www.samajalive.in
Tuesday, December 9, 2025
26.1 C
Bhubaneswar

ମକର ସଂକ୍ରାନ୍ତି ଆସିଲେ ପ୍ରଶାସନର ମନେପଡେ ଅଟ୍ରି ଉଷ୍ମ ପ୍ରସ୍ରବଣ ଜଳ ଯୋଗାଣ କଥା 

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲାରେ ଥିବା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ବେଗୁନିଆ ବ୍ଲକ ବାଘମାରୀ ପଞ୍ଚାୟତର ଅଟ୍ରି ଉଷ୍ମ ପ୍ରସ୍ରବଣ ଅନ୍ୟତମ। ଦେଶ ବିଦେଶରୁ ଏହି ପର୍ଯ୍ୟଟନସ୍ଥଳୀକୁ ଦୈନିକ ବହୁ ପର୍ଯ୍ୟଟକ ଗାଡି ମୋଟର ଧରି ଆସିଥାନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗରେ ଏହି ସ୍ଥାନଟି ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବାର ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ଆଜି ଦିନରେ ଏଠାରେ ବହୁ ସମସ୍ୟା ଲାଗି ରହିଥିବାରୁ ଏହା ଅବହେଳିତ ଅବସ୍ଥାରେ ପଡିରହିଛି। ଏଠାରେ ଲାଗି ରହିଥିବା ସମସ୍ୟାଗୁଡିକ ଦୂର କରିବା କ୍ଷେତ୍ରରେ ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ କେହି ଦୃଷ୍ଟି ଦେଉ ନଥିବାର ଅଭିଯୋଗ ହେଉଛି । ବର୍ଷକ ବାର ମାସ ଏଠାରେ ଜଳ ଯୋଗାଣ ସମସ୍ୟା ଲାଗି ରହିଥିବାବେଳେ ପ୍ରଶାସନ ସେଥିପ୍ରତି ଗୁରୁତ୍ୱ ଦେଇ ନଥାଏ। କିନ୍ତୁ ଏଠାକୁ ଆସୁଥିବା ପର୍ୟ୍ୟଟକମାନେ ଜଳ ଯୋଗାଣ କ୍ଷେତ୍ରରେ ଏପରି ଅବ୍ୟବସ୍ଥାକୁ ଦେଖି କି ପ୍ରକାର ଧାରଣା ନେଇ ଫେରୁଥିବେ ତାହା କେବଳ ଜଣେ ଅନୁଭବୀ ହିଁ କହିପାରିବ। କିନ୍ତୁ ଜାନୁଆରୀ ମାସରେ ମକର ସଂକ୍ରାନ୍ତି ଆସିଲେ ପ୍ରଶାସନର ଚେତା ପଶିଯାଏ। ଏଠାରେ ଲକ୍ଷ ଲକ୍ଷ ଲୋକଙ୍କର ସମାଗମ ହେଉଥିବାରୁ କୌଣସି ମତେ ପାଇପରେ କନା ଗୁଡ଼ାଇ ଜଣେ ଅସ୍ଥାୟୀ ପମ୍ପ ଚାଳକଙ୍କୁ ନେଇ ଜଳ ଯୋଗାଣ ବ୍ୟବସ୍ଥା ହୋଇଥାଏ। ମେଳା ସରିବା ପୂର୍ବରୁ ପୁଣି ସେହି ଜଳ ଯୋଗାଣ ବ୍ୟବସ୍ଥା ଯଥା ପୂର୍ବମ୍‍ ତଥା ପରମ୍‍ ଅବସ୍ଥାକୁ ଚାଲିଆସେ। ଏଠାରେ ଥିବା ପାଣି ଟାଙ୍କି ଏବଂ ପମ୍ପ ହାଉସ ବ୍ୟବହାର ହେଉ ନଥିବା ଯୋଗୁଁ ସେଗୁଡିକ ଭାଙ୍ଗି ଯିବା ସହିତ ଅକାମୀ ହୋଇ ପଡୁଛି । ଏହି ଜଳ ଯୋଗାଣ ସମସ୍ୟା ବର୍ଷ ତମାମ ଲାଗି ରହୁଥିବାରୁ ପର୍ୟ୍ୟଟକମାନେ ଅସନ୍ତୋଷ ପ୍ରକାଶ କରି ଫେରୁଛନ୍ତି। ପିଇବା ପାଣି ପାଇଁ ପର୍ୟ୍ୟଟକମାନଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories