଦ୍ର ଏହା ଶୁଣି ଆଗକୁ ଗଲେ, ତାଙ୍କ ମିତ୍ରଙ୍କ ଜେଜେବାପା ମଧ୍ୟ ଆଗକୁ ଗଲେ, ଏହାପରେ ପୁଣି ନରେନ୍ଦ୍ର ସେହି ଗଛରେ ଚଢି ଖେଳିବାକୁ ଆରମ୍ଭ କଲେ। ଏହା ଦେଖି ତାଙ୍କ ମିତ୍ର ଭୟଭୀତ ହୋଇ କହିଲେ, ଜେଜେବାପା ତ ସେ ରାକ୍ଷସ ବିଷୟରେ କହିଲେ ସେ ତୋ ବେକ ମୋଡ଼ିଦେବ। ଏହାଶୁଣି ନରେନ୍ଦ୍ର ହସିଲେ ଓ ଉତ୍ତର ଦେଲେ , ମିତ୍ର ଡ଼ରନା। ତୁମେ ବହୁତ ସରଳ। କେବଳ ତୁମକୁ କେହି କିଛି କହିଦେଲେ ତା’କୁ ବିଶ୍ୱାସ କରନା। ନିଜେ ଥରେ ନିଶ୍ଚୟ ଅନ୍ୟମାନେ କହୁଥିବା କଥାକୁ ଭଲ ଭାବେ ଚିନ୍ତା କର। ଯଦି ଜେଜେବାପାଙ୍କ କଥା ସତ ହୋଇଥାଆନ୍ତା, ତେବେ ମୋ ବେକ କେବେ ଠାରୁ ମୋଡ଼ା ହୋଇସାରନ୍ତାଣି।
ବାସ୍ତବିକ ଏହି ଘଟଣାଟିରୁ ହିଁ ବାଖ୍ୟା କରୁଛି , ସ୍ୱାମୀ ବିବେକାନନ୍ଦ ପିଲାଟି ଦିନରୁ ହିଁ ନିର୍ଭୀକ ଓ ତୀକ୍ଷ୍ଣ ବୁଦ୍ଧିମାନ ଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories